ETV Bharat / bharat

ବିନ୍ଦି ଲଗାଇ ସ୍କୁଲକୁ ଯିବାରୁ ଦଣ୍ଡ, ଶିକ୍ଷୟିତ୍ରୀ ଚାପୁଡ଼ା ମାରିବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

author img

By

Published : Jul 12, 2023, 6:41 AM IST

ବିନ୍ଦି ଲଗାଇବା ଛାତ୍ରୀଙ୍କ ପାଇଁ ହେଲା କାଳ । ଶିକ୍ଷୟିତ୍ରୀଙ୍କଠୁ ଚାପୁଡା ଖାଇବା ପରେ ହାରିଲେ ଜୀବନ । ଅଧିକ ପଢନ୍ତୁ

Etv Bharat
Etv Bharat

ରାଞ୍ଚି: ହିନ୍ଦୁ ଘରର ଝିଅଟିଏ ମଥାରେ ବିନ୍ଦି ଲଗାଇବା ଅତି ସାଧାରଣ କଥା । ଏହି ନାଲି କି କଳା ରଙ୍ଗର ଟିପାଟିଏ କିଶୋରୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ । ହେଲେ ଏଠାରେ ବିନ୍ଦି ଲଗାଇ ସ୍କୁଲ ଯାଇଥିବାରୁ ଶିକ୍ଷୟିତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ଛାତ୍ରୀ । ଆଉ ଛାତ୍ରୀଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ପଛାଇଲେନି ଜନୈକ ଶିକ୍ଷୟିତ୍ରୀ । ଏହାପରେ ଅପମାନିତ ଛାତ୍ରୀ ଜଣକ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି । ଏପରି ଏକ ଆଶ୍ଚର୍ଯ୍ୟ ଓ ଦୁଃଖଦ ଘଟଣା ଝାଡ଼ଖଣ୍ଡ ଧାନବାଦ ଅଞ୍ଚଳରୁ ଆସିଛି ।

ଛାତ୍ରୀ ଜଣକ ଆତ୍ମହତ୍ୟା କରିବା ପରେ ସମ୍ପର୍କୀୟ ଓ ଗ୍ରାମବାସୀ ଧାରଣାରେ ବସିଛନ୍ତି । ଉତ୍ତେଜିତ ଗ୍ରାମବାସୀ ରାସ୍ତାରୋକ କରିବା ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଚାପୁଡ଼ା ମାରିଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି । ଧାନବାଦ ଜିଲ୍ଲାର ତେତୁଲମାରି ଥାନା ଅଞ୍ଚଳର ସେଣ୍ଟ୍‌ ଜାଭିଅର୍ସ ସ୍କୁଲରେ ଘଟିଛି ଏହି ଅଭାବନୀୟ ଘଟଣା । ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣକ ହନୁମାନଗଡି କଲୋନିର ଅଧିବାସୀ ହୋଇଥିବା ବେଳେ ଗତ ସୋମବାର ହିଁ ଜୀବନର ଚରମ ନିଷ୍ପତ୍ତି ନେଇଛି ଛାତ୍ରୀ ।

ଏହା ବି ପଢନ୍ତୁ- ମଥାରେ ଚନ୍ଦନ ଲଗାଇ ସ୍କୁଲ ଆସିବାକୁ ଶିକ୍ଷକଙ୍କ ବାରଣ, ଘନେଇଲା ବିବାଦ

ଗ୍ରାମବାସୀଙ୍କ କହିବା ଅନୁସାରେ ଗତକାଲି(ସୋମବାର) ଛାତ୍ରୀ ଜଣକ ବିନ୍ଦି ଲଗାଇ ସ୍କୁଲରେ ପହଞ୍ଚିଥିଲେ । ଏହାପରେ ବିଦ୍ୟାଳୟ ପରିସରରେ ଶିକ୍ଷୟିତ୍ରୀ ଜଣକ କାହିଁକି ବିନ୍ଦି ଲଗାଇ ସ୍କୁଲ ଆସିଛୁ ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଶିକ୍ଷୟିତ୍ରୀ ଜଣକ ଛାତ୍ରୀଙ୍କୁ ଚାପୁଡା ମାରିଥିଲେ । ସ୍କୁଲରୁ ଆସିବା ପରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ତେତୁଲମାରି ପୋଲିସ ଲାଗି ଏକ ସୁଇସାଇଡ ନୋଟ ଲେଖି ନିଜ ୟୁନିଫର୍ମରେ ରଖିଥିଲା । ପୋଲିସ ତଦନ୍ତ ବେଳେ ଏହାକୁ ଜବତ କରିଛି । ଛାତ୍ରୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟ ମୃତଦେହ ନେଇ ସ୍କୁଲ ଆଗରେ ଧାରଣାରେ ବସିଛନ୍ତି ।

ଫଳରେ ତେତୁଲମାରି ଥାନା ନିକଟ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଏନେଇ ସ୍ଥାନୀ ବାଉରି ସମାଜର ଜିଲ୍ଲା ଅଧ୍ୟକ୍ଷ କହିଛନ୍ତି ଯେ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଶିକ୍ଷୟିତ୍ରୀଙ୍କୁ ଗିରଫ କରିବା ଲାଗି ପୋଲିସ ନିକଟରେ ଦାବି କରିଛନ୍ତି । ସେପଟେ ପୋଲିସ ବିଦ୍ୟାଳୟର ପ୍ରିନ୍ସିପାଲ ଓ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ପ୍ରାଥମିକ ପର୍ଯ୍ୟାୟରେ ମାମଲା ରୁଜୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.