ETV Bharat / bharat

ଋଷ ୟୁକ୍ରେନ ଯୁଦ୍ଧ ଅନ୍ତ ଘଟାଇବାରେ ସଫଳ ହୋଇପାରନ୍ତି ମୋଦି: ଫାରକ ଅବଦୁଲ୍ଲା

author img

By

Published : Nov 21, 2022, 7:32 PM IST

ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ଭିନ୍ନ ବୟାନକୁ ନେଇ ଚର୍ଚ୍ଚା । ଜାରି ରହିଥିବା ଋଷ ୟୁକ୍ରେନ ଯୁଦ୍ଧର ଅନ୍ତ କରାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳ ହୋଇପାରନ୍ତି ବୋଲି କଲେ ଆଶାବ୍ୟକ୍ତ । ଅଧିକ ପଢନ୍ତୁ

ଋଷ-ୟୁକ୍ରେନ ଯୁଦ୍ଧ ଅନ୍ତ ଘଟାଇବାରେ ସଫଳ ହୋଇପାରନ୍ତି ମୋଦି: ଫାରକ ଅବଦୁଲ୍ଲା
ଋଷ-ୟୁକ୍ରେନ ଯୁଦ୍ଧ ଅନ୍ତ ଘଟାଇବାରେ ସଫଳ ହୋଇପାରନ୍ତି ମୋଦି: ଫାରକ ଅବଦୁଲ୍ଲା

ଶ୍ରୀନଗର: ଜାରି ରହିଥିବା ଋଷ ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇପାରନ୍ତି ସଫଳ । ଏମିତି କିଛି ଭିନ୍ନ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ନ୍ୟାସନାଲ କନଫରେନ୍ସ ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା । ଗତ 9 ମାସ ଧରି ଜାରି ରହିଥବା ଯୁଦ୍ଧ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି । ସାରା ବିଶ୍ବର ଅର୍ଥନୀତି ପ୍ରଭାବିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି ଯୁଦ୍ଧର ଅନ୍ତ ନେଇ ସଫଳ ହୋଇପାରନ୍ତି ବୋଲି ଫାରୁକ କହିଛନ୍ତି ।

ଗମମାଧ୍ୟମକୁ ସୂଚନା ଦେଇ ଫାରୁକ କହିଛନ୍ତି,‘‘ ମୁଁ ଖୁସି ଯେ,ଭାରତ ଜି20 ସମ୍ମିଳନୀର ଅଧ୍ୟକ୍ଷତା ଭାର ଗ୍ରହଣ କରିଛି । ମୁଁ ଆଶାବାଦୀ ଯେ ଏହି ଆୟୋଜନ ଫଳରେ ଭାରତ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଏହି ପ୍ରସଙ୍ଗରେ ଗୋଟିଏ ମଞ୍ଚକୁ ଆଣିପାରିବ । ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାରେ ପ୍ରଧାନମନ୍ତ୍ରୀ ମୋଦି ସଫଳ ହୋଇପାରିବେ । ଏହି ଯୁଦ୍ଧ ସମଗ୍ର ବିଶ୍ବରେ ଆର୍ଥିକ ସଙ୍କଟ ସୃଷ୍ଟି କରିଛି ।’’

ତେବେ ନିକଟରେ ଇଣ୍ଡୋନେସିଆର ଅଧ୍ୟକ୍ଷତାରେ ବାଲିରେ ଶେଷ ହୋଇଥିବା ଜି20 ର 17ତମ ସମ୍ମିଳନୀରେ ମଧ୍ୟ ଏହି ଯୁଦ୍ଧ ପ୍ରସଙ୍ଗ ଉଠିଥିଲା । ତେବେ ଭାରତ ମଧ୍ୟ ଯୁଦ୍ଧ ବିରୋଧୀ ଅଭିମୁଖ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନର ଯୁଗ କେବେ ଯୁଦ୍ଧର ସମୟ ନୁହେଁ "Today's era must not be of war." ବୋଲି ନିଜ ସମ୍ବୋଧନରେ କହି ପ୍ରଧାନମନ୍ତ୍ରୀ ମୋଦି ଋଷକୁ ପରୋକ୍ଷ ବାର୍ତ୍ତା ଦେଇଥିଲେ । ତେବେ ଜି20 ସମ୍ମିଳନୀରେ ଭାରତର ଏପରି ଆଭିମୁଖ୍ୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଯୁଦ୍ଧ ବନ୍ଦ କରିବାର ସାମର୍ଥ୍ୟ ଥିବା ଆଶା କରିଛନ୍ତି ଫାରୁକ ଅବଦୁଲ୍ଲା ।

ଋଷ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀରେ ଆରମ୍ଭ ହୋଇଥିବା ଯୁଦ୍ଧ ଅଦ୍ୟାବଧି ଜାରି ରହିଛି । ଗୋଟିଏ ପଟେ ଋଷ ଆକ୍ରମଣ କରିବା ବନ୍ଦ କରୁନଥିବା ବେଳେ ପଶ୍ଚିମ ରାଷ୍ଟ୍ରସମୂହଙ୍କ ସହଯୋଗରେ ୟୁକ୍ରେନ ମଧ୍ୟ ମୁକାବିଲା ଜାରି ରଖିଛି । ଏଥିରେ ଉଭୟ ପକ୍ଷର ବହୁ ସଂଖ୍ୟକ ସାମରିକ ଅଧିକାରୀ ଓ ସଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରକୃତ ସଂଖ୍ୟା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ଏହାରି ମଧ୍ୟରେ ସାରା ବିଶ୍ବର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.