ETV Bharat / bharat

ବଢିଲା ସୁନା ଦାମ, ଶସ୍ତା ହେଲା ରୂପା...ଜାଣନ୍ତୁ କେତେ

author img

By

Published : Oct 23, 2021, 12:01 PM IST

ବଢିଲା ସୁନା ଦାମ୍; ଶସ୍ତା ହେଲା ରୂପା, ଜାଣନ୍ତୁ କେତେ...
ବଢିଲା ସୁନା ଦାମ୍; ଶସ୍ତା ହେଲା ରୂପା, ଜାଣନ୍ତୁ କେତେ...

ଦେଶରେ ଚାଲିଛି ପାର୍ବଣ ଋତୁ । ଏହି ସମୟରେ ଗ୍ରାହକ ସୁନାଗହଣା କିଣିବାକୁ ଅଧିକ ଆଗ୍ରହୀ ହେଉଥିବାବେଳେ ବଢିଲା ସୁନା ଦାମ୍ । ଜାଣନ୍ତୁ କେତେ...

ନୂଆଦିଲ୍ଲୀ: ମହଙ୍ଗା ହେଲା ସୁନା । ଦେଶରେ ପାର୍ବଣ ଋତୁ ଚାଲିଥିବାରୁ ଭାରତୀୟ ମାର୍କେଟରେ ଧାତୁ ମୂଲ୍ୟ ଲଗାତାର ବୃଦ୍ଧି ପାଉଛି । ଲଗାତାର ତୃତୀୟ ଦିନ ଧରି ସୁନା ଦର ମହଙ୍ଗା ହୋଇଛି । ସେପଟେ କିନ୍ତୁ ରୂପା ଦର ସାମାନ୍ୟ ହ୍ରାସ ପାଇଛି । ଆଗକୁ ଧନତେରାସ ଥିବାରୁ ଆଗକୁ ମଧ୍ୟ ଏହି ବହୁମୂଲ୍ୟ ଅଳଙ୍କାର ଦାମରେ ଜବରଦସ୍ତ ବୃଦ୍ଧି ଘଟିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

India Bullion and Jewellers Associationର ତାଜା ରେଟ୍ ମୁତାବକ, ଶୁକ୍ରବାର ୯୯୯ ଶୁଦ୍ଧତା ବିଶିଷ୍ଟ ୨୪ କ୍ୟାରେଟ ସୁନା ରେଟ୍ ୧୭୨ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ବର୍ତ୍ତମାନ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭,୬୪୧ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ରେଟ ୧୦୯ ଟଙ୍କା କମିଛି । ଯାହାପରେ ବର୍ତ୍ତମାନ ରୂପା କେଜି ପିଛା ୬୪,୮୯୧ ଟଙ୍କା ରହିଛି ।

ନୂଆଦିଲ୍ଲୀରେ ବର୍ତ୍ତମାନ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୬୧୦ ଟଙ୍କା ଓ ୫୦, ୮୫୦ ଟଙ୍କା ରହିଥିବାବେଳେ ମୁମ୍ବାଇରେ ଏହା ଯଥାକ୍ରମେ ୪୬,୪୮୦ ଟଙ୍କା ଓ ୪୭,୪୮୦ ଟଙ୍କା ହୋଇଛି । ସେହିପରି ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୪,୧୮୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୭୧୦ ଟଙ୍କା ରହିଛି ।

ସପ୍ତାହରେ ଶନିବାର ଓ ରବିବାର ବ୍ୟତୀତ ପ୍ରତ୍ୟକ ଦିନ ସୁନା-ରୂପା ରେଟ୍ ଜାରି କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.