ETV Bharat / bharat

ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାସ: 2 ବିଦେଶୀ ନାଗରିକ ଗିରଫ, 15 କୋଟିର ଡ୍ରଗ୍ସ ଜବତ

author img

By ETV Bharat Odisha Team

Published : Nov 13, 2023, 7:34 PM IST

ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାସ
ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାସ

ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାସ କଲା ଏନସିବି । 2 ବିଦେଶ ନାଗରିକଙ୍କୁ ଗିରଫ କରିବା ସହ ପାଖାପାଖି 2 କେଜି କୋକେନ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 15 କୋଟିରୁ ଊର୍ଦ୍ଧ୍ବ ହେବ । ଅଧିକ ପଢନ୍ତୁ

ମୁମ୍ବାଇ: ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋକୁ ବଡ ସଫଳତା । ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାସ କଲା ଏନସିବି । ମୁମ୍ବାଇର ଏକ ହୋଟେଲରୁ 15କୋଟିରୁ ଉର୍ଦ୍ଧ୍ବ ଟଙ୍କାର କୋକେନ ଜବତ କରିବା ସହ 2 ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ଏହି ମାମଲା କେବଳ ଦିଲ୍ଲୀ ମୁମ୍ବାଇ ନୁହେଁ ବରଂ ଦେଶର ଅନେକ ବଡ ବଡ ସହରରେ ଏହି ସିଣ୍ଡିକେଟର ଚେର ଲମ୍ବିଥିବା ଜାଣିବାକୁ ପାଇଛି ଏନସିବି । ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି ।

ମୁମ୍ବାଇରେ ଏକ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାସ କରିଛି ଏନସିବି । ମୁମ୍ବାଇର ଏକ ହୋଟେଲରୁ 9 ତାରିଖ ଦିନ ଜଣେ ଜାମ୍ବିଆ ନାଗରିକଙ୍କ ନିକଟରୁ 2 କେଜି କୋକେନ ଜବତ କରିବା ପରେ ତାଙ୍କୁ ଗିରଫ କରିଛି ପୋଲିସ । ଏନସିବିର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଆଉ ମଧ୍ୟ ତାଞ୍ଜାନିଆର ଜଣେ ମହିଳାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ଜବତ କୋକେନର ଆନୁମାନିକ ମୂଲ୍ୟ 15 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି । ତେବେ ବିଦେଶରୁ ଏମାନେ କୋକେନ ଆଣି ଭାରତରେ ବିକ୍ରି କରୁଥିବା ସୂଚନା ରହିଛି । ଏହି ଡ୍ରଗ୍ସରେ ଲିଙ୍କ ଦେଶର ବଡ ବଡ ସହର ମୁମ୍ବାଇ, ଦିଲ୍ଲୀ, ଗୋଆ, ବେଙ୍ଗାଲୁରୁ ସମେତ ଅନେକ ସ୍ଥାନ ଯାଏ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଛି ।

ଏହାମଧ୍ୟ ପଢନ୍ତୁ..ନକଲି ଔଷଧ, ଡ୍ରଗ୍ସ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ରେଡ୍

ତେବେ ଏନେଇ ଏନସିବି ମୁମ୍ବାଇ ଜୋନାଲ ଡିରେକ୍ଟର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାର୍ବଣ ଋତୁରେ ଡ୍ରଗ୍ସ କାରବାର ଅଧିକ ହେଉଥିବା ସନ୍ଦେହରେ ଏନସିିବି ପକ୍ଷରୁ ତଦନ୍ତ ଜୋରଦାର ରହିଥିଲା । ତେବେ କିଛି ବିଦେଶୀ ଡ୍ରଗ୍ସ ସିଣ୍ଡିକେଟ ଭାରତରେ ଡ୍ରଗ୍ସ ବିକ୍ରି କରିବାକୁ ଯୋଜନା ଚଳାଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ଏନସିବି ଟିମ । ଏହାପରେ ଏନସିବି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଥିଲା । ଏକ ଏକ ଟିମ ମୁମ୍ବାଇରେ ପହଞ୍ଚି ହୋଟେଲେରେ ଚଢାଉ ବେଳେ ଜାମ୍ବିଆ ନାଗରିକ ଏଲଏ ଗିଲମୋରଙ୍କ ଠାରୁ 2 କେଜି କୋକେନ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି ।

ଗିଲମୋର ଜଣେ ଡ୍ରଗ୍ସ ଡିଲର ହୋଇଥିବା ବେଳେ ତାଙ୍କ ପଛରେ ଅନ୍ୟ କେହି ଥିବା ଏନସିବି ଜାଣିବାକୁ ପାଇଛି । ତେବେ ଅଧିକାରୀ ଜଣକ ଆଉ ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ବିମାନ ଯୋଗେ ମୁମ୍ବାଇ ଆସିଥିଲେ । ପରେ ଏକ ହୋଟେଲରେ ରହିଥିଲେ । ଏହି ସମୟରେ ଡ୍ରଗ୍ସ କାରବାର ନେଇ ଏନସିବିକୁ ସୂଚନା ମିଳିବା ପରେ ଏନସିବି ଅଭିଯୁକ୍ତ ଉପରେ କଡା ନଜର ରଖିବା ସହ ତଦନ୍ତ ଆରମ୍ଭ କରିଦେଇଥିଲା । ତେବେ ତାଙ୍କ ପାଖରୁ ଏକ ବ୍ୟାଗ ମିଳିଥିଲା । ଯେଉଁଥିରେ ପାଖାପାଖି 2 କେଜି କୋକେନ ପ୍ୟାକେଟ ମିଳିଥିଲା ।

ତେବେ ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ଏନସିବି ଅଧିକାରୀଙ୍କୁ ଡ୍ରଗ୍ସ ଲିଙ୍କରେ ଥିବା ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ସୂଚନା ଦେଇଛି । ସେ ମୁମ୍ବାଇରୁ ଦିଲ୍ଲୀ ଏହି କୋକେନ ବିକ୍ରି ନେଇ ସୂଚନା ଦେଇଥିଲା । ସୂଚନା ଆଧାରରେ ଏନସିବି ଟିମ ଦିଲ୍ଲୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଚଢାଉ ବେଳେ ଦିଲ୍ଲୀର ଏକ ହୋଟେଲରୁ ନଭେମ୍ବର 11ତାରିଖ ଦିନ ଏମଆର ଆଙ୍ଗୋଷ୍ଟିନୋ ନାମକ ଜଣେ ତାଞ୍ଜାନିଆ ମହିଳାଙ୍କୁ ଗିରଫ କରିଥିଲା । ଏହି ଡ୍ରଗ୍ସ ସିଣ୍ଡିକେଟ ଦେଶର ବଡ ବଡ ସହର ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଗୋଆ ସମେତ ଅନ୍ୟାନ୍ୟ ବଡ ବଡ ସହର ସହ ଲିଙ୍କ ଥିବା ନେଇ ସୂଚନା ରହିଛି । ତେବେ ଏହି ଡ୍ରଗ୍ସ କାରବାର ପଛରେ ଅନ୍ୟମାନଙ୍କ ହାତ ଥିବା ଜାଣିବାକୁ ପାଇଛି ପୋଲିସ । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.