ETV Bharat / bharat

କୃଷି ଆନ୍ଦୋଳନ: ଟିକ୍ରି ବର୍ଡରରେ ପୁଣି ଗଲା ଆଉ ଜଣେ ଚାଷୀଙ୍କ ଜୀବନ

author img

By

Published : Jan 11, 2021, 6:18 PM IST

Farmer's agitation: one more farmer dies on Tikari border
କୃଷି ଆନ୍ଦୋଳନ: ଟିକରୀ ବର୍ଡରେ ପୁଣି ଗଲା ଆଉ ଜଣେ ଚାଷୀଙ୍କ ଜୀବନ

କୃଷି ଆଇନ ବିରୋଧ କରୁଥିବା ଆଉ ଜଣେ ଆନ୍ଦୋଳନରତ ଚାଷୀଙ୍କ ଟିକ୍ରି ବର୍ଡରରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଚଣ୍ଡିଗଡ: କେନ୍ଦ୍ର ସରକାରଙ୍କ କୃଷି ଆନ୍ଦୋଳନକୁ ବିରୋଧ କରି ଦୀର୍ଘ 46 ଦିନ ଧରି କୃଷକମାନେ ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଏହି ଆନ୍ଦୋଳନବେଳେ କିଛି ଆନ୍ଦୋଳନରତ କୃଷକ ମୃତ୍ୟୁବରଣ କରୁଛନ୍ତି । ପୁଣି ସୋମବାର ବହାଦୁରଗଡ଼-ଦିଲ୍ଲୀ ଟିକ୍ରି ସୀମାରେ ହୃଦଘାତ ଯୋଗୁଁ ଆଉ ଜଣେ ଆନ୍ଦୋଳନରତ କୃଷକଙ୍କର ମୃତ୍ୟୁ ଘଟିଛି ।

ମୃତ୍ୟୁବରଣ କରିଥିବା ଚାଷୀ ଜଗଦୀଶ ପଞ୍ଜାବର ମୁକ୍ତସର ଜିଲ୍ଲାର ବୋଲି ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା । ହୃଦଘାତ ଯୋଗୁଁ ଜଗଦୀଶଙ୍କ ମୃ୍ତ୍ୟୁ ହୋଇଥିବା ଜଣାପଡିଛି । ଏଯାବତ୍‌ ଟିକ୍ରି ବର୍ଡରରେ 14 ଜଣ ଚାଷୀଙ୍କ ମୃ୍ତ୍ୟୁ ଘଟିଥିବାବେଳେ ଚାଷୀ ଆନ୍ଦୋଳନରେ ମୋଟ 56 ଜଣଙ୍କ ମୃ୍ତ୍ୟୁ ଘଟିଛି ।

ଜଗଦୀଶଙ୍କ ମୃ୍ତ୍ୟୁ ଖବର ଶୁଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃ୍ତ୍ୟୁର ପ୍ରକୃତ କାରଣ ଜଣାପଡିବ । ସେପଟେ ଜଗଦୀଶଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ଦେବା ସହିତ ସମ୍ପର୍କୀୟଙ୍କୁ ସରକାରୀ ନିଯୁକ୍ତି ଦେବା ପାଇଁ ଅନ୍ୟମାନେ ଦାବି କରିଛନ୍ତି । କୃଷକଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୃଷକମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.