ETV Bharat / bharat

ହାତପାଆନ୍ତାରେ ପାଇବେ ଫିଟନେସ ଟିପସ୍‌, ମୋବାଇଲ ଆପ ଲଞ୍ଚ କଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ

author img

By

Published : Aug 29, 2021, 8:16 PM IST

Fit India Mobile App launched by Union Sports Minister Anurag Thakur
ଫିଟ ଇଣ୍ଡିଆ ମୋବାଇଲ ଆପ ଲଞ୍ଚ କଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର

ଫିଟ ଇଣ୍ଡିଆ ମୋବାଇଲ ଆପ ଲଞ୍ଚ କଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର। ଏହି ଅବସରରେ ସ୍କିପିଂ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ସମସ୍ତଙ୍କୁ ପ୍ରତ୍ୟେକ ଦିନ ନିଜ ଶରୀର ପାଇଁ ୩୦ ମିନିଟ ସମୟ ଦେବା ପାଇଁ ସେ କହିଛନ୍ତି। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଲଞ୍ଚ ହେଲା ଫିଟ ଇଣ୍ଡିଆ ମୋବାଇଲ ଆପ । ଭାରତ ସରକାରଙ୍କ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମରେ ଆଜି ମୋବାଇଲ ଆପ ଲଞ୍ଚ କରିଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ସମସ୍ତଙ୍କୁ ପ୍ରତ୍ୟେକ ଦିନ ନିଜ ଶରୀର ପାଇଁ ୩୦ ମିନିଟ ସମୟ ଦେବା ଜରୁରୀ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି।

ଫିଟ ଇଣ୍ଡିଆ ମୋବାଇଲ ଆପ ଲଞ୍ଚ କଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର

ଆଜି ହେଉଛି କ୍ରୀଡା ଦିବସ । ଉପଯୁକ୍ତ ଶରୀର ଗଠନ ସହ ନିରୋଗ ରହିବା ପାଇଁ ବ୍ୟାୟାମ ଅପରିହାର୍ଯ୍ୟ। ଦେଶବାସୀଙ୍କୁ ଫିଟନେସ ପ୍ରତି ଆକୃଷ୍ଟ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସମୟରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ସରକାର । ଏହି ପରିପ୍ରେକ୍ଷୀରେ ଆଜି କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଫିଟ ଇଣ୍ଡିଆ ମୋବାଇଲ ଆପ ଲଞ୍ଚ କରିଛନ୍ତି । ଏହି ଆପ ମାଧ୍ୟମରେ ଲୋକେ ବିଭିନ୍ନ ଫିଟନେସ ଟିପସ ପାଇବା ସହ ଲୋକଙ୍କ ପାଖରେ ଆଦୃତ ହେବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବ। 'ଫିଟନେସ କା ଡୋଜ ଆଧାଘଣ୍ଟା ରୋଜ' ସ୍ଲୋଗାନ ଦେଇଛନ୍ତି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର। ଏହି ଅବସରରେ ମଧ୍ୟ ସ୍କିପିଂ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ସମସ୍ତଙ୍କୁ ପ୍ରତ୍ୟକ ଦିନ ନିଜ ଶରୀର ପାଇଁ ୩୦ ମିନିଟ ସମୟ ଦେବା ଜରୁରୀ ବୋଲି କ୍ରୀଡା ମନ୍ତ୍ରୀ କହିଛନ୍ତି । ଏହି ବୈଠକରେ ଭାରତ ସରକାର କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନୀଶିଥ ପ୍ରମାଣିକ ମଧ୍ୟ ଯୋଗ ଦେଇଥିଲେ।

ସୂଚନାଥାଉକି ମୋଦି ସରକାରଙ୍କ ୨.୦ରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୨୦୧୯ ଅଗଷ୍ଟ ୨୯ କ୍ରୀଡା ଦିବସରେ ଆରମ୍ଭ କରାଯାଇଛି ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ନିକଟକୁ ଫିଟନେସର ବାର୍ତ୍ତା ପହଞ୍ଚାଇବା ସହ ଫିଟନେସ ଲୋକଙ୍କ ଏକ ଦୈନନ୍ଦିନ ଜୀବନରେ ପାର୍ଟ ଭାବରେ ଜଡିତ କରିବା । ଫିଟ ଇଣ୍ଡିଆକୁି ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.