ETV Bharat / bharat

୪୧ ବର୍ଷ ପରେ ଠକେଇ ମାମଲାର ଶୁଣାଣି, ରାୟ ଶୁଣିବାକୁ କୋର୍ଟରେ ପ୍ରବଳ ଭିଡ

author img

By

Published : Apr 6, 2022, 11:11 AM IST

ଠକେଇ ମାମଲାରେ ୪୧ ବର୍ଷପରେ ରାୟ ଦେଲେ ବିହାର ସରିଫ କୋର୍ଟ
ଠକେଇ ମାମଲାରେ ୪୧ ବର୍ଷପରେ ରାୟ ଦେଲେ ବିହାର ସରିଫ କୋର୍ଟ

ଏକ ଠକେଇ ମାମଲାରେ ବିହାର ସରିଫ କୋର୍ଟର ଜଷ୍ଟିସ ମନଭେନ୍ଦ୍ର ମିଶ୍ର(Judge Manvendra Mishra) ୪୧ ବର୍ଷ ପରେ ଐତିହାସିକ ରାୟ ପ୍ରକାଶ କରିଛନ୍ତି (Historic verdict after 41 years)।ଏହି ରାୟ ଜାଣିବା ପାଇଁ କୋର୍ଟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଅଧିକ ପଢନ୍ତୁ

ନାଳନ୍ଦା: ଏକ ଠକେଇ ମାମଲାରେ ବିହାର ସରିଫ କୋର୍ଟର ଜଷ୍ଟିସ ମନଭେନ୍ଦ୍ର ମିଶ୍ର(Judge Manvendra Mishra) ୪୧ ବର୍ଷ ପରେ ଐତିହାସିକ ରାୟ ପ୍ରକାଶ କରିଛନ୍ତି(Historic verdict after 41 years)। କୋଟି କୋଟି ଟଙ୍କା ହଡପ ହଡପ ମାମଲାରେ ଜଣେ ବ୍ୟକ୍ତିକୁ ଦେଷୀ ସାବ୍ୟସ୍ତ କରି ୩ଟି ଧାରାରେ ରାୟ ଶୁଣାଇଛନ୍ତି । ଏହି ରାୟ ଜାଣିବା ପାଇଁ କୋର୍ଟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।

ଠକେଇ ମାମଲାରେ ୪୧ ବର୍ଷପରେ ରାୟ ଦେଲେ ବିହାର ସରିଫ କୋର୍ଟଠକେଇ ମାମଲାରେ ୪୧ ବର୍ଷପରେ ରାୟ ଦେଲେ ବିହାର ସରିଫ କୋର୍ଟ

କଣ ଥିଲା ପୁରା ଘଟଣାକ୍ରମ:

ବେନ୍ ପୋଲିସ୍ ଷ୍ଟେସନର ମୁର୍ଗାଓ୍ବା ଗାଁର ଜମିଦାର କାମେଶ୍ୱର ସିଂଙ୍କ 7ଟି ଝିଅ ଏବଂ କହ୍ନେୟା ନାମରେ ଜଣେ ପୁଅ ଥିଲେ । 1977 ମସିହାରେ କହ୍ନେୟା ୧୪ ବର୍ଷ ବୟସରେ ମେଟ୍ରିକ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଚାନ୍ଦି ହାଇସ୍କୁଲରୁ ନିଖୋଜ ହୋଇଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ କହ୍ନେୟାର କୌଣସି ଖବର ମିଳିନାହିଁ । ନିଖୋଜ ହେବାର ଚାରି ବର୍ଷ ପରେ ଗାଁକୁ ଏକ ସାଧୁ ଆସି ନିଜକୁ କାମେଶ୍ୱର ସିଂଙ୍କ ପୁଅ କହ୍ନେୟା ସିଂର ପରିଚୟ ଦେଇଥିଲା । ପୁଅର ଫେରିବା ଖବର ଶୁଣି ବାପା ହାତୀ ଘୋଡା ଉପରେ ବସାଇ ଭବ୍ୟ ସମ୍ବର୍ଦ୍ଧନା କରି ଘରକୁ ପାଛୋଟି ନେଇଥିଲେ । କିନ୍ତୁ ୪ ବର୍ଷ ପରେ ଜଣାପଡିଲା ଯେ ସେ କହ୍ନେୟା ନୁହେଁ ବରଂ ଜଣେ ବହୂରୂପି ।

ଖୁଲାସା ପରେ କାମେଶ୍ୱର ସିଂଙ୍କ ଝିଅ ରାମସାଖୀ ଦେବୀ ତାଙ୍କୁ କାହ୍ନେୟା ବୋଲି ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାସହ ୧୯୮୧ ମସିହାରେ ସମ୍ପତ୍ତି ହଡପ ସହ ନକଲି ମାମଲାରେ ସିଲାବ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରିବା ସମୟରେ ନକଲି କହ୍ନେୟା ମୁଙ୍ଗର ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଲାଖାଇ ଗ୍ରାମର ବାସିନ୍ଦା ଦୟାନନ୍ଦ ଗୋସ୍ବାମୀ ବୋଲି ଜଣାପଡିଛି । କାମେଶ୍ୱର ସିଂଙ୍କ ୭ ଟି ଝିଅ ମଧ୍ୟରୁ ୬ଟି ଝିଅ ଏହି ମାମଲାରେ ଆଗ୍ରହ ପ୍ରକାଶ କରୁନଥିଲେ କିନ୍ତୁ ଜଣେ ଝିଅ ରାମସାଖୀ ଦେବୀ ତାଙ୍କୁ କହ୍ନେୟା ଭାବରେ ଗ୍ରହଣ କରିବାକୁ ମନା କରିଦେଇଥିଲେ ।

ଏ ନେଇ ଓକିଲ ରାଜେଶ ପାଠକ କହିଛନ୍ତି ଯେ, ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଛି। ପୁନର୍ବାର ଏହାର ଶୁଣାଣି ପାଇଁ ସୁପ୍ରିମକୋର୍ଟକୁ ପଠାଯାଇଛି । ତେବେ କାମେଶ୍ୱର ସିଂଙ୍କ ପତ୍ନୀ ଏବଂ ଝିଅ ରାମସାଖୀ ଉକ୍ତ ବ୍ୟକ୍ତିକୁ କହ୍ନେୟା ଭାବେ ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ । ଏହା ପରେ ସମ୍ପତ୍ତି ହଡପ ମାମଲାରେ ସିଲାବ ଥାନାରେ ଏକ FIR ଦାଖଲ କରିଥିଲେ । ପ୍ରାୟ ୪୧ ବର୍ଷ ପରେ ଏହି ମାମଲାର ଶୁଣାଣି ହୋଇଥିଲା । ବିଚାରପତି ମାନଭେନ୍ଦ୍ର ମିଶ୍ର ଦୟାନନ୍ଦ ଗୋସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଧାରା ୪୨୦,୪୧୯ ଏବଂ ୧୨୦ ଧାରାରେ ୩ ବର୍ଷ ଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.