ETV Bharat / bharat

ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ଫଟୋକୁ ଅଶ୍ଳୀଳ ଦର୍ଶାଇ ହଟାଇ ଦେଲା ଫେସବୁକ

author img

By ETV Bharat Odisha Team

Published : Oct 9, 2023, 8:07 PM IST

ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଅଶ୍ଳୀଳ ଦର୍ଶାଇ ହଟାଇଦେଲା ଫେସବୁକ
ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଅଶ୍ଳୀଳ ଦର୍ଶାଇ ହଟାଇଦେଲା ଫେସବୁକ

ବାପୁଙ୍କ ଫଟୋକୁ ଅଶ୍ଳୀଳ କହିଲା ଫେସବୁକ । ଡିଲିଟ କରିଦେଲା ପୂର୍ବତନ ଆଇଏଏସ ଅଧିକାରୀ ପୋଷ୍ଟ କରିଥିବା ଫଟୋ । ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ । ଅଧିକ ପଢନ୍ତୁ

ମୁମ୍ବାଇ: ଭାରତୀୟ ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ସାଜିଥିବା ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶର ଗ୍ରହଣୀୟତା ବିଶ୍ବର କୋଣ ଅନୁକୋଣରେ ଦେଖିବାକୁ ମିଳେ । ଗାନ୍ଧୀ ଜଣେ ବିଶ୍ବ ଚିନ୍ତକର ମାନ୍ୟତା ମଧ୍ୟ ପାଇଛନ୍ତି । ମାତ୍ର ତାଙ୍କର ଲବଣ ସତ୍ଯାଗ୍ରହ ସମୟର ଏତ ଫଟୋକୁ ଅଶ୍ଳୀଳ ଦର୍ଶାଇ ହଟାଇବା ଫଳରେ ବିବାଦକୁ ଆସିଛି ସୋସିଆଲ ମିଡିଆ ଆପ ‘ଫେସବୁକ’ । ମହାରାଷ୍ଟ୍ରର ସେବାନିବୃତ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏଏସ) ଅଧିକାରୀ ମହେଶ ଜାଗଡେ ବାପୁଙ୍କର ଲବଣ ସତ୍ୟାଗ୍ରହ ସମୟର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ବାପୁ ନିଜ ଅନୁଗାମୀଙ୍କ ସହ ଲୁଣ ମାରୁଥିବା ଦେଖାଯାଇଥିଲା । ଏହାକୁ ଫେସବୁକ ଅଶ୍ଳୀଳ କଥାବସ୍ତୁ ଶ୍ରେଣୀଭୁକ୍ତ କରିବା ସହ ପୋଷ୍ଟଟିକୁ ଡିଲିଟ୍‌ କରିଦେଇଛି ।

ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଅଶ୍ଳୀଳ ଦର୍ଶାଇ ହଟାଇଦେଲା ଫେସବୁକ
ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଅଶ୍ଳୀଳ ଦର୍ଶାଇ ହଟାଇଦେଲା ଫେସବୁକ

ବାପୁଙ୍କ ଖଦଡ ପରିହିତ ଫଟୋକୁ ଫେସବୁକ ଅଶ୍ଳୀଳ ଶ୍ରେଣୀଭୁକ୍ତ କରିଛି । ପୋଷ୍ଟକୁ ଡିଲିଟ କରାଯିବା ପରେ ପୋଷ୍ଟ କରିଥିବା ପୂର୍ବତନ ଆଇଏଏସ ଅଧିକାରୀ ଏହା ଉପରେ ଆପତ୍ତି ଦର୍ଶାଇ ଏକାଧିକ ସମାଲୋଚାମୂଳକ ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସମାନେ ଫେସବୁକକୁ ସମାଲୋଚନା କରିବା ସହ ଏପରି ଦାୟିତ୍ବହୀନ କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

ଫେସବୁକର ଏହି କାର୍ଯ୍ୟାନୁଷ୍ଠାନ ପରେ ମହେଶ ଜଗଡେ ପୁଣି ଥରେ ପୋଷ୍ଟ କରି ନିଜର କ୍ଷୋଭବ୍ୟକ୍ତ କରିଛନ୍ତି । ସମାଲୋଚନାମୂଳକ ପୋଷ୍ଟରେ ମହେଶ ଜଗଡେ କହିଛନ୍ତି, ‘‘ଏହି ପୋଷ୍ଟ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଥିଲା । ଯାହାଙ୍କ ଉଦ୍ଦେଶ୍ୟରେ ଜି-20 ଶିଖର ସମ୍ମିଳନୀରେ ବିଶ୍ବର ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗାନ୍ଧିଜୀ ବିଶ୍ବର ମାନଦଣ୍ଡ ବୃଦ୍ଧି କରିଥିଲେ । ତାଙ୍କ ଫଟୋ ସମାଜ ପାଇଁ ଅଶ୍ଳୀଳତା କେବେ ହୋଇ ପାରିବନାହିଁ । ଗାନ୍ଧୀଜୀଙ୍କର ଏହା ଲବଣ ସତ୍ୟାଗ୍ରହ ସମୟର ଫଟୋ ଥିଲା । ଏହା ନଗ୍ନତା କିମ୍ବା ଅଶ୍ଳୀଳତା କିପରି ହୋଇପାରିବ ।’’

ଭାରତୀୟ ସ୍ବାଧୀନତା ଆନ୍ଦୋଳନର କର୍ଣ୍ଣଧାର ସାଜିଥିବା ବାରିଷ୍ଟର ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ପରେ ସ୍ବଦେଶ ଆନ୍ଦୋଳନ ଆରମ୍ଭ କରିଥିଲେ । ସତ୍ୟ ଓ ଅହିଂସା ଆଧାରରେ ବ୍ରିଟଶ ସରକାର ବିରୋଧରେ ଆନ୍ଦୋଳନ ଡାକରା ଦେଇଥିବା ବାପୁ ନିଜେ ଅରଟରେ ସୂତା କାଟିବା ସହ ସେଥିରୁ ପ୍ରସ୍ତୁତ ଖଦଡ ପରିଧାନ କରୁଥିଲେ । ଯାହା ତାଙ୍କ ଆଣ୍ଠୁ ଉପରକୁ ରହୁଥିଲା । ତାଙ୍କର ଲକ୍ଷାଧିକ ଆନୁଗାମୀ ମଧ୍ୟ ତତ୍କାଳୀନ ସମୟରେ ଖଦଡ ପରିଧାନ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ: - Assembly Poll: ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ପ୍ରାର୍ଥୀ ଦେଲା ବିଜେପି

ଉଚ୍ଚଶିକ୍ଷା ଓ ବିଦେଶରେ ଓକିଲାତି କରି ସ୍ବଦେଶ ଫେରିଥିବା ବାପୁଙ୍କର ସ୍ବାଧୀନତା ସଂଗ୍ରାମୀ ଭାବେ ଅବଶିଷ୍ଟ ଜୀବନ ଏହି ଖଦଡରେ କଟିଥିଲା । ତେବେ ଗାନ୍ଧୀଙ୍କ ବିଚାରଧାରା ‘ଗାନ୍ଧୀବାଦ’ ନାମର ବିଶ୍ବର ବିଭିନ୍ନ କୋଣରେ ଗ୍ରହଣୀୟ ହୋଇଥିବା ବେଳେ ଲୋକପ୍ରିୟ ସୋସିଆଲ ମିଡିଆ ଆପ ‘ଫେସବୁକ’ର ଏପରି ଦାୟିତ୍ବହୀନ କାର୍ଯ୍ୟ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଅଭିଯୋଗ ନେଇ ଫେସବୁକ ପକ୍ଷରୁ କିଛି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.