ETV Bharat / bharat

ମହାରାଷ୍ଟ୍ର ପାଲଘରରେ ମୃଦୁ ଭୂକମ୍ପ ଝଟ୍‌କା

author img

By

Published : Jan 18, 2021, 7:59 AM IST

Updated : Jan 18, 2021, 8:32 AM IST

ମହାରାଷ୍ଟ୍ରର ପାଲଘରରେ ଭୂକମ୍ପ
ମହାରାଷ୍ଟ୍ରର ପାଲଘରରେ ଭୂକମ୍ପ

ମହାରାଷ୍ଟ୍ରର ପାଲଘର ଜିଲ୍ଲା ତଲାସରି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେର୍କଡ ହୋଇଛି । ଅଧିକ ପଢନ୍ତୁ...

ମୁମ୍ବାଇ:ମହାରାଷ୍ଟ୍ରରେ ଭୂକମ୍ପ ଝଟକା । ରବିବାର ରାତି ପ୍ରାୟ 10ଟା 45ରେ ପାଲଘର ଜିଲ୍ଲା ତଲାସରି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେର୍କଡ ହୋଇଛି ।

ମହାରାଷ୍ଟ୍ରର ପାଲଘରରେ ଭୂକମ୍ପ

ସୂଚନାଅନୁସାରେ,ରବିବାର ରାତି ପ୍ରାୟ 10ଟା ପାଖାପାଖି ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେର୍କଡ ହୋଇଛି । ତେବେ ଭୂକମ୍ପରେ କୌଣସି ଜୀବନ ନଷ୍ଟ ହୋଇନାହିଁ ପାଲଘର ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ମିଳିଛି । ଅନେକ ସ୍ଥାନରେ ଅନେକଙ୍କ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଭୂକମ୍ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ମହାରାଷ୍ଟ୍ରର ପାଲହର ଡାହାନୁ ତାଲାସରି ଅଞ୍ଚଳରେ 2018ରୁ ଭୂକମ୍ପ ଅନୁଭୂତ ହେବାରେ ଲାଗିଛି । କିଛି ଦିନର ବିରତି ପରେ ଅଞ୍ଚଳରେ ପୁଣି ଭୂକମ୍ପ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଚି କରିଛି । କିଛି ଦିନ ତଳେ ଇଣ୍ଡୋନେସିଆରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାୟ 50ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated :Jan 18, 2021, 8:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.