ETV Bharat / bharat

12 ଦିନରେ କୃଷକ ଆନ୍ଦୋଳନ: ଆସନ୍ତାକାଲି ଭାରତ ବନ୍ଦ ଡାକରା

author img

By

Published : Dec 7, 2020, 11:16 AM IST

କୃଷକ ଆନ୍ଦୋଳନ
କୃଷକ ଆନ୍ଦୋଳନ

12 ଦିନରେ ପହଞ୍ଚିଛି କୃଷକ ଆନ୍ଦୋଳନ । ଜାରି ରହିଛି ଧାରଣା । ଆସନ୍ତାକାଲି କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ 12 ଦିନରେ ପହଞ୍ଚିଛି । ସୀମାରେ କୃଷକଙ୍କ ପକ୍ଷରୁ ବିକ୍ଷୋଭ ଜାରି ରହିଛି । ସେପଟେ କୃଷକଙ୍କ ସହିତ ଆଲୋଚନା ପାଇଁ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ହେଲେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରିପାରିନାହିଁ । ଡିସେମ୍ବର 9 ତାରିଖରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଡିସେମ୍ବର 8 ତାରିଖ ଅର୍ଥାତ ଆସନ୍ତାକାଲି ଚାଷୀଙ୍କ ପକ୍ଷରୁ ଭାରତ ବନ୍ଦ ଡକରା ଦିଆଯାଇଛି । ଯାହାକୁ କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ସେପଟେ ଚାଷୀମାନେ ଧାରଣାରେ ବସିଥିବାବେଳେ ସେମାନଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଚାଷୀଙ୍କୁ ସମର୍ଥନ କରିବା ସହ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ତାଙ୍କ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଘଟଣାସ୍ଥଳରୁ ଯାଇଥିବା ଜଣାପଡିଛି । କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ତେବେ ସେମାନଙ୍କୁ ଦିଲ୍ଲୀ ଭିତରେ ପଶିବାକୁ ଅନୁମତି ମିଳୁନଥିବାରୁ ଦିଲ୍ଲୀକୁ ସଂଯୋଗ କରୁଥିବା ପ୍ରାୟ ସମସ୍ତ ସୀମାରେ କୃଷକମାନେ ଧାରଣା ଦେଇଛନ୍ତି ।

ସୂଚନାଥାଉକି, ଶନିବାର ଚାଷୀ ଓ ସରକାରଙ୍କ ମଧ୍ୟରେ ବସିଥିବା ପଞ୍ଚମ ବୈଠକରେ କୌଣସି ଫଳ ବାହାରି ପାରିନଥିଲା । ନିଜ ଜିଦ୍‌ରେ ଚାଷୀ ଅଟଳ ଥିବା ବେଳେ ସରକାରଙ୍କ ଠାରୁ ଲିଖିତ ପ୍ରତିଶୃତି ମାଗିଥିଲେ । ପଞ୍ଚମ ଥର ପାଇଁ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ନବାହାରିବା ପରେ ପୁଣି ଥରେ 9 ତାରିଖରେ ଆଲୋଚନା ପାଇଁ ଅନୁରୋଧ କରିଛନ୍ତି ସରକାର ।

ସେପଟେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି କୃଷକ ନେତା । ସରକାର ତିନିଦିନ ସମୟ ମାଗିଛନ୍ତି । ଡିସେମ୍ବର 9 ତାରିଖରେ ଆମକୁ ପ୍ରସ୍ତାବ ଦେବେ, ତା ଉପରେ ଆଲୋଚନା ପରେ ବୈଠକ ହେବ କହିଛନ୍ତି ଚାଷୀ ନେତା। ଏହି କୃଷି ଆଇନ ନିଶ୍ଚିତ ଭାବେ ରଦ୍ଦ ହେବ ବୋଲି ଚାଷୀ ନେତା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.