ETV Bharat / bharat

ପ୍ରେମକୁ ମାନିଲାନି ପରିବାର, ବିବାହ ଦିନ କନିଆଁ ଫେରାର

author img

By ETV Bharat Odisha Team

Published : Dec 8, 2023, 10:26 PM IST

ବିବାହ ଦିନ କନିଆଁ ଫେରାର
ବିବାହ ଦିନ କନିଆଁ ଫେରାର

ବିବାଦ ଦିନ ପ୍ରେମିକ ସହ ଘରୁ ଫେରାର ହେଲା କନ୍ୟା । ମନ୍ଦିରରେ ପ୍ରେମିକକୁ କଲେ ବିବାହ । ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା କହି ବାପାଙ୍କ ବିରୁଦ୍ଧରେ ଥାନାରେ କଲେ ଅଭିଯୋଗ । ଅଧିକ ପଢ଼ନ୍ତୁ

ବିବାହ ଦିନ କନିଆଁ ଫେରାର

ଲକ୍ଷ୍ନୌ: ମନ ଦେଇ ବସିଥିଲେ ଜଣକୁ । ହୃଦୟର ରାଜାକୁ ଗ୍ରହଣ କଲାଣି ପରିବାର । ଅନ୍ୟ ଜଣେ ଯୁବକଙ୍କ ସହ ବିବାହ କରିବା ପାଇଁ ଠିକ କରିଦେଲେ ପରିବାର ଲୋକେ । ବିବାହ ଦିନ ଫେରାର ହୋଇ ପ୍ରେମିକ ସହ ବିବାହ ରଚିଲା ପ୍ରେମିକା । ଏବେ ସୁରକ୍ଷା ଲୋଡି ପୋଲିସର ଦ୍ବାର ଖଟଖଟ୍‌ କରିଛନ୍ତି ପ୍ରେମୀ ଯୁଗଳ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ କୌଶାମ୍ବୀ ଜିଲ୍ଲା କରରୀ ଥାନ ଅଧୀନସ୍ଥ ଏକ ଗାଁର ଯିବତୀ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ସେ ତାଙ୍କ ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଦୁଇ ଜଣଙ୍କ ସମ୍ପର୍କକୁ ତାଙ୍କ ବାପା ବିରୋଧ କରୁଥିଲେ । ଏହାସହ ଅନ୍ୟ ଜଣେ ଯୁବକଙ୍କ ସହ ଯୁବତୀଙ୍କ ବିବାହ କରାଇ ଦେବାକୁ ଚାହୁଁଥିଲେ । ଏଥିପାଇଁ ଘରଲୋକ ବିବାହ ଅନ୍ୟ ଯାଗାରେ କରିବା ପାଇଁ ମଧ୍ୟ ସ୍ଥିର କରିଥିଲେ । ବିବାହ ଡିସେମ୍ବର 7 ତାରିଖ ଗୁରୁବାର ଦିନ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସେ ଅନ୍ୟ ପୁଅକୁ ବିବାହ କରିବାକୁ ଚାହୁଁନଥିଲେ । ଏହାପରେ ମଧ୍ୟ ଘରଲୋକ ଜବରଦସ୍ତ ବିବାହ କରିବା ପାଇଁ ସ୍ଥିର କରିଥିଲେ । ତେବେ ବିବାହ ଦିନ ସକାଳୁ ସେ ଘରୁ ପାଳାଇ ଫେରାର ହେବା ସହ ଏକ ମନ୍ଦିରରେ ନିଜ ପ୍ରେମିକ ସହ ବିବାହ କରିଥିଲେ । ମନ୍ଦିରରେ ସାତ ଫେରା ନେବା ପରେ ନିଜ ପ୍ରେମିକକୁ ନେଇ ଥାନାକୁ ଆସିଥିଲେ । ଏହାସହ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ବେଳେ ପୋଲିସକୁ ନିଜର ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଗୁହାରି କରିଥିଲେ । ସେପଟେ ଜୀବନରୁ ମାରିଦେବାର ଧମକ ଦଉଥିବାରୁ ନିଜ ବାପାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ଯୁବତୀ ।

ଏହା ମଧ୍ୟ ପଢ଼ନ୍ତୁ.....ବିବାହ ମଣ୍ଡପରୁ ପ୍ରେମିକ ସହ କନ୍ୟା ଫେରାର, ଆତ୍ମହତ୍ୟା ଉଦ୍ୟମ କଲା ବର

ତେବେ ଏନେଇ ସର୍କଲ ଅଫିସର ଅଭିଷେକ ସିଂହ କହିଛନ୍ତି, "ପ୍ରେମୀ ଯୁଗଳ ମନ୍ଦିରରେ ବିବାହ କରୁଥିବାର ଏକ ଭିଡିଓ ଆସିଥିଲା । ତଦନ୍ତ ପରେ ଜଣା ପଡିଥିଲା ଯେ, ଦୁଇ ଜଣ କରରୀ ଥାନା ଅଞ୍ଚଳର ବାସିନ୍ଦା । ଦୁହେଁ ଗୋଟିଏ ଗାଁର ହୋଇଥିବା ବେଳେ ଗୋଟିଏ ସମ୍ପ୍ରଦାୟର ମଧ୍ୟ ଥିଲେ । ଏହାସହ ଦୁହେଁ ସାବାଳକ ଥିଲେ । ଆଜି ଅନ୍ୟ ଏକ ଯାଗାରେ ଯୁବତୀଙ୍କ ବିବାହ ପାଇଁ ସ୍ଥିର କରିଥିଲେ ଯୁବତୀଙ୍କ ପରିବାର ଲୋକ । କିନ୍ତୁ ଯୁବତୀ ଜଣଙ୍କ ଘରୁ ପଳାଇ ଏକ ମନ୍ଦିରରେ ନିଜ ପ୍ରେମିକକୁ ବିବାହ କରିଥିଲେ । ଯାହାକୁ ନେଇ ଯୁବତୀଙ୍କ ବାପା ଏଥିରେ ରାଜି ନଥିଲେ । ଏହି ଘଟଣା ଜାଣିବା ପରେ ଯୁବତୀ ଏବଂ ବରପକ୍ଷ ଲୋକ ମଧ୍ୟ ଥାନାରେ ପହଞ୍ଚିଥିଲେ । କିନ୍ତୁ ପୋଲିସ ଦୁଇ ପକ୍ଷକୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡିଥିଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.