ETV Bharat / bharat

ସରିଲା East Zone Senior Badminton Championship, ପୁରୁଷ ଡବଲ୍‌ସରେ କମାଲ କଲେ ଓଡିଶା ଯୋଡି

author img

By

Published : Apr 1, 2022, 2:14 PM IST

ଝାଡଖଣ୍ଡ ଡୁମକାରେ ତିନି ଦିନ ଧରି ଚାଲିଥିବା ଇଷ୍ଟ ଜୋନ ସିନିୟର ବ୍ୟାଡମିଣ୍ଟନ ଚାମ୍ପିଅନସିପ ଶେଷ ହୋଇଛି । ପୁରୁଷ ସିଙ୍ଗଲରେ ଉତ୍ତରପ୍ରଦେଶର ରାଜେଶ ଯାଦବ ଓ ମହିଳା ସିଙ୍ଗଲରେ ୟୁପିର ତନିଷା ସିଂହ ବାଜି ମାରି ନେଇଛନ୍ତି । ପୁରୁଷ ଡବଲ୍‌ସରେ ଓଡିଶାର ଅବିନାଶ ମହାନ୍ତି ଏବଂ ଆୟୁଷ ପଟ୍ଟନାୟକ ଚାମ୍ପିୟନ ହୋଇଛନ୍ତି । ଅଧିକ ପଢନ୍ତୁ

ସରିଲା East Zone Senior Badminton Championship
ସରିଲା East Zone Senior Badminton Championship

ରାଞ୍ଚି: ଝାଡଖଣ୍ଡ ଡୁମକାରେ ତିନି ଦିନ ଧରି ଚାଲିଥିବା ଇଷ୍ଟ ଜୋନ ସିନିୟର ବ୍ୟାଡମିଣ୍ଟନ ଚମ୍ପିୟନସିପ ଶେଷ ହୋଇଛି । ପୁରୁଷ ସିଙ୍ଗଲରେ ଉତ୍ତରପ୍ରଦେଶର ରାଜେସ ଯାଦବ ଓ ମହିଳା ସିଙ୍ଗଲରେ ୟୁପିର ତନିଷା ସିଂହ ବାଜି ମାରି ନେଇଛନ୍ତି । ପୁରୁଷ ଡବଲ୍‌ସରେ ଓଡିଶାର ଅବିନାଶ ମହାନ୍ତି ଏବଂ ଆୟୁଷ ପଟ୍ଟନାୟକ ଚାମ୍ପିୟନ ହୋଇଛନ୍ତି । ପୁରୁଷ ସିଙ୍ଗଲର ଦ୍ବିତୀୟ ସ୍ଥାନରେ ଉତ୍ତରାଖଣ୍ଡର ଧ୍ରୁବ ରାୱତ ରହିଛନ୍ତି । ବିଜେତାଙ୍କୁ ଖେଳମନ୍ତ୍ରୀ ହଫିଜୁଲ ହସନ ପୁରସ୍କୃତ କରିଛନ୍ତି । ଏହି ଅବସରରେ ବିଧାୟକ ପ୍ରଦୀପ ଯାଦବଙ୍କ ସହ ଡିଆଇଜି ସୁଦର୍ଶନ ପ୍ରସାଦ ମଣ୍ଡଳ ଏବଂ ଡମକା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ସଂରକ୍ଷକ ଉପସ୍ଥିତ ଥିଲେ।

ସରିଲା East Zone Senior Badminton Championship
ସରିଲା East Zone Senior Badminton Championship

ଏହି ଚମ୍ପିଆନସିପ୍‌ରେ ଉତ୍ତରାଖଣ୍ଡର ଧ୍ରୁବ ରାୱତ ଏବଂ ଉନ୍ନତୀ ସିଂ ମିଶ୍ରିତ ଡବଲ୍ସରେ ଟାଇଟଲ୍ ଜିତିଥିବାବେଳେ ପ୍ରଣବ ଶର୍ମା (ଉତ୍ତରପ୍ରଦେଶ) ଏବଂ ତନିଶା ସିଂ (ଉତ୍ତରପ୍ରଦେଶ)ଙ୍କ ଯୋଡି ଦ୍ବିତୀୟ ସ୍ଥାନରେ ରହିଛି। ଏଥି ସହିତ ମହିଳା ଡବଲ୍ସରେ ସମୃଦ୍ଧି ସିଂ ଏବଂ ୟୁପିର ସୋନାଲି ସିଂ ଟାଇଟଲ୍ ଜିତିଛନ୍ତି । ଦ୍ବିତୀୟ ସ୍ଥାନରେ ହିମାଂଶୁ ରାୱତ ଏବଂ ଉତ୍ତରାଖଣ୍ଡର ଉନ୍ନତି ରହିଛନ୍ତି । ପୁରୁଷ ଡବଲ୍‌ସରେ ଓଡିଶାର ଅବିନାଶ ମହାନ୍ତି ଏବଂ ଆୟୁଷ ପଟ୍ଟନାୟକ ଚାମ୍ପିୟନ ହୋଇଛନ୍ତି । ଉତ୍ତରାଖଣ୍ଡର ଶଶାଙ୍କ ଏବଂ ସୋହେଲ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ।

କ୍ରୀଡା ମନ୍ତ୍ରୀ ହାଫିଜୁଲ ହସନ କହିଛନ୍ତି ଯେ, ଝାଡଖଣ୍ଡ ସରକାର କ୍ରୀଡ଼ା ଏବଂ ଖେଳାଳିଙ୍କ ବିକାଶ ପାଇଁ ପ୍ରତିବବ୍ଦ। ଖେଳାଳିଙ୍କ ପାଇଁ ଏହିପରି ଟୁର୍ଣ୍ଣାମେଣ୍ଟ କ୍ରମାଗତ ଭାବରେ ଆୟୋଜିତ ହେବା ଉଚିତ । ଯାହା ରାଜ୍ୟରେ ଖେଳକୁ ଆଗକୁ ନେଇହେବ । ବିଧାୟକ ପ୍ରଦୀପ ଯାଦବ କହିଛନ୍ତି ଯେ ଝାଡଖଣ୍ଡ ଅନେକ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରୁଛି। ବ୍ୟାଡମିଣ୍ଟନର ଖେଳରେ ଝାଡ଼ଖଣ୍ଡରୁ ଭଲ ଖେଳାଳି ବାହାରିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.