ETV Bharat / bharat

ସ୍ବାମୀଙ୍କ ପରେ ଚାଲିଗଲେ ସ୍ତ୍ରୀ, କୋରୋନାରେ ଶାନ୍ତି ପାହାଡିଆଙ୍କ ପରଲୋକ

author img

By

Published : May 23, 2021, 12:31 PM IST

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ମୃତ୍ୟୁ ପରେ ପତ୍ନୀ ଶାନ୍ତି ପାହାଡିଆଙ୍କ ଦେହାନ୍ତ
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ମୃତ୍ୟୁ ପରେ ପତ୍ନୀ ଶାନ୍ତି ପାହାଡିଆଙ୍କ ଦେହାନ୍ତ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତର ଦୁଇ ଦିନ ପରେ କୋରୋନାରେ ପ୍ରାଣ ହରାଇଲେ ପତ୍ନୀ ଶାନ୍ତି ପାହାଡିଆ । ଅଧିକ ପଢନ୍ତୁ...

ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତର ଦୁଇ ଦିନ ପରେ ତାଙ୍କ ପତ୍ନୀ ଶାନ୍ତି ପାହାଡିଆଙ୍କର ମଧ୍ୟ ପରଲୋକ ଘଟିଛି । କୋରୋନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ତାଙ୍କର ଏହି ବିୟୋଗରେ ରାଜ୍ୟପାଳ କଲରାଜ ମିଶ୍ର, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପିସିସି ମୁଖ୍ୟ ଗୋବିନ୍ଦ ଦୋଟାସାରା, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

ଶାନ୍ତି ପାହାଡିଆ ପୂର୍ବରୁ 2 ଥର ରାଜ୍ୟସଭା ସାଂସଦ ଓ 2 ଥର ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ଆଜି ଅପରାହ୍ନରେ ଗୁରୁଗ୍ରାମର ସେକ୍ଟର 32ରେ ତାଙ୍କର ଶେଷକୃତ୍ୟ କରାଯିବ । ମେ 20ରେ ସ୍ବାମୀ ଜଗନ୍ନାଥ ପାହାଡିଆ ମଧ୍ୟ କୋରୋନାରେ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.