ETV Bharat / bharat

ଅଭିନବ ଉପାୟରେ ସୁନା ତସ୍କରୀ କରୁଥିଲେ ମହିଳା, କଷ୍ଟମ ବିଭାଗ ନେଲା ମେଡିକାଲ ଟିମ ସହାୟତା

author img

By

Published : Jul 4, 2023, 10:46 PM IST

ଅଭିନବ ଉପାୟରେ ସୁନା ତସ୍କରୀ କରୁଥିଲେ ମହିଳା, କଷ୍ଟମ ବିଭାଗକୁ ନେବାକୁ ପଡିଲା ମେଡିକାଲ ଟିମର ସହାୟତା
ଅଭିନବ ଉପାୟରେ ସୁନା ତସ୍କରୀ କରୁଥିଲେ ମହିଳା, କଷ୍ଟମ ବିଭାଗକୁ ନେବାକୁ ପଡିଲା ମେଡିକାଲ ଟିମର ସହାୟତା

ଅଭିନବ ଉପାୟରେ ସୁନା ତସ୍କରୀ କରୁଥିଲେ ମହିଳା । ପୁଣେ ବିମାନ ବନ୍ଦରରେ ଧରିଲା କଷ୍ଟମ ବିଭାଗ । 20 ଲକ୍ଷ ଟଙ୍କାର ସୁନା ଜବତ । ଅଧିକ ପଢନ୍ତୁ

ମୁମ୍ବାଇ: ପୁଣେର ଲୋହଗାଓଁ ବିମାନ ବନ୍ଦରରେ ସୁନା ଚୋରା ଚାଲାଣର ଏକ ବିରଳ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ରୀୟ କଷ୍ଟମ ବିଭାଗର ଅଧିକାରୀ ଜଣେ ମହିଳା ଯାତ୍ରୀଙ୍କ ଠାରୁ ପ୍ରାୟ 20ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରିବାରେ ସଫଳ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ମହିଳାଜଣଙ୍କ ଗୁପ୍ତାଙ୍ଗରେ ସୁନା କ୍ୟାପସୁଲ ଲୁଚାଇ ରଖିଥିଲେ । ଯାହାକୁ ଉଦ୍ଧାର କରିବା ପାଇଁ କଷ୍ଟମ ବିଭାଗ ଅଧିକାରୀଙ୍କୁ ମେଡିକାଲ ଟିମର ସହୟତା ନେବାକୁ ପଡିଥିଲା । ଏହି 41 ବର୍ଷୀୟ ମହିଳାଜଣଙ୍କ ଦୁବାଇରୁ ପୁଣେ ଆସିଥିଲେ । ପୂର୍ବରୁ କଷ୍ଟମ ବିଭାଗ ନିକଟରେ ସୁନା ତସ୍କରୀ ନେଇ ସୂଚନା ଥିଲା । ତାଙ୍କୁ ପୂର୍ବ ପ୍ରସ୍ତୁତି ସହ କଷ୍ଟମ ଅଧିକାରୀମାନେ ଚିହ୍ନଟ କରିବା ସହ ଯାଞ୍ଚ କରିଥିଲେ । ମେଡିକାଲ ଟିମ ସହାୟତାରେ ସୁନା ଜବତ ହେବା ପରେ ତାଙ୍କୁ ଗିରଫ କରାଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

କଷ୍ଟମ ବିଭାଗର ସୂଚନା ଅନୁସାରେ, ଜବତ ହୋଇଥିବା ସୁନାର ପରିମାଣର ପ୍ରାୟ 20 ଲକ୍ଷରୁ ଅଧିକ ହେବ । ଏହି ସୁନାକୁ କ୍ୟାପସୁଲରେ ପାଉଡର ଆକାରରେ ଭର୍ତ୍ତି କରି ମହିଳାଜଣଙ୍କ ତାଙ୍କ ଗୁପ୍ତାଙ୍ଗରେ ଲୁଚାଇ ରଖିଥିଲେ । ବିମାନ ବନ୍ଦର ପରିସରରେ ତାଙ୍କ ବ୍ୟବହାରରେ ସନ୍ଦେହ ପ୍ରକାଶ ପାଇବାରୁ ତାଙ୍କୁ ପ୍ରଥମେ ଯାଞ୍ଚ କରାଯାଇଥିଲା । ସେ କିଛି ଲୁଚାଇ ରଖିଥିବା ସନ୍ଦେହ ବଢିବା ପରେ ମେଡିକାଲ ଟିମର ମଧ୍ୟ ସହାୟତା ନିଆଯାଇଥିଲା । ନିକଟବର୍ତ୍ତୀ ହସ୍ପିଟାଲ ନିଆଯାଇ ମହିଳାଙ୍କ ଏକ୍ସରେ କରାଯିବା ପରେ ତାଙ୍କ ପ୍ରାଉଭେଟ ପାର୍ଟରେ ସୁନା କ୍ୟାପସୁଲ ରଖାଯାଇଥିବା ସ୍ପଷ୍ଟ ହୋଇଥିଲା । ମେଡିକାଲ ଟିମର ସହାୟତାରେ ଏହି ସୁନା କ୍ୟାପସୁଲ ଜବତ ମଧ୍ୟ କରାଯାଇଛି ।

ଏହି ଜବତ ସୁନାର ପରିମାଣ 433 ଗ୍ରାମ 41 ମିଲିଗ୍ରାମ ଓ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 20 ଲକ୍ଷ ହେବା ନେଇ ସୂଚନା ମିଳିଛି । ହେଲେ ମହିଳାଙ୍କ ଏପରି ଅସ୍ବାଭାବିକ ଉପାୟରେ ସୁନା ତସ୍କରୀ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି । ପୂର୍ବରୁ ମଧ୍ୟ ଭାରତର ବିଭିନ୍ନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁନା ତସ୍କରୀର ନଜିର ରହିଛି । ବିଭିନ୍ନ ଉପାୟରେ ଆରବ ଦେଶରୁ ସୁନା ଭାରତକୁ ସ୍ମଗ୍ଲିଂ ହେବାରେ ଲାଗିଛି । ଯାହାକୁ ରୋକିବା ପାଇଁ କଷ୍ଟମ ଡିପାର୍ଟମେଣ୍ଟ ମଧ୍ୟ ପ୍ରସ୍ତୁତି ବଢାଇଛି । ବିଭିନ୍ନ ବିମାନ ବନ୍ଦରରେ ନିୟମିତ ସୁନା ଜବତ ମଧ୍ୟ ହେବାରେ ଲାଗିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.