ETV Bharat / bharat

Delhi: ପଡୋଶୀ ପାଇଁ ଦୁର୍ଦ୍ଦିନରେ କଟୁଛି ଦିନ, ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ମାଗିଲା ପରିବାର

author img

By

Published : Aug 19, 2023, 10:38 PM IST

euthanasia
euthanasia

ଉତ୍ତର ପୂର୍ବ ଦିଲ୍ଲୀର ଏକ ପରିବାର ଇଚ୍ଛା ମୃତ୍ୟୁ ପ୍ରଦାନ ଲାଗି ରାଷ୍ଟ୍ରପତିଙ୍କ ନିକଟରେ କଲେ ଗୁହାରି । ଜାଣନ୍ତୁ କଣ ରହିଛି କାରଣ

Delhi: ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଦିଲ୍ଲୀ ପରିବାରର ଗୁହାରି

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀର ଜ୍ୟୋତି ନଗର ଥାନା ଅଞ୍ଚଳରେ ଏକ ପରିବାର ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ଲାଗି ଗୁହାରି କରିଛନ୍ତି । ଗୁଣ୍ଡାଗର୍ଦ୍ଦି ଅସହ୍ୟ ହେବା ପରେ ପରିବାର ଅସହାୟ ମନେ କରି ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦେବା ଲାଗି ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛନ୍ତି । ଏନେଇ ପରିବାର ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଜମିଜମା ବିବାଦ ସହ ହତ୍ୟା ଧମକ ମିଳିବା ପରେ ପରିବାର ଏହି ଚରମ ନିଷ୍ପତ୍ତି ନେବାକୁ ମନସ୍ଥ କରିଥିବା କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଜ୍ୟୋତି ନଗର ମେନ ରୋଡରେ ଥିବା ଏକ ବିଲ୍ଡିଂରେ ମନୋଜ ସିଙ୍ଘଲଙ୍କ ପରିବାର ବାସ କରନ୍ତି । ସେହି ବିଲ୍ଡିଂର ଦ୍ବିତୀୟ ମହଲାରେ ଜଣେ ମାଫିଆ ଶ୍ରେଣୀର ବ୍ୟକ୍ତି ରହୁଛନ୍ତି । ଯାହାର ନାମ ହେଉଛି ଠାକୁର ବିଜୟପାଲ ସିଂହ । ଅଭିଯୋଗକାରୀ ମନୋଜ ସିଙ୍ଘଲଙ୍କ ଅଭିଯୋଗ ଅନୁସାରେ ବିଜୟପାଲ ନାମକ ଜଣେ ବ୍ୟକ୍ତିଙ୍କ ତାଙ୍କ ଘରେ ଉପରେ ନଜର ରହିଛି । ଏଣୁ ସେମାନେ ଲଗାତାର ଭାବେ ତାଙ୍କ ପରିବାରକୁ ଅସୁବିଧାର ପକାଇବା ସହ ହତ୍ୟା ଧମକ ଦେଉଛନ୍ତି । ଅଭିଯୁକ୍ତ ନାଁରେ ଅନେକ ଜିଲ୍ଲାରୁ ମାମଲା ମଧ୍ୟ ରୁଜୁ ହୋଇଛି । ତାର ମାଫିଆମାନଙ୍କ ସହିତ ମଧ୍ୟ ସମ୍ପର୍କ ରହିଛି । ପୋଲିସ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପରିବାର ଏହି ନିଷ୍ପତ୍ତି ନେଇଛି ।

ଏହା ବି ପଢନ୍ତୁ- ସାମାଜିକ ବାସନ୍ଦ ପରେ ସପରିବାର ଇଚ୍ଛାମୃତ୍ୟୁ ଆବେଦନ

ମାଫିଆର ଅତ୍ୟାଚାରରୁ ପରିବାର ବ୍ୟସ୍ତବିବ୍ରତ ହୋଇ ଶେଷରେ ମହାମହିମ ରାଷ୍ଟ୍ରପତିଙ୍କ ସହାୟତା ଲୋଡ଼ିଛନ୍ତି । ପରିବାର ପ୍ରତି ସେକେଣ୍ଡରେ ଭୟ ମଧ୍ୟରେ ରହୁଛନ୍ତି । ନ୍ୟାୟ ମିଳୁନଥିବାରୁ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଏଣୁ ଜୀବନ ହାରିବାକୁ ସେମାନେ ନିଷ୍ପତ୍ତି ନେଇଥିବା କହିଛନ୍ତି ମନୋଜ । ଏଭଳି ପ୍ରତିଟି ସେକେଣ୍ଡ ଡରି ଡରି ଜିଇଁବା ଅପେକ୍ଷା ମରିଯିବା ଭଲ ବୋଲି କହିଛନ୍ତି ମନୋଜ ଓ ତାଙ୍କ ପରିବାର । ଭିଡିଓରେ ମନୋଜଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅ ଇଚ୍ଛା ମୃତ୍ୟୁ ଲାଗି ଗୁହାରି କରିଛନ୍ତି ।

ଭାରତରେ ଇଚ୍ଛାମୃତ୍ୟୁ ଅବୈଧ କି ?

ପର୍ତ୍ତୁଗାଲ, ବେଲଜିୟମ, କାନାଡା, କଲମ୍ବିଆ, ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ସ୍ବିଜରଲ୍ୟାଣ୍ଡ ଆଦି ରାଷ୍ଟ୍ରରେ ଇଚ୍ଛା ମୃତ୍ୟୁ ବୈଧ ଥିବା ବେଳେ ଭାରତ ବର୍ଷରେ ଏହା ଅବୈଧ ବା ବେଆଇନ । ଭାରତର ସମ୍ବିଧାନ ଜୀବନ ଜିଇଁବା ଲାଗି ଅଧିକାର ଦେଇଥାଏ । ଜୀବନ ହାରିବା ଲାଗି ନାଗରିକଙ୍କୁ କୌଣସି ଅଧିକାର ଦେଇନଥାଏ । ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା ଲାଗି ଉଦ୍ୟମ କରେ ତେବେ ତା' ବିରୋଧରେ ୩୦୯ ଧାରା ଲାଗୁ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଅତ୍ୟନ୍ତ ଅସହନୀୟ ରୋଗର ଶିକାର ହୋଇ ଇଚ୍ଛା ମୃତ୍ୟୁ ଲାଗି ଅନୁରୋଧ କରୁଛନ୍ତି, ତେବେ ସୁପ୍ରିମକୋର୍ଟ ଏହା ଉପରେ ବିଚାର କରପାରିବେ ବୋଲି କଡକଡୁମା କୋର୍ଟର ଆଇନଜୀବୀ ମନୀଷ ଭଦୌରିଆ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.