ETV Bharat / bharat

'Dollar Temple' built in Gujarat: ଟଙ୍କାରେ ସଜ୍ଜିତ ମା' ବରଦାୟିନୀ, ବିଭୋର ଶ୍ରଦ୍ଧାଳୁ

author img

By

Published : Feb 17, 2022, 9:38 PM IST

'Dollar Temple' built in Gujarat: ଟଙ୍କାରେ ସଜ୍ଜିତ ମା' ବରଦାୟିନୀ, ବିଭୋର ଶ୍ରଦ୍ଧାଳୁ
'Dollar Temple' built in Gujarat: ଟଙ୍କାରେ ସଜ୍ଜିତ ମା' ବରଦାୟିନୀ, ବିଭୋର ଶ୍ରଦ୍ଧାଳୁ

ଗୁଜୁରାଟ ଗାନ୍ଧୀନଗର ନିକଟ ମା' ବରଦାୟିନୀଙ୍କୁ ଡଲାର ଟଙ୍କାରେ ସଜ୍ଜିତ କରାଯାଇଛି । ଆକର୍ଷଣୀୟ ସୌନ୍ଦର୍ଯ୍ୟ ଦେଖି ବିଭୋର ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ଗାନ୍ଧୀନଗର ନିକଟ ରୁପାଲ ଗ୍ରାମରେ ମାଆ ବୀରଦାୟିନୀ ମନ୍ଦିର ରହିଛି । ନବରାତ୍ରୀରେ ଏଠାରେ ବିଶାଳ ପୂଜା ହେଉଥିବା ବେଳେ ଅନେକ ଶ୍ରଦ୍ଧାଳୁ ସାମିଲ ହୁଅନ୍ତି । ଏବେ ଏହି ମନ୍ଦିରକୁ ନେଇ ସବୁଠି ଚର୍ଚ୍ଚା । ଆମେରିକା ମୁଦ୍ରା ୧୧ ହଜାର ୫୦୦ ଡଲାରରେ ମନ୍ଦିରକୁ ଏପରି ସଜା ଯାଇଛି ଯେ ମନ୍ଦିରର ଆକର୍ଷଣ ଦ୍ବିଗୁଣିତ ହୋଇଛି । ଶ୍ରଦ୍ଧାଳୁ ମନ୍ଦିରକୁ ଦାନ କରିଥିବା ଏହି ଟଙ୍କାରେ ମା'ଙ୍କୁ ସଜ୍ଜିତ କରାଯାଇଛି ।

'Dollar Temple' built in Gujarat: ଟଙ୍କାରେ ସଜ୍ଜିତ ମା' ବରଦାୟିନୀ, ବିଭୋର ଶ୍ରଦ୍ଧାଳୁ
'Dollar Temple' built in Gujarat: ଟଙ୍କାରେ ସଜ୍ଜିତ ମା' ବରଦାୟିନୀ, ବିଭୋର ଶ୍ରଦ୍ଧାଳୁ

ଭାରତୀୟ ମୁଦ୍ରାରେ ଏହି ୧୧ ହଜାର ୫୦୦ ଡଲାରର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ପୂର୍ଣ୍ଣିମା ଅବସରରେ ଏହି ଦାନ ଅର୍ଥକୁ ମା'ଙ୍କ ସଜ୍ଜିତ କାର୍ଯ୍ୟରେ ବ୍ୟବହାର କରାଯାଇଛି । ମନ୍ଦିର ପରିଚାଳନା କମିଟିର ସୂଚନା ଅନୁସାରେ ଏହି ଅର୍ଥ ଦାନ କରିଥିବା ଶ୍ରଦ୍ଧାଳୁଙ୍କ ସମ୍ପର୍କରେ କୌଣସି ପରିଚୟ ମିଳିନାହିଁ । ଏହି ମନ୍ଦିରକୁ ଆସୁଥିବା ଦାନ ଅର୍ଥକୁ ମନ୍ଦିରର ବିକାଶ କାର୍ଯ୍ୟରେ ଲଗାଯାଏ ବୋଲି କମିଟି କହିଛି ।

'Dollar Temple' built in Gujarat: ଟଙ୍କାରେ ସଜ୍ଜିତ ମା' ବରଦାୟିନୀ, ବିଭୋର ଶ୍ରଦ୍ଧାଳୁ
'Dollar Temple' built in Gujarat: ଟଙ୍କାରେ ସଜ୍ଜିତ ମା' ବରଦାୟିନୀ, ବିଭୋର ଶ୍ରଦ୍ଧାଳୁ

ସୂଚନା ଥାଉ କି ନବରାତ୍ରୀ ଅବସରରେ ଏହି ମନ୍ଦିରରେ ମା' ବୀରଦାୟିନୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର ଆୟୋଜନ କରାଯାଏ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ସ୍ଥାନୀୟ ଅଞ୍ଚଳରୁ ଧୁମଧାମରେ ମନ୍ଦିରରେ ନବରାତ୍ରୀର ପୂଜାର୍ଚ୍ଚନା କରାଯାଏ ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.