ETV Bharat / bharat

ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Dec 15, 2023, 8:47 AM IST

Rajasthan Family Mass Suicide: ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର । କୌଣସି କାରଣକୁ ବାପାମାଆ ସହ ୩ ଛୁଆଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଗୋଟିଏ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ
ଗୋଟିଏ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

ଜୟପୁର(ରାଜସ୍ଥାନ): ରାଜସ୍ଥାନର ବିକାନେରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ ଏବଂ ତାଙ୍କର ୩ଟି ସନ୍ତାନ । ସମସ୍ତଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । କୌଣସି କାରଣକୁ ନେଇ ସେହି ଦମ୍ପତି ଚାପଗ୍ରସ୍ତ ଥିଲେ । ଏହି କାରଣରୁ ନିଜର ୩ ପିଲାଙ୍କ ସହ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ମୃତକ ହେଲେ ୪୫ ବର୍ଷୀୟ ହନୁମାନ ସୋନି ତାଙ୍କର ପତ୍ନୀ, ଦୁଇ ପୁଅ ଏବଂ ଗୋଟିଏ ଝିଅ । ହନୁମାନ ବିକାନେର ଜିଲ୍ଲା ମୁକ୍ତପ୍ରସାଦ ଥାନା ଅନ୍ତର୍ଗତ ଅନ୍ତୋଦୟନଗରରେ ଭଡାଘରେ ରହୁଥିଲେ । କୁହାଯାଉଛି ଯେ, ଏହି ପରିବାର କୌଣସି କାରଣକୁ ନେଇ ଦୀର୍ଘ ଦିନ ଧରି ଚାପଗ୍ରସ୍ତ ଥିଲେ । ଏହାକୁ କେନ୍ଦ୍ରକରି ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ କେଉଁ କାରଣ ପାଇଁ ପୁରା ପରିବାର ଆତ୍ମହତ୍ୟା ଭଳି ଏତେ ବଡ଼ ପଦକ୍ଷେପ ଉଠାଇଲେ, ତାହା ସଠିକ୍ ଭାବେ ଜଣାପଡିନି । ଗୁରୁବାର ଦିନ ପୋଲିସ ଘର ଭିତରୁ ୫ ଜଣଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବିକାନେରର ପିବିଏମ ହସ୍ପିଟାଲକୁ ପଠାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: କାଶୀରେ ଚରମ ନିଷ୍ପତ୍ତି ନେଲା ପରିବାର, ଜୀବନ ହାରିବା ପଛରେ ଋଣ

ଏହା ମଧ୍ୟ ପଢନ୍ତୁ: ଯୌତୁକରେ ବର ଘର ମାଗୁଥିଲେ BMW, ଜୀବନ ହାରିଲେ ଡାକ୍ତରୀ ଛାତ୍ରୀ

ତେବେ ଏହି ପରିବାର ଦୁଇ ଦିନ ପୂର୍ବରୁ ଜୀବନ ହାରିଥିବା ଅନୁମାନ କରାଯାଉଛି । କାରଣ ଦିନ ଦୁଇ ଦିନ ପୂର୍ବରୁ ଘର ମାଲିକ ତାଙ୍କ ଘରକୁ ଯାଇଥିଲେ । ହେଲେ କେହି ଗେଟ୍ ନଖୋଲିବାରୁ ସେ ଫେରି ଯାଇଥିଲେ । ଏହାପରେ ସେ ହନୁମାନଙ୍କୁ ଫୋନ କରିଥିଲେ । କିନ୍ତୁ କୌଣସି ଉତ୍ତର ମିଳିନଥିଲା । ଏନେଇ ସେ ମୃତକଙ୍କ ପରିବାରକୁ ଖବର ଦେବାରୁ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । କବାଟ ଭାଙ୍ଗି ଘର ଭିତରେ ପଶିବାରୁ ୫ ଜଣଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା ।

ସାରା ଦେଶରେ ଆତ୍ମହତ୍ୟା ଜନିତ ମୃତ୍ୟୁ ଉଦବେଗଜନକ ହାରରେ ବଢ଼ି ଚାଲିଛି । ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ଆତ୍ମହତ୍ୟା ପ୍ରବଣତା ଦେଖାଯାଉଛି । ପ୍ରେମରେ ପ୍ରତାରଣା ହେଉ ଅବା କ୍ୟାରିଅରରେ ବିଫଳତା ପାଇଁ ମୃତ୍ୟୁକୁ ବାଛି ନେଉଛନ୍ତି ଯୁବଗୋଷ୍ଠୀ । ସାମାନ୍ୟ କଥାରେ ଜୀବନକୁ ଖେଳ ଭାବି ନିମିଷକରେ ଶେଷ କରି ଦେଉଛନ୍ତି । ଏଇ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶରେ ରାଜସ୍ଥାନ ଭଳି ଅନୁରୂପ ଘଟଣା ଘଟିଥିଲା । ଋଣବୋଝ ସହି ନପାରି ଜଣେ ଦମ୍ପତିଙ୍କ ସମେତ ତାଙ୍କର ଦୁଇ ପୁଅ ଜୀବନ ହାରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.