ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ପଲିସିକୁ ପୁଟିନଙ୍କ ପ୍ରଶଂସା, କହିଲେ ଘରୋଇ ଉତ୍ପାଦକୁ ପ୍ରୋତ୍ସାହନ ଭଲ କାମ

author img

By ETV Bharat Odisha Team

Published : Sep 13, 2023, 11:04 AM IST

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ପିଏମ ମୋଦି ଘରୋଇ ଉତ୍ପାଦକୁ ପ୍ରୋତ୍ସାହିତ କରି ବହୁତ ଭଲ କାମ କରୁଛନ୍ତି । ଅଧିକ ପଢନ୍ତୁ

Vladimir Putin praises PM Modis policies
Putin praised PM Modi's policies

ଭ୍ଲାଦିଭୋଷ୍ଟୋକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ପୁଟିନ ପ୍ରଶଂସା କରିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ପ୍ରଶଂସା କରିଛନ୍ତି । ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ କହିଛନ୍ତି ପିଏମ ମୋଦି ଘରୋଇ ଉତ୍ପାଦକୁ ପ୍ରୋତ୍ସାହିତ କରି ବହୁତ ଭଲ କାମ କରୁଛନ୍ତି । ଋଷର ଭ୍ଲାଦିଭୋଷ୍ଟକରୁ 8ମ ଇଷ୍ଟନ ଇକୋନୋମିକ ଫୋରରୁ ଏହା କହିଛନ୍ତି ପୁଟିନ ।

ପୁଟିନ କହିଛନ୍ତି,''ଘରୋଇ ସ୍ତରରେ ନିର୍ମିତ ଅଟୋମୋବାଇଲ ବ୍ୟବହାର ହେବା ଦରକାର । ପିଏମ ମୋଦିଙ୍କ ନେତୃତ୍ବାରେ ଭାରତ ତାର ନୀତିର ମିଶାଲ ସୃଷ୍ଟି କରିିଛି । 1990 ଦଶକରେ ଆମ ପାଖରେ ଘରୋଇ ସ୍ତରରେ ନିର୍ମିତ କାର ନଥିଲା ମାତ୍ର ଏବେ ଆମ ପାଖରେ ଅଛି । ଏହା ସତ୍ୟ କି ତାହା ମର୍ସଡିଜି ଓ ଅଡି ତୁଳନାରେ ସାଧାରଣ ଦେଖାଯାଏ । ମାତ୍ର ଏହା କୌଣସି ବିଷୟ ନୁହେଁ । ଆମକୁ ଭାରତକୁ ଅନୁକରଣ କରିବାକୁ ହେବ । ଭାରତ ତାର ଘରୋଇ ନିର୍ମିତ ଗାଡି ଉପରେ ଅଧିକ ଫୋକସ ଦେଉଛି । ମୋତେ ଲାଗୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରି ବହୁତ ଭଲ କାମ କରୁଛନ୍ତି ।''

ସେ ଆହୁରି କହିଛନ୍ତି, ଋଷ ନିର୍ମିତ ଅଟୋ ମୋବାଇଲ୍ସ ବ୍ୟବହାର କରିବା ଭୁଲ ନୁହେଁ । ଆମ ପାଖରେ ଥିବା ଅଟୋମୋବାଇଲର ବ୍ୟବହାର କରିବା ଦରକାର । IMEC କନେକ୍ଟିଭିଟି କରିଡରକୁ ତୁର୍କୀ ବିରୋଧ କରୁଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ସ୍ବାଗତ କରିଛନ୍ତି । ଏହି କରଡରରେ ଭାରତକୁ ଋଷର ସହଯୋଗ ମିଳିଛି । ଏହା ଲଜିଷ୍ଟିକ ଫାଇଦା ଦେବ ବୋଲି କହିଛନ୍ତି ପୁଟିନ ।

ଏହା ବି ପଢନ୍ତୁ...G20 Summit: ଭାରତ ଏବେ ଗ୍ଲାବାଲ ସାଉଥର ସ୍ବର, ସଫଳ ଆୟୋଜନକୁ ବିଦେଶୀ ଗଣମାଧ୍ୟମରେ ପ୍ରଶଂସା

ପୁଟିନ କହିଛନ୍ତି, ଆମେରିକା ଏକ ନୂଆ ଆର୍ଥିକ କରିଡର ନିର୍ମାଣ ନେଇ ୟୁରୋପୀୟ ସଂଘ, ସାଉଦି ଆରବ ଏବଂ ଭାରତ ସହ ସହମତ ପ୍ରକାଶ କରି ସୀକୃତି ଦେଇଛି । ମାତ୍ର ଏହି ଯୋଜନା ଋଷ ପାଇଁ ଲାଭଦାୟକ ହେବ । ଆଇଏମଇସି ତାଙ୍କ ଦେଶକୁ ଲଜିଷ୍ଟିକ ବିକଶିତ କରିବାକୁ ସହାୟକ ହେବ । ଏହି ଯୋଜନା ଉପରେ ଅନେକ ବର୍ଷ ହେବ ଚର୍ଚ୍ଚା ଚାଲିଥିଲା ।'' ଭାରତ, ଆମେରିକା, ସାଉଦି ଆରବ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ୟୁରୋପୀୟ ସଂଘ ଦ୍ବାରା ଦିଲ୍ଲୀରେ ଅନୁଷ୍ଠିତ ଜି20 ସମ୍ମିଳନୀରେ ଭାରତ ମଧ୍ୟ ପୂର୍ବର ସ୍ଥାପନା ନେଇ ଏକ ଚୁକ୍ତି ସ୍ବାକ୍ଷର ହୋଇଛି । ଯାହାକୁ ନେଇ ଏହା କହିଛନ୍ତି ପୁଟିନ ।

IMEC କଣ ? ଭାରତ, ୟୁରୋପିୟନ ୟୁନିୟନ, ଆମେରିକା ଏବଂ ସାଉଦି ଆରବ ଏହି 4 ଦେଶ ମିଳିତ ଭାବେ ଏକ ମେଗା ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି । ଯାହାର ନାମ ହେଉଛି ଇଣ୍ଡିଆ ମିଡିଲ ଇଷ୍ଟେଟ ୟୁରୋପ ଇକୋନୋମିକ କରିଡର । ଏହାକୁ ଐତିହାସିକ ଚୁକ୍ତି କୁହାଯାଉଛି । ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ କନେକ୍ଟିଭିଟି କରିଡର ଏକ ଐତିହାସିକ କରିଡର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏହି କରିଡର ଆର୍ଥିକ ବିକାଶ ଓ କନେକ୍ଟିଭିଟି ପ୍ରଦାନରେ ସହାୟକ ହେବ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.