ETV Bharat / bharat

Kashmir Files ଏକ ଆଧାରହୀନ ଚଳଚ୍ଚିତ୍ର, ଏହାକୁ ତୁରନ୍ତ ବ୍ୟାନ କରାଯାଉ: ଫାରୁକ ଅବଦୁଲ୍ଲା

author img

By

Published : May 16, 2022, 6:34 PM IST

ଚଳଚ୍ଚିତ୍ର କାଶ୍ମୀର ଫାଇଲ୍ସକୁ ନେଇ ପୁଣି ବର୍ଷିଲେ ଫାରୁକ ଅବଦୁଲ୍ଲା । କହିଲେ ଭିତ୍ତିହୀନ ବିଷୟବସ୍ତୁ । ସାମାଜିକ ବିଭେଦ ସୃଷ୍ଟିକାରୀ । ବ୍ୟାନ କରିବା ପାଇଁ କଲେ ଦାବି । ଅଧିକ ପଢନ୍ତୁ

Kashmir Files ବ୍ୟାନ ପାଇଁ ଦାବି କଲେ ଫାରୁକ ଅବଦୁଲ୍ଲା
Kashmir Files ବ୍ୟାନ ପାଇଁ ଦାବି କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: କାଶ୍ମୀର ପଣ୍ଡିତଙ୍କ ନିର୍ଯାତନା ଓ ପଳାୟନ ଉପରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର କାଶ୍ମୀର ଫାଇଲ୍ସ ମୁକ୍ତିଲାଭ କରିବାକୁ ଅନେକ ଦିନ ବିତି ସାରିଥିବାବେଳେ ଏବେ ବି ଚର୍ଚ୍ଚାରେ ରହିଛି ଉକ୍ତ ଚଳଚ୍ଚିତ୍ର । ଆଜି ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା । ଏହା ଏକ ଆଧାରହୀନ ଚଳଚ୍ଚିତ୍ର । ଏହାର କାହାଣୀ କିମ୍ବା କଥାବସ୍ତୁ କୌଣସି ଆଧାର ଉପରେ ପର୍ଯ୍ଯବେଷିତ ନୁହେଁ । ଏହା କେବଳ ସାମାଜିକ ବିଭେଦ ଓ ଘୃଣା ସୃଷ୍ଟି କରୁଛି ବୋଲି ଦର୍ଶାଇ ଅବଦୁଲ୍ଲା ଏହାକୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି ।

ସେହିପରି ଏହି ଚଳଚ୍ଚିତ୍ରରେ ଦେଖାଯାଇଥିବା ଘଟଣାବଳୀ ମିଥ୍ୟା ଓ ମନଗଢା ବୋଲି ମଧ୍ୟ ଫାରୁକ କହିଛନ୍ତି । ଗୁପକାର ମେଣ୍ଟର ପ୍ରତିନିଧି ଦଳ ଗତକାଲି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ଘାଟିରେ ହୋଇଥିବା ହିଂସା ସମ୍ପର୍କରେ ଆଲୋଚନା କରିଥିଲା । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ପିଡିପି ମୁଖ୍ୟ ମେହେବୁବା ମୁଫତି, ଅନ୍ୟ ସହଯୋଗୀ ନେତାମାନେ ମଧ୍ୟ ସାମିଲ ରହିଥିଲେ । ତେବେ ଉପରାଜ୍ୟପାଳଙ୍କ ସହ ସାକ୍ଷାତ ପରେ ଫାରୁକ ଏପରି ମନ୍ତବ୍ୟ ରଖିଛନ୍ତି । ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା କାଶ୍ମୀର ଫାଇଲ୍ସ ଚଳଚିତ୍ରକୁ ବ୍ୟାନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.