ETV Bharat / bharat

President Polls: ବିରୋଧୀଙ୍କ ପ୍ରାର୍ଥୀ ହେବେନି ଫାରୁକ, ନିଷ୍ପତ୍ତିକୁ କରିବେ ସମର୍ଥନ

author img

By

Published : Jun 18, 2022, 6:09 PM IST

president election: ବିରୋଧୀଙ୍କ ପ୍ରାର୍ଥୀ ହେବେନି ଫାରୁକ ଅବଦୁଲ୍ଲା, ନିଷ୍ପତ୍ତିକୁ କରିବେ ସମର୍ଥନ
president election: ବିରୋଧୀଙ୍କ ପ୍ରାର୍ଥୀ ହେବେନି ଫାରୁକ ଅବଦୁଲ୍ଲା, ନିଷ୍ପତ୍ତିକୁ କରିବେ ସମର୍ଥନ

ବିରୋଧୀ ମେଣ୍ଟକୁ ମିଳୁନି ରାଷ୍ଟ୍ରପତି ପ୍ରାର୍ଥୀ । ଶରଦ ପାଓ୍ବାରଙ୍କ ପରେ ଏବେ ଅନିଚ୍ଛା ପ୍ରକାଶ କଲେ ଫାରୁକ ଅବଦୁଲ୍ଲା । କହିଲେ କାଶ୍ମୀରରେ ତାଙ୍କର ରହିବା ଆବଶ୍ୟକତା ରହିଛି । ମିଳିତ ବିରୋଧୀଙ୍କ ପ୍ରାର୍ଥୀଙ୍କୁ କରିବେ ସମର୍ଥନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପ୍ରାର୍ଥୀ ହେବାକୁ ନିଜଆଡୁ ଅନିଚ୍ଛା କରିଛନ୍ତି କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା । ଅବଦୁଲ୍ଲା ସ୍ପଷ୍ଟ କରିଛନ୍ତି ସେ ବିରୋଧୀ ମଞ୍ଚରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ନାହାନ୍ତି, କିନ୍ତୁ ମଞ୍ଚ ଯେଉଁ ପ୍ରାର୍ଥୀ ଚୟନ କରିବ, ସେ ତାକୁ ସମର୍ଥନ ଜଣାଇବେ ।

  • I withdraw my name from consideration as a possible joint opposition candidate for the President of India. I believe that Jammu & Kashmir is passing through a critical juncture & my efforts are required to help navigate these uncertain times: NC chief Farooq Abdullah

    (File pic) pic.twitter.com/yPyJNqmi1P

    — ANI (@ANI) June 18, 2022 " class="align-text-top noRightClick twitterSection" data=" ">

ପ୍ରଥମେ ଏନସିପି ନେତା ଶରଦ ପାଓ୍ବରଙ୍କ ନାମରେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଆଲୋଚନା ହେଉଥିବା ବେଳେ ଶରଦ ନିଜେ ଏହି ପ୍ରାର୍ଥୀତ୍ବ ଦୌଡରୁ ଓହରି ଯାଇଥିଲେ । ପରବର୍ତ୍ତୀ ପ୍ରାର୍ଥୀ କିଏ ହେବ, ତାକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ବିରୋଧୀ ମଞ୍ଚର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଫାରୁକଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା । ଏହାରି ମଧ୍ୟରେ ଫାରୁକ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଫାରୁକ କହିଛନ୍ତି, ବର୍ତ୍ତମାନ ସମୟରେ ଜମ୍ମୁ କାଶ୍ମୀର ଏକ ଅନିଶ୍ଚିତ ଓ କଠିନ ସମୟ ଦେଇ ଗତି କରୁଛି । ଏପରି ସମୟରେ ତାଙ୍କର ସେଠାରେ ଉପସ୍ଥିତ ରହିବାର ଆବଶ୍ୟକତା ରହିଛି । ତେଣୁ ସେ ନିଜ ନାମ ସମ୍ଭାବିତ ପ୍ରାର୍ଥୀ ତାଲିକାରୁ ପ୍ରତ୍ୟାହାର କରୁଥିବା ଫାରୁକ ସ୍ପଷ୍ଟ କରିଛନ୍ତି । ତାଙ୍କ ନାମ ପ୍ରାର୍ଥୀ ଭାବେ ବିଚାର କରାଯାଇଥିବାରୁ ସେ ମମତା ବାନାର୍ଜୀ ଓ ଅନ୍ୟ ନେତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ଗତ 15 ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ବାନରେ 18 ବିରୋଧୀ ଦଳ ଦିଲ୍ଲୀରେ ଏକାଠି ହେବା ସହ ମିଳିତ ପ୍ରାର୍ଥୀ ଦେବା ପାଇଁ ସଙ୍କଳ୍ପ ମଧ୍ୟ ପାରିତ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ ନେଇ ସମୟ ପାଖଉଥିବା ବେଳେ ଶାସକ NDA ମେଣ୍ଟ ଓ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀତ୍ବ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହଁ । ଉଭୟ ମେଣ୍ଟରୁ ଏକାଧିକ ସମ୍ଭାବ୍ୟ ଚେହେରାଙ୍କ ନାମରେ ଚର୍ଚ୍ଚା ଲାଗିରହିଛି । ତେବେ ସମୟ କମ ଥିବାରୁ ଖୁବଶୀଘ୍ର ଏହି ଅଙ୍କକଷା ଶେଷ ହେବା ନେଇ ମଧ୍ୟ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.