ETV Bharat / bharat

Exit Poll 2022: AAPକୁ ମିଳିପାରେ ପଞ୍ଜାବ କ୍ଷମତା !

author img

By

Published : Mar 7, 2022, 8:55 PM IST

exit poll 2022: କେଜ୍ରିଓ୍ବାଲଙ୍କୁ ମିଳିପାରେ ପଞ୍ଜାବରେ କ୍ଷମତା !
exit poll 2022: କେଜ୍ରିଓ୍ବାଲଙ୍କୁ ମିଳିପାରେ ପଞ୍ଜାବରେ କ୍ଷମତା !

ଆଜି ୫ ରାଜ୍ୟରେ ଭୋଟିଂ ଶେଷ ସହ ଆସିଛି ଏକଜିଟ ପୋଲ । ଏପଟେ ଏକାଧିକ ଜାତୀୟ ସଂସ୍ଥା ଦ୍ବାରା ବୁଥ୍ ବାହୁଡା ମତ ପ୍ରକାଶ ପାଇଛି । ଉତ୍ତର ପ୍ରଦେଶରେ ବିଜେପି କ୍ଷମତା ବଜାୟ ରଖିବା ସ୍ପଷ୍ଟ ହୋଇଥିବାବେଳେ ପଞ୍ଜାବରେ ଆପ କ୍ଷମତାକୁ ଆସିବା ନେଇ ସଙ୍କେତ ମିଳିଛି । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବରେ ୧୧୭ ଆସନ ପାଇଁ ମତଦାନ ଶେଷ ହୋଇଥିବା ବଳେ ଆସନ୍ତା ୧୦ ରେ ପ୍ରକାଶ ପାଇବ ଜନାଦେଶ । ଏହାପୂର୍ବରୁ ଏକାଧିକ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ପୂର୍ବାନୂମାନରେ ଆମ ଆଦମି ପାର୍ଟିକୁ କ୍ଷମତା ମିଳିବା ନେଇ ସଙ୍କେତ ମିଳିଛି ।

ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଦ୍ବାରା ପ୍ରକାଶିତ ଆକଳନ ଅନୁସାରେ ପଞ୍ଜାବରେ ମୋଟ ୧୧୭ ଆସନ ମଧ୍ୟରୁ ସର୍ବାଧିକ ୭୩ ଆସନ AAP ଖାତାକୁ ଯିବ । ସେହିପରି ବର୍ତ୍ତମାନ ଶାସନରେ ଥିବା କଂଗ୍ରେସ ମାତ୍ର ୨୫ଟି ଆସନ, ଅକାଳୀ ଦଳ ୭ ରୁ ୧୧ଟି ଆସନ, ବିଜେପିକୁ ମାତ୍ର ୧ ରୁ ୪ ଟି ଆସନ, ଅନ୍ୟମାନେ ମାତ୍ର ଗୋଟିଏରୁ ଦୁଇଟି ଆସନ ମଧ୍ୟରେ ସୀମିତ ରହିବାକୁ ପଡିପାରେ ।

ସେହିପରି ଅନ୍ୟତମ ପ୍ରମୁଖ ସଂସ୍ଥା ABP ଓ ସି-ଭୋଟର ଦ୍ବରା କରାଯାଇଥିବା ଆକଳନ ଅନୁସାରେ, ସର୍ବାଧିକ ୫୬ ଆସନ ଆପ ଖାତାକୁ ଯାଇପାରେ । ସେହିପରି କ୍ଷମତାରେ ଥିବା କଂଗ୍ରେସ ମାତ୍ର ୨୫ଟି ଆସନ, ଶିରୋମଣୀ ଅକଳୀ ଦଳ ୨୩, ବିଜେପି ୧୦ ଓ ଅନ୍ୟମାନେ ମାତ୍ର ୩ ଆସନରେ ସଫଳତା ପାଇବେ । ଗତ ନିର୍ବାଚନରେ କଂଗ୍ରେସ ୭୭ ଟି ଆସନ ଜିତି କ୍ଷମତାକୁ ଆସିଥିବା ବେଳେ ବର୍ତ୍ତମାନର ଟ୍ରେଣ୍ଡ ଅନୂସାରେ ଆପକୁ ମିଳିପାରେ ସରକାର କରିବାର କ୍ଷମତା ।

ସେହିପରି ରିପ୍ଲବିକ ଟିଭି ଅନୁସାରେ ୬୨-୧୭ ଆସନ ନେବ ଆପ । କଂଗ୍ରେସ ୨୩ ରୁ ୩୧, ଅକାଳୀ ଓ ସହଯୋଗୀ ୧୬ ରୁ ୨୪, ବିଜେପି ମାତ୍ର ୩ ଟି ଆସନ ମଧ୍ୟରେ ସୀମିତ ରହିପାରେ । ନ୍ୟୁଜ ୨୪ ଅନୁସାରେ ଆପ ସର୍ବାଧିକ ୧୦୦ ଓ କଂଗ୍ରେସ ମାତ୍ର ୧୦ ଟି ଆସନ ଅକ୍ତିଆର କରିପାରେ । ଟାଇମ୍ସ ନାଓ -ଭେଟୋ କରିଥିବା ଆକଳନରେ AAP ୭୦, କଂଗ୍ରେସ ୨୨, ଅକାଳୀ ଦଳ ୧୯ ଓ ବିଜେପି ମାତ୍ର ୫ ଟି ଆସନରେ ବିଜୟ ପାଇପାରନ୍ତି ।

ତେବ କିଛି ପ୍ରମୁଖ ଜାତୀୟ ଗଣମାଧ୍ୟମର ପୂର୍ବାକଳନକୁ ବିଚାରକୁ ନେଲେ କେଜ୍ରିଓ୍ବାଲଙ୍କ ଆପ କଂଗ୍ରେସକୁ ହଟାଇ କ୍ଷମତା ହାସଲ କରିବା ପରି ମନେ ହେଉଥିବା ବେଳେ ଦ୍ବିତୀୟ ସ୍ଥାନରେ ଅକାଳୀ ଦଳ ବିରୋଧ ଦଳର ସ୍ଥାନ ହାସଲ କରିପାରେ । ବର୍ତ୍ତମାନ କ୍ଷମତାରେ ଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଖସିପାରେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.