ETV Bharat / bharat

ସିଂଘୁ ବର୍ଡରରେ ମାଗଣାରେ କଟାଯାଉଛି ଚାଷୀଙ୍କ ଚୁଟି

author img

By

Published : Dec 13, 2020, 5:35 PM IST

free hair cut for farmers at singhu border in sonipat
ସିଂଘୁ ବର୍ଡରରେ ମାଗଣାରେ କଟାଯାଉଛି ଚାଷୀଙ୍କ ଚୁଟି

ସିଂଘୁ ବର୍ଡରରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଆନ୍ଦୋଳନରତ ଚାଷୀଙ୍କ ମାଗଣାରେ ଚୁଟି କାଟିବା ସେବା ଯୋଗାଉଛନ୍ତି ପଞ୍ଜାବର ଜଣେ ବାରିକ। ଅଧିକ ପଢନ୍ତୁ...

ଚଣ୍ତିଗଡ: କୃଷି ଆଇନକୁ ବିରୋଧ କରି ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ସରକାର କୃଷକଙ୍କ ଦାବିକୁ ମାନୁନଥିବାରୁ ଚାଷୀମାନେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚାହୁଁଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ବିଭିନ୍ନ ସଂଗଠନ ମଧ୍ୟ ସହଯୋଗର ହାତ ବଢାଉଛନ୍ତି ।

ସିଂଘୁ ବର୍ଡରରେ ମାଗଣାରେ କଟାଯାଉଛି ଚାଷୀଙ୍କ ଚୁଟି

ତେବେ ସିଂଘୁ ବର୍ଡରରେ ଚାଲିଥିବା ଏହି ଆନ୍ଦୋଳନରେ ପଞ୍ଜାବର ଜଣେ ସେଲୁନ ମାଲିକ (ବାରିକ) ଆନ୍ଦୋଳନରତ ଚାଷୀଙ୍କ ମାଗଣାରେ ଚୁଟି କାଟିବା ସହ ସେବା ଯୋଗାଉଛନ୍ତି । ସେଲୁନର ମାଲିକ କହିଛନ୍ତି ଯେ, କୃଷକଙ୍କ ସହିତ ଆନ୍ଦୋଳନର ପ୍ରଥମ ଦିନରୁ ହିଁ ରହିଛୁ । ଆଗକୁ ମଧ୍ୟ ରହିବୁ । ଯେ ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନର ସମାଧାନ ନ ହୋଇଛି, ସେ ପର୍ଯ୍ୟନ୍ତ ଚାଷୀଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.