ETV Bharat / bharat

ଅସହ୍ୟ କଲା କେଶଝଡା, ଜୀବନ ହାରିଲେ ଯୁବତୀ

author img

By

Published : Jul 3, 2022, 8:47 AM IST

ମୁଣ୍ଡରୁ କେଶ ଝଡିବାରୁ ଆତ୍ମହତ୍ୟା କଲେ ଯୁବତୀ
ମୁଣ୍ଡରୁ କେଶ ଝଡିବାରୁ ଆତ୍ମହତ୍ୟା କଲେ ଯୁବତୀ

ଅଧିକ ମାତ୍ରାରେ କେଶ ଝଡିବାରୁ ଆତ୍ମହତ୍ୟା କଲେ ଯୁବତୀ । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ରାଘବେନ୍ଦ୍ର ଏକ୍ସଟେନସନରେ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କେଶ ଝଡିବାକୁ ନେଇ ପ୍ରାୟତଃ ସମସ୍ତେ ଚିନ୍ତାରେ ଥାନ୍ତି । ଏଥିପାଇଁ ଅନେକ ପ୍ରକାର ମେଡିସିନ, ଅଏଲ ଓ ଉପଚାର କରନ୍ତି । କିନ୍ତୁ ଏତେ ସବୁ ପରେବି କେଶ ଝଡିବା ବନ୍ଦ ନ ହେବାରୁ ଶେଷରେ ଆତ୍ମହତ୍ୟାର ବାଟକୁ ଆପଣାଇ ନେଲେ ଜଣେ ଯୁବତୀ । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ରାଘବେନ୍ଦ୍ର ଏକ୍ସଟେନସନରେ । ଅଧିକ ମାତ୍ରାରେ କେଶ ଝଡିବାରୁ କାବ୍ୟାଶ୍ରୀ ନାମକ ଜଣେ ଯୁବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ସୂଚନାଅନୁଯାୟୀ, ଯୁବତୀଙ୍କ ବହୁ ମାତ୍ରାରେ କେଶ ଝଡିବାରୁ ସେ ଚିନ୍ତାରେ ଥିଲେ । ଅନେକ ଚିକିତ୍ସା ସତ୍ତ୍ବେ କୌଣସି ପରିବର୍ତ୍ତନ ନଆସିବାରୁ ଘରେ କେହି ନଥିବା ସମୟରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏନେଇ ନାଜାରବାଦ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.