ETV Bharat / bharat

ପୁଣି ଦାନା ବାନ୍ଧୁଛି କୃଷକ ଆନ୍ଦୋଳନ, 26ରେ ଟ୍ରାକ୍ଟର ରାଲି !

author img

By ETV Bharat Odisha Team

Published : Jan 15, 2024, 7:51 PM IST

Farmer movement to start again: ପୁଣି ଦାନା ବାନ୍ଧୁଛି କୃଷକ ଆନ୍ଦୋଳନ । ଆଜି ହରିୟାଣାର ଚରଖି ଦାଦରୀରେ ଏକାଠି ହେଲେ ଏକାଧିକ କୃଷକ ସଂଗଠନ । ଜାନୁଆରୀ 26 ରେ ହୋଇପାରେ ଟ୍ରାକ୍ଟର ରାଲି । ଅଧିକ ପଢନ୍ତୁ

ପୁଣି ଆରମ୍ଭ ହେବ କୃଷକ ଆନ୍ଦୋଳନ, 26 ଜାନୁଆରୀରେ ଟ୍ରାକ୍ଟର ରାଲି
ପୁଣି ଆରମ୍ଭ ହେବ କୃଷକ ଆନ୍ଦୋଳନ, 26 ଜାନୁଆରୀରେ ଟ୍ରାକ୍ଟର ରାଲି

ଚଣ୍ଡିଗଡ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣି ଥରେ ମୁଣ୍ଡ ଟେକୁଛି କୃଷକ ଆନ୍ଦୋଳନ । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗରେ କୃଷକମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଯୋଜନା କରୁଛନ୍ତି । ହରିୟାଣାର ଚରଖି ଦାଦରୀରେ ଏକାଧିକ କୃଷକ ସଂଗଠନ ଆଜି ଏକାଠି ହୋଇ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏମଏସପି ସମ୍ପର୍କିତ ନିୟମ ପ୍ରସ୍ତୁତି ସହ ଅନ୍ୟ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାରେ ସରକାରଙ୍କ ବିଳମ୍ବ କାରଣରୁ ଜାନୁଆରୀ 26 ରେ ଗଣତନ୍ତ୍ର ଦିବସ ଅବସରରେ ଏକ ଟ୍ରାକ୍ଟର ରାଲି ମଧ୍ୟ ଆୟୋଜିତ କରିବାକୁ କୃଷକମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

26 ଜାନୁଆରୀରେ ଟ୍ରାକ୍ଟର ମାର୍ଚ୍ଚ:

ଆଜି ଚରଖି ଦାଦ୍ରିରେ ଅନୁଷ୍ଠିତ ବୈଠକରେ କୃଷକ ସଂଗଠନର ସଦସ୍ୟଙ୍କ ବ୍ୟତୀତ ଖାପ୍ ପଞ୍ଚାୟତ ଓ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ କୃଷକମାନେ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗଣତନ୍ତ୍ର ଦିବସ, 26 ଜାନୁଆରୀରେ ଏକ ଟ୍ରାକ୍ଟର ରାଲି ସହ ପୁଣି ଆନ୍ଦୋଳନ ଆରମ୍ଭ କରିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । କୃଷକ ନେତା ରଣନ୍ଧିର କୁଙ୍ଗାରଙ୍କ ନେତୃତ୍ୱରେ ଏହି ବୈଠକରେ ଫୋଗଟ ଖାପ ମୁଖ୍ୟ ବଲୱନ୍ତ ନମ୍ବରଦାର ଓ ଅନ୍ୟାନ୍ୟ ସଂଗଠନର ଅଧିକାରୀଙ୍କ ସମେତ ବହୁ କୃଷକ ସଂଗଠନ ଏକତ୍ରିତ ହୋଇ ସରକାର ବିରୋଧରେ ଗର୍ଜିଛନ୍ତି ।

କେନ୍ଦ୍ର ସରକାର କୃଷକଙ୍କ ଦାବିକୁ ଅଣଦେଖା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ସମୟରେ ସମସ୍ତେ ସର୍ବସମ୍ମତିକ୍ରମେ କୃଷକଙ୍କ ଆନ୍ଦୋଳନକୁ ପୁନଃଆରମ୍ଭ ଆରମ୍ଭ କରିବାରେ ସହମତ ହୋଇଥିଲେ । ସଂଗଠନଗୁଡ଼ିକ ମଧ୍ୟ ଘୋଷଣା କରିଛନ୍ତି ଯେ ଆବଶ୍ୟକ ହେଲେ ସେମାନେ ପୁଣିଥରେ ଦିଲ୍ଲୀ ସୀମାରେ କ୍ୟାମ୍ପ ପ୍ରତିଷ୍ଠା କରିବେ ଓ ସରକାରଙ୍କ ବିରୋଧରେ ପୁଣି ଆନ୍ଦୋଳନ କରିବେ ।

ଏହା ମଧ୍ୟ ପଢନ୍ତୁ :- ଶିବସେନା ବିବାଦ: ବାଚସ୍ପତିଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା ଉଦ୍ଧବ ଗୋଷ୍ଠୀ

ବର୍ଷ 2020- 21 ମଧ୍ୟରେ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ ଦେଖିବାକୁ ମିଳିଥିଲା କୃଷକ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ତିନି ନୂଆ କୃଷି ଆଇନକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ କୃଷକ ଦିଲ୍ଲୀ ଉପକଣ୍ଠ, ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶ ସୀମାରେ ଆନ୍ଦୋଳନ କରିଥିଲେ । 2021 ଜାନୁଆରୀରେ 26 ରେ ଦିଲ୍ଲୀର ଲାଲକିଲ୍ଲାରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ତମାମ କୃଷକ ନେତାଙ୍କ ଗିରଫଦାରୀ ମଧ୍ୟ ହୋଇଥିଲା । ହେଲେ ବର୍ଷ 2022 ରେ କେନ୍ଦ୍ର ସରକାର ଏହି ବିବାଦୀୟ ନିୟମକୁ ପ୍ରତ୍ୟାହାର କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.