ETV Bharat / bharat

Gaganyaan Mission: ଟ୍ରାଏଲ ଫେଜରେ ମହାକାଶ ଯାତ୍ରା କରିବ ମହିଳା ରୋବଟ

author img

By ETV Bharat Odisha Team

Published : Aug 26, 2023, 8:31 PM IST

ମାନବ ମହାକାଶ ମିଶନ ‘ଗଗନଯାନ’ର ଟ୍ରାଏଲ ଫେଜରେ ମହାକାଶ ଯାତ୍ରା କରିବ ମହିଳା ରୋବଟ । ନାମ ରହିବ ଭୌମିତ୍ରା । 2025 ସୁଦ୍ଧା ମାନବ ମହାକାଶଚାରୀ ପଠାଇବ ଇସ୍ରୋ । ଅଧିକ ପଢନ୍ତୁ

ଟ୍ରାଏଲ ଫେଜରେ ମହାକାଶ ଯାତ୍ରା କରିବ ମହିଳା ରୋବଟ
ଟ୍ରାଏଲ ଫେଜରେ ମହାକାଶ ଯାତ୍ରା କରିବ ମହିଳା ରୋବଟ

ନୂଆଦିଲ୍ଲୀ: ଭାରତର ବହୁପ୍ରତୀକ୍ଷିତ ମାନବ ମହାକାଶ ମିଶନ ‘ଗଗନଯାନ’ର ପ୍ରଥମ ତଥା ଟ୍ରାଏଲ ଫେଜରେ ମହାକାଶକୁ ପ୍ରେରଣ ହେବ ମହିଳା ରୋବଟ । ଏହି ରୋବଟ ମାନବର ଏକ ସମ୍ପୂର୍ଣ୍ଣ ପ୍ରତିକୃତି ହେବ । ଯାହାର ନାମ ଭୌମିତ୍ରା 'Vyommitra' ରହିବା ନେଇ ସୂଚନା ଦେଇଛନ୍ତି, କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଜିତେନ୍ଦ୍ର ସିଂ ।

ମନ୍ତ୍ରୀ ସିଂ କହିଛନ୍ତି, ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଏହି ମିଶନ ଆରମ୍ଭ କରାଯିବ । ମହାକାଶକୁ ମାନବ ମହାକାଶଚାରୀ ପ୍ରେରଣ କରି ସେମାନଙ୍କୁ ସୁରକ୍ଷିତ ଭୂପୃଷ୍ଠକୁ ଫେରାଇବା ଏହି ମିଶନର ଲକ୍ଷ୍ୟ । ତେବେ ପ୍ରଥମ ପର୍ଯ୍ୟାୟରେ ମାନବ ସଦୃଶ୍ୟ ରୋବଟ ମହାକାଶଚାରୀ ପ୍ରେରଣ ହେବ । ଏହି ଅତ୍ୟାଧୁନିକ ରୋବଟ ମନ୍ୟୁଷ ପରି ସମସ୍ତ କାର୍ଯ୍ୟ କରିବା ପାଇଁ ସକ୍ଷମ ହେବ । ଏହାର ନାମ ଭୌମିତ୍ରା ରହିବା ନେଇ ମନ୍ତ୍ରୀ ସିଂ କହିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ମହାକାଶକୁ ମାନବ ମହାକାଶଚାରୀ ପ୍ରେରଣ କରାଯିବ ।

ଆହୁରି ମଧ୍ୟ ସେ କହିଛନ୍ତି, ଏହି ମିଶନ ବହୁପୂର୍ବରୁ ଆରମ୍ଭ କରାଯାଇ ସାରିଥିବା ବେଳେ କୋଭିଡ ମହାମାରୀ ପାଇଁ ବିଳମ୍ବିତ ହୋଇଥିଲା । ଏବେ ଏହାରୁ ତ୍ବରିତ କରାଯାଉଛି । ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ସୁଦ୍ଧା ଏହି ମିଶନର ଟ୍ରାଏଲ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଏହି ସମସ୍ତ ଟ୍ରାଏଲ ପ୍ରକ୍ରିୟା ଶେଷ କରିବା ପରେ 2024 କିମ୍ବା 25 ରେ ଶେଷ ସୁଦ୍ଧା ମାନବ ମହାକାଶଚାରୀଙ୍କୁ ମହାକାଶ ପଠାଯିବ । ସେମାନେ ମହାକାଶରେ ଗବେଷଣା କରିବା ସହ ପୁଣି ସୁରକ୍ଷିତ ଭୂପୃଷ୍ଠକୁ ଫେରାଇବା ଏହି ମିଶନର ମୁଖ୍ୟ ଲକ୍ଷ୍ୟ ।

ଏହା ମଧ୍ୟ ପଢନ୍ତୁ :-Launch of Aditya-L1: ଚନ୍ଦ୍ର ପରେ ସୂର୍ଯ୍ୟ ମିଶନ, ସେପ୍ଟେମ୍ବର 2ରେ ଲଞ୍ଚ ହେବ Aditya-L1

ଏବେ ସୁଦ୍ଧା ମହାକାଶକୁ ମାନବ ମହାକାଶଚାରୀ ପ୍ରେରଣ କରିବାରେ 3 ବିକଶିତ ଦେଶ ସଫଳତା ହାସଲ କରିଛନ୍ତି । ଆମେରିକା, ଋଷ ଓ ଚୀନ ଏହି ତାଲିକାରେ ପୂର୍ବରୁ ସାମିଲ ଥିବା ବେଳେ ଭାରତ ମାନବ ମହାକାଶଚାରୀ ସଫଳତାର ସହ ପ୍ରେରଣ କରିବାରେ ସଫଳ ହେଲେ ବିଶ୍ବର 4ର୍ଥ ରାଷ୍ଟ୍ର ଭାବେ ମାନ୍ୟତା ହାସଲ କରିବ । ଏବେ ଏବେ ଚନ୍ଦ୍ର ଅଭିଯାନରେ ଐତିହାସିକ ସଫଳତା ହାସଲ କରିଛି ଭାରତ । ଚନ୍ଦ୍ରର ଅଣଆବିସ୍କୃତ ଦକ୍ଷିଣ ମେରୁରେ ଲ୍ୟାଣ୍ଡର ଅବତରଣ କରିବା ପରେ ରୋଭର ଏବେ ଗବେଷଣା ଜାରି ରଖିଛି । ଇସ୍ରୋ ସୂତ୍ରରୁ ମିଳିଥିବା ସୂତ୍ର ଅନୁସାରେ, ରୋଭର ‘ପ୍ରଜ୍ଞାନ’ ଏବେ ସୁଦ୍ଧା ଲ୍ୟାଣ୍ଡିଂ ସ୍ଥାନରୁ ପ୍ରାୟ 8 ମିଟର ପରିମିତ ସ୍ଥାନ ପରିକ୍ରମା କରିସାରିଲାଣି । ଏହା ଲଗାତର ସୂଚନା ମଧ୍ୟ ପଠାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.