ETV Bharat / bharat

ସଠିକ ସମୟରେ ନିଷ୍ପତ୍ତି ନେଉନାହାଁନ୍ତି ସରକାର କହିଲେ ଗଡକରୀ

author img

By

Published : Aug 23, 2022, 10:51 PM IST

ସଠିକ ସମୟରେ ନିଷ୍ପତ୍ତି ନେଉନାହାନ୍ତି ସରକାର କହିଲେ ନୀତିନ ଗଡକାରୀ
ସଠିକ ସମୟରେ ନିଷ୍ପତ୍ତି ନେଉନାହାନ୍ତି ସରକାର କହିଲେ ନୀତିନ ଗଡକାରୀ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ (Nitin Gadkari)ଙ୍କ ବୟାନକୁ ନେଇ ଚର୍ଚ୍ଚା । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗଡକରୀ କହିଲେ ସରକାର ନେଉନାହାନ୍ତି ସଠିକ ସମୟରେ ସଠିକ ନିଷ୍ପତ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନିଜର ସିଧାସାଧା କାର୍ଯ୍ୟଶୈଳୀ ପାଇଁ ରାଜନୀତି ଠାରୁ ଭିନ୍ନ ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ (union minister Nitin Gadkari) ନିଜର ଏକ ନୂତନ ବୟାନ ପାଇଁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କାରଣ ଗଡକାରୀ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି (Nitin Gadkari statement on govt)। ସରକାର ସଠିକ ସମୟରେ ସଠିିକ ନିଷ୍ପତ୍ତି ନେଉନଥିବା କହିଛନ୍ତି ଗଡକରୀ । ବିଜେପିର ସଂସଦୀୟ କିମିଟିରୁ ବାଦ ପଡିବା ପରେ ଗଡକରୀଙ୍କ ଏପରି ବୟାନ ରାଜନୀତିରେ ପୁଣି ଉଷ୍ମତା ଭରିଛି ।

ମୁମ୍ବାଇରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଗଡକରୀ ଏପରି କିଛି କହି (Nitin Gadkari latest statement on govt) ସରକାରଙ୍କ କାର୍ଯ୍ୟଶୈଳୀକୁ ପ୍ରଶ୍ନ ଉଠାଇଥିଲେ । ଗଡକରୀ କହିଥିଲେ, ‘‘ଆମ ପାଖରେ ସମସ୍ତ ଆବଶ୍ୟକୀୟ ଭିତ୍ତିଭୂମି ରହିଛି । ଆମେ ଚମତ୍କାର ମଧ୍ୟ କରିପାରନ୍ତି । ଆମ ପାଖରେ ଉଜ୍ଜଳ ଭବିଷ୍ୟତ, ସମସ୍ତ ଭିତ୍ତିଭୂମି, ଗବେଷଣା ଓ ଦକ୍ଷତା ମଧ୍ୟ ରହିଛି । ସମୟ ମଧ୍ୟ ସବୁଠୁ ମୂଲ୍ୟବାନ । କିନ୍ତୁ ସରକାର ମଧ୍ୟ ସଠିକ ସମୟରେ ଉଚିତ ନିଷ୍ପତ୍ତି ଗ୍ରହଣ କରିବାର ଆବଶ୍ୟକତା ରହିଛି । ସରକାର ସଠିକ ସମୟରେ ନିଷ୍ପତ୍ତି ଗ୍ରହଣ କରୁନାହାନ୍ତି ।’’

ଆସୋସିଏସନ୍ ଅଫ୍ କନ୍ସଲ୍ଟିଂ ସିଭିଲ୍ ଇଞ୍ଜିନିୟର୍ସ ମୁମ୍ବାଇ ନାମକ ସଂସ୍ଥା ଦ୍ୱାରା ଆୟୋଜିତ ନାଟକନ୍ 2022 (NATCON 2022) କାର୍ଯ୍ୟକ୍ରମରଏ ଅତିଥି ଭାବେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଗଡକରୀ କହିଛନ୍ତି ଯେ, ବର୍ତ୍ତମାନ ସଣୟରେ ପ୍ରଯୁକ୍ତିବିଦ୍ୟା କିମ୍ବା ସମ୍ବଳ ଅପେକ୍ଷା ସମୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବେ ଆମ ଆଗରେ ଛିଡା ହୋଇଛି । ତେବେ ଗଡକରୀଙ୍କ ଏପରି ବୟାନ ପରେ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ହେବା ଆରମ୍ଭ ହୋଇସାରିଛି । କେଉଁ ଉଦ୍ଦେଶ୍ୟରେ ଗଡକରୀ ଏପରି ମନ୍ତବ୍ୟ ରଖିଲେ ତାକୁ ନେଇ ଭିନ୍ନ ପ୍ରଶ୍ନ ମଧ୍ୟ ସୃଷ୍ଟି ହେବାରେ ଲାଗିଛି ।

ତାଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସଂସଦୀୟ ବୋର୍ଡରୁ ବାଦ ପକାଯିବା ପରେ ଗଡକରୀଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି କି ବୋଲି ମଧ୍ୟ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ତେବେ ବିଜେପି ନେତାମାନେ କହିଛନ୍ତି ଯେ ଗଡକରୀଙ୍କ ଏହି ଶବ୍ଦ କୌଣସି ନିର୍ଦ୍ଦିଷ୍ଟ ସରକାର ପାଇଁ ନୁହେଁ ବରଂ ସାଧାରଣ ସରକାରୀ ବ୍ୟବସ୍ଥା ଓ କାର୍ଯ୍ୟଶୈଳୀ ପାଇଁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.