ETV Bharat / bharat

ସଫଳତାର ସହ 10 ଉପଗ୍ରହକୁ ମହାକାଶ ନେଲା PSLV-C 49

author img

By

Published : Nov 7, 2020, 3:29 PM IST

Updated : Nov 7, 2020, 6:12 PM IST

'EOS-01’ସାଟେଲାଇଟକୁ ସଫଳତାର ସହ ଲଞ୍ଚ କଲା ଇସ୍ରୋ
'EOS-01’ସାଟେଲାଇଟକୁ ସଫଳତାର ସହ ଲଞ୍ଚ କଲା ଇସ୍ରୋ

ଆଜି ଅପରାହ୍ନ 03 ଟା 02 ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚଳିତ ବର୍ଷର ପ୍ରଥମ ସାଟେଲାଇଟକୁ ସଫଳତାର ସହ ଲଞ୍ଚ କରିଛି ଇସ୍ରୋ । PSLV-C49 ଦ୍ୱାରା Risat ସିରିଜର ‘EOS-01’ସାଟେଲାଇଟକୁ ସଫଳତାର ସହ ଲଞ୍ଚ ହୋଇଛି ।

ଶ୍ରୀହରିକୋଟା: ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) । ଅପରାହ୍ନ 3 ଟା 2 ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ସଫଳତାର ସହ ଲଞ୍ଚ କରିଛି ଇସ୍ରୋ । ଏଥିସହିତ ଅନ୍ୟ 9 ଟି ବିଦେଶୀ ଉପଗ୍ରହ କକ୍ଷପଥରେ ସ୍ଥାପନ କରିଛି । ସମସ୍ତ ବୈଜ୍ଞାନିକ, ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ ।

10 ଉପଗ୍ରହ ସହ ସଫଳତାର ସହ ଇସ୍ରୋ ଲଞ୍ଚ କଲା PSLV-C 49

ଶ୍ରୀହରିକୋଟାର ସତୀଶ ଧୱାନ ସ୍ପେସ ସେଣ୍ଟରରୁ ଏହି ରକେଟ ଉତକ୍ଷେପଣ ହୋଇଛି । ଇସ୍ରୋର ସାଟେଲାଇଟ ଇଓଏସ (Earth Observation Satellite)କୁ PSLV-C 49 ରକେଟ ଜରିଆରେ ଲଞ୍ଚ କରାଯାଇଛି । ଖାସ କଥା ହେଉଛି ଯେ ଏହି ରକେଟ କେବଳ ଗୋଟିଏ ଭାରତୀୟ ନୁହେଁ ବରଂ ଅନ୍ୟ 9ଟି ବିଦେଶୀ ସାଟେଲାଇଟକୁ ମଧ୍ୟ କକ୍ଷପଥରେ ଅବସ୍ଥାପନ କରିଛି । ଏହି ଐତିହାସିକ ଉତକ୍ଷେପଣ ପରେ ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି ଏହି ଉତକ୍ଷେପଣ ଅତି ଗୁରୁତ୍ତ୍ବପୂର୍ଣ୍ଣ ଥିଲା । ଇଞ୍ଜିନିୟରଠୁ ଆରମ୍ଭ କରି ଲ୍ୟାବ ଟେକନିସିଆନ ଏକାଠୀ କାମ କରିଛନ୍ତି । ଏହାର ସଫଳ ଉତକ୍ଷେପଣ ହୋଇଥିବାରୁ ସମସ୍ତଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି । ଏବଂ ଏହା ଦୀପାବଳୀର ଖୁସିକୁ ଦ୍ବିଗୁଣିତ କରିଛି ବୋଲି କହିଛନ୍ତି ।

ଇଓଏସ-01ର ଅର୍ଥ ହେଉଛି ଅବଜରଭେସନ ରିସେଟ ସାଟେଲାଇଟର ଏକ ଉନ୍ନତ ସଂସ୍କରଣ । ଏଥିରେ ସିନ୍ଥେଟିକ ଅପର୍ଚର ରାଡାର(ଏସଏଆର) ଲାଗିଛି । ଏହା କୌଣସି ବି ସୟୟରେ ଏବଂ ଯେକୌଣସି ଋତୁରେ ପୃଥିବୀ ଉପରେ ନଜର ରଖିପାରିବ ।

ଏହି ସାଟେଲାଇଟର ବିଶେଷତ୍ବ ହେଉଛି ଯେ ଏହା ବାଦଲ ଭିତରେ ବି ପୃଥିବୀ ଉପରେ ନଜର ରଖିପାରିବା ସହ ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିପାରିବ । ଏହାର ଉଭୟ ଦିନରେ ଓ ରାତିରେ ଫଟୋ ଚିତ୍ର ଉତ୍ତୋଳନ କରିବାର କ୍ଷମତା ରହିଛି । ଏହାସହ ଇଓଏସ ନାଗରିକଙ୍କ ଗତିବିଧିରେ ମଧ୍ୟ ନଜର ରଖିପାରିବ । ଏହାଦ୍ବାରା ଦେଶର ନୀରିକ୍ଷଣ ବ୍ୟବସ୍ଥା ସୁଦୃଢ ହେବା ସହିତ ସାମୁଦ୍ରିକ ସୀମାରେ ଉପରେ ଆହୁରି ତୀକ୍ଷ୍ଣ ନଜର ରଖାଯାଇପାରିବ । କେବଳ ସାମରିକ ତଦାରଖ ନୁହେଁ ବରଂ ଚାଷ, ଜଙ୍ଗଲ, ଭୂବିଜ୍ଞାନ ନୀରିକ୍ଷଣରେ ମଧ୍ୟ ସହାୟକ ହେବ ବୋଲି ଜଣାପଡିଛି ।

Last Updated :Nov 7, 2020, 6:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.