ETV Bharat / bharat

ଓକିଲ ସୁରକ୍ଷାକର୍ମୀଙ୍କ ମଧ୍ୟରେ କଥା କଟାକଟି, ପୁଣି ରୋହିଣୀ କୋର୍ଟ ଆଗରେ ଫୁଟିଲା ଗୁଳି

author img

By

Published : Apr 22, 2022, 11:17 AM IST

Firing
କୋର୍ଟ ଆଗରେ ଫୁଟିଲା ଗୁଳି

କୋର୍ଟ ଆଗରେ ଫୁଟିଲା ଗୁଳି । ଜାତୀୟ ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟ ଆଗରେ ସମୟ ପାଖାପାଖି 10ଟା ଗୁଳି ଫୁଟିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରୋହିଣୀ କୋର୍ଟ ଆଗରେ ପୁଣି ଫୁଟିଲା ଗୁଳି । ଜାତୀୟ ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟ ଆଗରେ ସମୟ ପାଖାପାଖି 10ଟା ଗୁଳି ଫୁଟିଛି । ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଫୁଟିଛି ଗୁଳି । ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।

ସୂଚନାଅନୁସାରେ, କୋର୍ଟ ଫାଟକ ବାହରେ ଜଣେ ଆଇନଜୀବୀ ଓ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ କୌଣସି କାରଣ ନେଇ ଯୁକ୍ତିତର୍କ ହୋଇଥିଲା । ଦୁହିଁଙ୍କ ମଧ୍ୟ କଥା କଟାକଟି ବଢିବାକୁ ଲାଗିଲା । ତାଙ୍କ ପାଟି ଶୁଣି ଅନ୍ୟ 2 ରୁ 3ଜଣ ଓକିଲ ସେଠି ପହଞ୍ଚିଥିଲେ । ଧୀରେ ଧୀରେ ଯୁକ୍ତିତର୍କକୁ ନେଇ ଉତ୍ତେଜନା ବଢିଥିଲା । ଫଳରେ ରାଗି ଯାଇ ସିକ୍ୟୁରିଟି ଗାର୍ଡ ଗୁଳି ଚଳାଇଥିଲେ । ଏଥିରେ କେହି ଆହତ ହୋଇନାହାନ୍ତି । ଅଧିକ ସୂଚନା ପାଇଁ ଯୋଡି ହୋଇ ରୁହନ୍ତୁ ଇଟିଭି ଭାରତ ସହ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.