ETV Bharat / bharat

ଭାରତ ବଜାରରେ ସାମସଙ୍ଗ ଗାଲେକ୍ସି M12,ଜାଣନ୍ତୁ କଣ ରହିଛି ଫିଚର

author img

By

Published : Mar 14, 2021, 7:20 AM IST

ସାମସଙ୍ଗ ଗାଲେକ୍ସି M12
ସାମସଙ୍ଗ ଗାଲେକ୍ସି M12

ସାମସଙ୍ଗ ଏହାର ଏମ- ସିରିଜର ଏକ ନୂତନ ସ୍ମାର୍ଟଫୋନ୍, ଗାଲାକ୍ସି M12 ଭାରତରେ ଲଞ୍ଚ କରିଛି | ସାମସଙ୍ଗ ଗାଲାକ୍ସି M12ର କେତେକ ବୈଶିଷ୍ଟ ରହିଛି । ଜାଣନ୍ତୁ କଣ ରହିଛି ଫିଚର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତ ବଜାରକୁ ଆସିଲା ସାମସଙ୍ଗର ନୂଆ ଏମ ସରିଜ ଗାଲେକ୍ସି ଏମ12 । ଏହି ସ୍ମାର୍ଟଫୋନରେ 48ଏମପି କ୍ୟାମେରା ସହିତ 90Hz ରିଫ୍ରେସ ରେଟ ପ୍ରର୍ଦଶିତ ଡିସପ୍ଲେ ରହିଛି । ସାମସଙ୍ଗ ଗାଲେସ୍କି ଏମ12 ଦୁଇ ପ୍ରକାରର ରହିଛି ।

ସାମସଙ୍ଗ ଗାଲେକ୍ସି M12
ସାମସଙ୍ଗ ଗାଲେକ୍ସି M12

ଗୋଟିଏର 4ଜିବି ମେମୋରି ସହିତ 64ଜିବି ଷ୍ଟୋରେଜ ରହିଥିବା ବେଳେ ତାହାର ମୂଲ୍ୟ 10,990 ରହିଛି । ଅନ୍ୟଟିରେ 6ଜିବି ମେମୋରୀ ସହିତ 128ଜିବି ଷ୍ଟୋରେଜ ରହିଛି ଯାହାର ମୂଲ୍ୟ 13,499 ରହିଛି । ଗାଲେକ୍ସି ଏମ ସିରିଜ 2019ରୁ ଆରମ୍ଭ ହୋଇ ଦୁଇ ବର୍ଷ ପୂରଣ କରିଛି ।

ସାମସଙ୍ଗ ଗାଲେକ୍ସି M12
ସାମସଙ୍ଗ ଗାଲେକ୍ସି M12

ଗ୍ରାହାକଙ୍କ ଆବଶ୍ୟକତାକୁ କେନ୍ଦ୍ର କରି ଏହାକୁ ଡିଜାଇନ କରାଯାଇଛି । ଏହି ସିରିଜର ନୂତନ ସଂସ୍କରଣ ଗାଲେକ୍ସି 12 ହେଉଛି ମୋନଷ୍ଟର ଲୋଡେଡ । ଏହା ଆମ ଯୁବକ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ସାମସଙ୍ଗ ଇଣ୍ଡିଆ ମୋବାଇଲ୍ ମାର୍କେଟିଂର ବରିଷ୍ଠ ନିର୍ଦ୍ଦେଶକ ତଥା ମୁଖ୍ୟ ଆଦିତ୍ୟ ବାବର ଏକ ବିବୃତ୍ତିରେ କହିଛନ୍ତି ।

ଗାଲେକ୍ସି ଏମ 12ର ଫିଚର

.ଏଥିରେ 6.3 ଇଞ୍ଚ HD+(720x1,600 ପିକ୍ସେଲ) TFT ଇନଫିନିଟି-ଭି ଡିସପ୍ଲେ 20: 9 ଅନୁପାତ ରହିଛି ।

.ସ୍ମାର୍ଟଫୋନଟିରେ 6G ମେମୋରି ସହିତ Exynos 850 SoC ଦ୍ବାରା ଶକ୍ତି ପ୍ରାପ୍ତ । ଏହାର ଇଣ୍ଟରନାଲ ଷ୍ଟୋରେଜ୍ 128GB ପର୍ଯ୍ୟନ୍ତ ରହିଛି ।

. ଏହା ଆଣ୍ଡ୍ରଏଡ ଆଧାରିତ ୟୁଆଇ ଓ ଓଏସ ଅନ୍ତର୍ଭୁକ୍ତ ।

.ଏଥିରେ 8ଏମପି ସେଲଫି କ୍ୟାମେରା ସହିତ 6,000ଏମଏଏଚ ବ୍ୟାଟେରୀ ରହିଛି ।

.ଏଥିରେ କ୍ବାର୍ଡ କ୍ୟାମେରା ସେଟଅପ ସହିତ 48ଏମପି ପ୍ରାଥମିକ ସେନ୍ସର, 5ଏମପି ସେକେଣ୍ଡାରୀ ସେନ୍ସର ରହିଥିବା ବେଳେ 2ଏମପି ମାଇକ୍ରୋ ସେନ୍ସର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.