ETV Bharat / bharat

ଦୁଇ ଡୋଜ ଟିକା ନେଇଥିବା ପର୍ଯ୍ୟଟକ ଆଜିଠୁ ବୁଲିପାରିବେ ସିକିମ

author img

By

Published : Jul 5, 2021, 8:37 AM IST

କୋଭିଡର ଦୁଇଡୋଜ ଟିକା ନେଇଥିବା ସମସ୍ତ ପର୍ଯ୍ୟଟକଙ୍କୁ ଆଜିଠୁ ସିକିମ ବୁଲିବାକୁ ଅନୁମତି ଦେଇଛନ୍ତି ସିକିମ ସରକାର । ଅଧିକ ପଢନ୍ତୁ...

ଦୁଇ ଡୋଜ ଟିକା ନେଇଥିବା ପର୍ଯ୍ୟଟକ ଆଜିଠାରୁ ବୁଲିପାରିବେ ସିକିମ
ଦୁଇ ଡୋଜ ଟିକା ନେଇଥିବା ପର୍ଯ୍ୟଟକ ଆଜିଠାରୁଦୁଇ ଡୋଜ ଟିକା ନେଇଥିବା ପର୍ଯ୍ୟଟକ ଆଜିଠାରୁ ବୁଲିପାରିବେ ସିକିମ ବୁଲିପାରିବେ ସିକିମ

ଗ୍ୟାଙ୍ଗଟକ: କୋରୋନା ବିରୋଧରେ ସମଗ୍ର ଦେଶରେ ଜାରି ରହିଛି ଟୀକାକରଣ ଅଭିଯାନ । ଦେଶରେ ଜୋରସୋର ଆଗେଇ ଚାଲିଛି ଲୋକଙ୍କୁ ଟିକା ପ୍ରଦାନ । ଏବେ ସୁଦ୍ଧା ଦେଶରେ ପାଖାପାଖି ପ୍ରାୟ ଲୋକ ଦୁଇ ଜୋଜ ଲେଖାଏଁ ଟିକା ନେଇ ସାରିଛନ୍ତି । କୋଭିଡର ଦୁଇଡୋଜ ଟିକା ନେଇଥିବା ସମସ୍ତଙ୍କୁ ଆଜିଠୁ ସିକିମ ବୁଲିବାକୁ ଅନୁମତି ଦେଇଛନ୍ତି ସିକିମ ସରକାର ।

କୋରୋନା ସଂକ୍ରମଣ ବଢିବା କାରଣକୁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ସିକିମକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲେ ସିକିମ ସରକାର । ରାଜ୍ୟ ଗୃହ ବିଭାଗ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଯେଉଁମାନଙ୍କର ଉଭୟ ଡୋଜ୍ ଆଣ୍ଟି-କୋଭିଡ୍ ଟିକା ନେଇଥିବେ ସେମାନେ ରାଜ୍ୟକୁ ଆସିପାରିବେ । ବିଜ୍ଞପ୍ତି ଅନୁଯାୟୀ, ସେମାନେ ପୂର୍ବ ସିକିମର ରଙ୍ଗପୋ ଏବଂ ଦକ୍ଷିଣ ସିକିମର ମେଲି ଦେଇ ରାଜ୍ୟକୁ ପ୍ରବେଶ କରିପାରିବେ । କିନ୍ତୁ ସେମାନଙ୍କୁ ସୀମାରେ ଟୀକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ଆଜିଠାରୁ 50 ପ୍ରତିଶତ କ୍ଷମତା ସହିତ ହୋଟେଲ, ଗେଷ୍ଟ ହାଉସ୍ ଏବଂ ହୋମ୍ ଷ୍ଟ୍ରେ ଚଳାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏହା ସହିତ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସରକାର । ସମ୍ପୂର୍ଣ୍ଣ କ୍ଷମତା ସପିଙ୍ଗ ମଲ, ସୋରୁମ ଏବଂ ଦୋକାନ ଖୋଲିବାକୁ ଅନୁମତି ମିଳିଛି ।

ସିକିମ ଅର୍ଥନୀତିର ମେରୁଦଣ୍ଡ ହେଉଛି ପର୍ଯ୍ୟଟନ ଶିଳ୍ପ । ଏହାକୁ ପୁଃନ ଖୋଲାଯିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ଅନେକ ବ୍ୟବସାୟୀ ସ୍ବାଗତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.