ETV Bharat / bharat

ଚମକିଲା ସୁନା; ରୂପା ମୂଲ୍ୟରେ ବି ହ୍ରାସ

author img

By

Published : Nov 18, 2021, 9:14 AM IST

ଚମକିଲା ସୁନା; ରୂପା ମୂଲ୍ୟରେ ବି ହ୍ରାସ
ଚମକିଲା ସୁନା; ରୂପା ମୂଲ୍ୟରେ ବି ହ୍ରାସ

ଶସ୍ତା ହେଲା ୨୪ କ୍ୟାରେଟ ସୁନା । ରୂପା ଦାମ ବି କମିଲା । ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଭାରତୀୟ bullion ମାର୍କେଟରେ ଖସିଲା ସୁନା-ରୂପା ଦର । ବୁଧବାର ୨୪ କ୍ୟାରେଟ ସୁନା ଦାମ ୪୯୨ ଟଙ୍କା ହ୍ରାସ ପାଇଛି । ଯାହାପରେ ସୁନା ଦର ୪୯, ୦୬୧ ଟଙ୍କା ହୋଇଛି । ସେହିପରି ରୂପା ମଧ୍ୟ ୫୦୮ ଟଙ୍କା କମିଛି । ବର୍ତ୍ତମାନ ରୂପା କେଜି ପିଛା ୬୬,୩୭୫ ଟଙ୍କାରେ ବିକ୍ରି ହେଉଛି । ଯାହାକି ପୂର୍ବରୁ ୬୬, ୮୮୩ ଟଙ୍କା ଥିଲା ।

Indian bullion and jewellers association ମୁତାବକ, ଗତ ସପ୍ତାହରେ ସୁନା ଏବଂ ରୂପା ଦାମ ବୃଦ୍ଧି ପାଇଥିଲା । ଗତ ୧୨ ତାରିଖ ଦିନ ୯୯୯ ଶୁଦ୍ଧତା ବିଶିଷ୍ଟ ସୁନା ମୂଲ୍ୟ ୪୯,୦୦୩ ଟଙ୍କା ଥିଲା । ଯାହା ବର୍ତ୍ତମାନ ୪୯, ୦୬୧ ଟଙ୍କାକୁ ଖସିଛି ।

ଗତ ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ଏହି ବହୁମୂଲ୍ୟ ଧାତୁ ଦାମ ବଢିଥିଲା । ୨୪ କ୍ୟାରେଟ ସୁନା ୪୯,୫୫୩ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା କେଜି ପିଛା ୬୬,୬୭୯ରେ ବିକ୍ରି ହୋଇଥିଲା । ବର୍ତ୍ତମାନ ବିବାହ ଋତୁ ଚାଲିଥିବାବେଳେ ସୁନା-ରୂପା ଦାମରେ ବୃଦ୍ଧି ଗ୍ରାହକଙ୍କୁ ନିରାଶ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.