ETV Bharat / bharat

Encounter In Dantewada: 2 ମହିଳା ମାଓବାଦୀ ନିହତ

author img

By

Published : Dec 18, 2021, 4:02 PM IST

Encounter in Dantewada: 2 ମହିଳା ମାଓବାଦୀ ମୃତ
Encounter in Dantewada: 2 ମହିଳା ମାଓବାଦୀ ମୃତ

ଛତିଶଗଡର ଦନ୍ତେଓ୍ବାଡା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ୨ ମହିଳା ମାଓବାଦୀ ନିହତ । ରାଇଫଲ, ବିସ୍ଫୋରକ ସାମଗ୍ରୀ ସମେତ ଅନ୍ୟ ମାଓ ସାମଗ୍ରୀ ଜବତ ନେଇ ସ୍ଥାନୀୟ ପୋଲିସର ସୂଚନା । ଅଧିକ ପଢନ୍ତୁ

ରାୟପୁର: ଛତିଶଗଡର ସର୍ବାଧିକ ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ ଦନ୍ତେଓ୍ବାଡାରେ ଯବାନଙ୍କ ଗୁଳିରେ ଦୁଇ ମହିଳା ମାଓବାଦୀ ନିହତ । ଆଜି (ଶନିବାର) ସକାଳେ ଦନ୍ତେଓ୍ବାଡା ଜଙ୍ଗଲରେ DRG ଯାବନମାନେ କୁମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । କିଛି ସମୟ ପାଇଁ ଉଭୟ ପଟୁ ଗୁଳି ବିନିମୟ ହୋଇଥିବା ବେଳେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।

ଏହି ଗୁଳି ବିନିମୟରେ ଦୁଇ ମହିଳା ମାଓବାଦୀ ନିହତ ହୋଇଥିବା ସ୍ପଷ୍ଟ କରିଛି ପୋଲିସ । ଦୁଇ ମହିଳା ମାଓବାଦୀଙ୍କ ମୃତଦେହ ସମେତ ଏମାନେ ବ୍ୟବହାର କରୁଥିବା ରାଇଫଲ, ଅନ୍ୟ କିଛି ବିସ୍ଫୋରକ ସାମଗ୍ରୀ ଓ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି ଯବାନ ।

ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୪.୩୦ରେ ଏହି ଗୁଳିବିନିମୟ ଆରମ୍ଭ ହୋଇଥିଲା । ମାଓବାଦୀମାନେ ସୁରକ୍ଷାବଳ ଉପରେ ଗୁଳି ଚଳାଇଥିବାବେଳେ ସୁରକ୍ଷାବଳ ମଧ୍ୟ ଏହାର କଡା ଜବାବ ଦେଇଥିଲେ । କିଛି ସମୟର ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଦୁଇ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ନିହତ ଦୁଇ ମହିଳା ମାଓବାଦୀ ଦରଭା ମାଓ ଡିଭିଜନ ଓ ମଲାଙ୍ଗୀର ଏରିଆ କମିଟି ସଦସ୍ୟ ଭାବେ ଗତ କିଛି ବର୍ଷ ହେବ ଲାଲ ବାହିନୀରେ ସକ୍ରିୟ ରହିଥିଲେ । ଉଭୟ ଅନେକ ହିଂସାତ୍ମକ ଆକ୍ରମଣରେ ସାମିଲ ଥିବା ବେଳେ ଉଭୟଙ୍କ ମୁଣ୍ଡରେ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ପୋଲିସ ଅଧୀକ୍ଷକ ଅଭିଶେକ ପଲ୍ଲବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.