ETV Bharat / bharat

Emergency Exercise: ପୂର୍ବାଞ୍ଚଳ ଏକ୍ସପ୍ରେସ-ଓ୍ବେରେ ଲ୍ୟାଣ୍ଡିଂ-ଟେକ ଅଫ୍ କଲା ଲଢୁଆ ବିମାନ

author img

By

Published : Jun 24, 2023, 4:14 PM IST

Updated : Jun 24, 2023, 5:10 PM IST

Emergency Exercise: ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେରେ ଲ୍ୟାଣ୍ଡିଂ- ଟେକଅଫ କଲା ଲଢୁଆ ବିମାନ
Emergency Exercise: ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେରେ ଲ୍ୟାଣ୍ଡିଂ- ଟେକଅଫ କଲା ଲଢୁଆ ବିମାନ

ପୂର୍ବାଞ୍ଚଳ ଏକ୍ସପ୍ରେସ-ଓ୍ବେରେ ଅବତରଣ ଓ ଉଡାଣ ଭରିଲେ ବାୟୁସେନା ବିମାନ । ଅପରେସନ ଏମରଜେନ୍ସିରେ ଅଂଶଗ୍ରହଣ କଲେ ବାୟୁସେନାର ପ୍ରାୟ 10 ଲଢୁଆ ବିମାନ । ଅଧିକ ପଢନ୍ତୁ

Emergency Exercise: ପୂର୍ବାଞ୍ଚଳ ଏକ୍ସପ୍ରେସ-ଓ୍ବେରେ ଲ୍ୟାଣ୍ଡିଂ-ଟେକ ଅଫ୍ କଲା ଲଢୁଆ ବିମାନ

ଲକ୍ଷ୍ନୌ: ପୂର୍ବାଞ୍ଚଳ ଏକ୍ସପ୍ରେସ -ର ଅବତରଣ କରିଛି ଭାରତୀୟ ବାୟୁସେନାର ଲଢୁଆ ବିମାନ । ଉତ୍ତର ପ୍ରଦେଶ ସୁଲତାନପୁରର ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ଏମରଜେନ୍ସି ଏକ୍ସରସାଇଜ ଅବସରରେ ଏହି ବିମାନଗୁଡିକ ଅବତରଣ କରି ପୁଣି ଉଡାଣ ଭରିଛନ୍ତି । ଆଜି ପୂର୍ବାହ୍ନରେ ବାୟୁସେନାର 3 ଟି ଲଢୁଆ ମିରାଜ ଫାଇଟର ଜେଟ ସହ ଜାଗୁଆର ଓ ପରିବହନ ବିମାନ AN32 ସଫଳତାର ସହ ଅବତରଣ କରିବା ସହ ପରେ ପୁଣି ଉଡାଣ ଭରିଥିଲେ । ଏବେ ମଧ୍ୟ ଅପରେସନ ସଫଳତାର ସହ ଜାରି ରହିଥିବା ବାୟୁସେନା ସୂତ୍ରରୁ ସୂଚନା ମିଳିଛି ।

ରୁଟିନ ପ୍ରଶିକ୍ଷଣ ଅଭ୍ୟାସରେ ଏହି ଏକ୍ସପ୍ରେସ-ଓ୍ବେକୁ ଜରୁରୀକାଳୀନ ଏୟାରବେସ ଭାବେ ବ୍ୟବହାର କରାଯାଇଥିଲା । ବାୟୁସେନା ମୁଖପାତ୍ରଙ୍କ ସୂଚନା ଅନୁସାରେ, ଏହି ଅଭ୍ୟାସରେ ବାୟୁସେନାର ଏକାଧିକ ଲଢୁଆ ବିମାନ, ଟ୍ରାନ୍ସପୋଟ ବିମାନ ସହ ହେଲିକପ୍ଟର ମଧ୍ୟ ଅବତରଣ କରିବା ସହ ପୁଣି ଉଡାଣ ଭରିଛନ୍ତି । ଯୁଦ୍ଧ କିମ୍ବା ଅନ୍ୟ କୌଣସି ଜରୁରୀ ସ୍ଥିତିରେ ଏହି ଜାତୀୟ ରାଜପଥକୁ ବିନା ସମସ୍ୟାରେ ରନ-ଓ୍ବେ ଓ ଏୟାରବେସ ଭାବେ ବ୍ୟବହାର କରିବା ପାଇଁ ଏହି ଅଭ୍ୟାସ କରାଯାଉଛି ।

ଆଜି ସକାଳୁ ଅଭ୍ୟାସ ଆରମ୍ଭ ହେବା ପୂର୍ବରୁ ବାୟୁସେନା ଅଧିକାରୀ ଓ ବୈଷୟିକ ଟିମ ରନଓ୍ବେ ଭାବେ ବ୍ୟବହାର ହେବାକୁ ଥିବା ରାଜପଥରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ ଦିଗ ତଦାରଖ କରିଥିଲେ । ଏକାଧିକ ଅଧିକାରୀ ନିଜେ ଏକପ୍ରେସ-ଓ୍ବେ ପରିଦର୍ଶନ କରିଥିଲେ । ଅଭ୍ୟାସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ପରେ ଗୋଟିଏ ପରେ ଗୋଟିଏ 3ଟି ମିରାଜ-2000 ଲଢୁଆ ବିମାନ ସହ ଜାଗୁଆର ଜେଟ ଓ ବାୟୁସେନାର ପରିବହନ ବିମାନ AN32 ମଧ୍ଯ ଏକ୍ସପ୍ରେସ-ଓ୍ବେରେ ଅବତରଣ କରିବା ସହ ପୁଣି ଟେକ-ଅଫ କରିଛନ୍ତି ।

ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ ସୁଲତାନପୁର ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି, ଏହି ଅଭ୍ୟାସରେ ମୋଟ 10 ବାୟୁସେନା ବିମାନ ଅବତରଣ କରିଛନ୍ତି । ସୁଲତାନପୁର ନିକଟବର୍ତ୍ତୀ ଏକ୍ସପ୍ରେସଓ୍ବରେ 5 କି.ମି ବ୍ୟାପୀ ରାଜପଥରେ ଏହି ମିଶନ ପାଇଁ ରନଓ୍ବେ ଭାବେ ବ୍ୟବହାର କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ଗାଡିମୋଟର ଚଳାଚଳ ବନ୍ଦ ରଖାଯାଇଥିଲା । ବାୟୁସେନା ଅଧିକାରୀ, ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପୋଲିସ ଅଧିକାରୀ ସାମିଲ ରହିଥିଲେ । ଏହି ଅଭ୍ୟାସ ପାଇଁ ଚଳିତ ମାସ 11 ତାରିଖରୁ ବାୟୁସେନା ପ୍ରସ୍ତୁତି ଜାରି ରଖିଥିଲା ।

ଗତବର୍ଷ ଲୋକାର୍ପିତ ହୋଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ-ଓ୍ବେକୁ ଅତ୍ୟାଧୁନିକ ଭିତ୍ତିଭୂମି ସହ ନିର୍ମାଣ କରାଯାଇଛି । ଯାହାକୁ ଯୁଦ୍ଧ କିମ୍ବା ଅନ୍ୟ ଜରୁରୀ ସମୟରେ ଏୟାରବେସ ଭାବେ ମଧ୍ୟ ବ୍ୟବହାର କରାଯାଇଛି । ପୂର୍ବରୁ ଏହି ଅଭ୍ୟାସ ଯମୁନା ଏକ୍ସପ୍ରେସ-ଓ୍ବେ ମଧ୍ୟ ସଫଳତାର ସହ ଶେଷ କରିସାରିଛି ବାୟୁସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jun 24, 2023, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.