ETV Bharat / bharat

G20 Summit: ଭାରତ ଏବେ ଗ୍ଲାବାଲ ସାଉଥର ସ୍ବର, ସଫଳ ଆୟୋଜନକୁ ବିଦେଶୀ ଗଣମାଧ୍ୟମରେ ପ୍ରଶଂସା

author img

By ETV Bharat Odisha Team

Published : Sep 11, 2023, 4:39 PM IST

ଜି20 ସମ୍ମିଳନୀର ସଫଳ ଆୟୋଜନ ପାଇଁ ଭାରତକୁ ବିଦେଶୀ ଗଣମାଧ୍ୟମରେ ପ୍ରଶଂସା । ଭାରତ ଏବେ ‘ଗ୍ଲାବାଲ ସାଉଥ’ର ସ୍ବର ବୋଲି ଦର୍ଶାଇଲେ । କହିଲେ ନୂଆଦିଲ୍ଲୀ ଡିକ୍ଲାରେସନକୁ 100 ପ୍ରତିଶତ ସମ୍ମତି ବଡ କୂଟନୈତିକ ସଫଳତା । ଅଧିକ ପଢ଼ନ୍ତୁ

ଭାରତର ସଫଳ ଆୟୋଜନକୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରଶଂସା
ଭାରତର ସଫଳ ଆୟୋଜନକୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରଶଂସା

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଜି20 ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ଏହି ସମ୍ମିଳନୀରେ ଏକାଧିକ ବୈଶ୍ବିକ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ‘ନୂଆଦିଲ୍ଲୀ ଡିକ୍ଲାରେସନ’କୁ ଶତ ପ୍ରତିଶତ ସମର୍ଥନ ମିଳିବା ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା । ଭାରତର ସଫଳ ଆୟୋଜନ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରଶଂସା କରାଯାଇଛି । ଏବେ ଭାରତ ବିଶ୍ବ ସମୁଦାୟରେ ଏକକ ରାଷ୍ଟ୍ରଭାବେ ନୁହେଁ ବରଂ ‘ଗ୍ଲୋବାଲ ସାଉଥ’ର ସ୍ବର ଭାବେ ଆତ୍ମପ୍ରକାଶ କରଛି ବୋଲି ଏକାଧିକ ବିଦେଶୀ ଗଣମାଧ୍ୟମ ନିଜ ରିପୋର୍ଟରେ ପ୍ରକାଶ କରିଛନ୍ତି ।

ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ‘ଦି ଓ୍ବାଶିଂଟନ ପୋଷ୍ଟ’ ଜି20 ସମ୍ମିଳନୀରେ ବୈଶ୍ବିକ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ଅବିଭାଷଣ ଓ ଜିଓ-ପଲିଟିକାଲ ପ୍ରସଙ୍ଗରେ ସମ୍ମିଳନୀର ଶତ ପ୍ରତିଶତ ସ୍ବୀକୃତି ମିଳିବା ପ୍ରସଙ୍ଗକୁ ଭାରତର ବଡ଼ ସଫଳତା ବୋଲି ଦର୍ଶାଇଛି । ମୁଖ୍ୟ ଖବରରେ ଦର୍ଶାଯାଇଛି ଯେ, ବିଶ୍ବର ବିଭାଜିତ ଶକ୍ତିକୁ ଏକାଠି ବୁଝାମଣା କରାଇବାରେ ସଫଳ ହେବା ଭାରତର କୂଟନୈତିକ ସଫଳତା ଓ ଏହା ମୋଦିଙ୍କ ବିଜୟ ।

ସେହିପରି ମଧ୍ୟପ୍ରାଚ୍ୟର ଦୁବାଇରୁ ସଞ୍ଚାଳିତ ହେଉଥିବା ଗଣମାଧ୍ୟମ ‘ଗଲ୍ଫ ନ୍ୟୁଜ’ରେ ପ୍ରକାଶିତ ଜି20 ସମ୍ମିଳନୀ ସମ୍ପର୍କିତ ଖବରର ହେଡଲାଇନ ବା ଶିରୋନାମା ରହିଛି, ‘18ତମ ଜି20 ସମ୍ମିଳନୀ:ବିଶ୍ବ ବିବିଧତା ଓ ସମୃଦ୍ଧି ପାଇଁ ପ୍ରୟାସ’" (18th G20 Summit: Shaping a world of diversity and harmony) । ଭାରତରେ ଆୟୋଜିତ ଏହି ଶିଖର ସମ୍ମିଳନୀ କିପରି ବିଶ୍ବର ବିବିଧତା ଓ ସମୃଦ୍ଧିକୁ ଏକ ଆକର ଦେବା ପାଇଁ ପ୍ରୟାସ କରାଯାଇଛି, ତାହା ଏହି ଖବରରେ ପ୍ରକାଶିତ କରାଯାଇଛି । ଏଥିରେ ମଧ୍ୟ ଆୟୋଜନକୁ ସଫଳ ଦର୍ଶାଯିବା ସହ ଆୟୋଜକ ଭାବେ ଭାରତର ଭୂମିକାକୁ ମଧ୍ୟ ପ୍ରଶଂସା କରାଯାଇଛି ।

ସେହିପରି ଅଷ୍ଟ୍ରେଲିଆର ଆଉଟ୍‌ଲେଟ୍‌ ଏବିସି ନ୍ୟୁଜ୍‌ (Outlet ABC News)ରେ ଜି20 ସମ୍ମିଳନୀରେ ଦିଲ୍ଲୀ ପ୍ରସ୍ତୁତ ଘୋଷଣାନାମାରେ ୟୁକ୍ରେନ ଯୁଦ୍ଧକୁ ସ୍ଥାନ ଦେବା ପ୍ରସଙ୍ଗକୁ ପ୍ରଶଂସା କରିଛି । ଦିଲ୍ଲୀ ଡିକ୍ଲାରେସନ ସର୍ବସମ୍ମତିର ସହ ଗୃହୀତ ହେବା ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନିଜ ମଧ୍ୟ ପ୍ରଶଂସା କରିଥିଲେ ।

ସେହିପରି ବ୍ରିଟିଶ ଗଣମାଧ୍ୟମ ‘ଦି ଟେଲିଗ୍ରାଫ’ରେ ମଧ୍ୟ ଏହି ଆୟୋଜନକୁ ଭାରତର ସଫଳତା ଓ ଏପରି ଆୟୋଜନ ମାଧ୍ୟମରେ ଭାରତ ବିଶ୍ବର ବୈଶ୍ବିକ କ୍ରମରେ ସାମିଲ ହୋଇଛି ବୋଲି ଦର୍ଶାଇଛି । ପ୍ରକାଶିତ ଖବରର ଶିରୋନାମା ରହିଛି ‘‘ଭାରତ ନୂଆ ବିଶ୍ବ ଶକ୍ତିକ୍ରମର କେନ୍ଦ୍ରରେ ରହିବାକୁ ଚାହୁଁଛି ’ ବିଶ୍ବ ଜଳବାୟୁ ପରିବର୍ତ୍ତନ, ସମୃଦ୍ଧି ଓ ଗ୍ରୀନ ଫାଇନାନ୍ସ ଦିଗରେ ବଡ଼ ସଫଳତା ବୋଲି ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ :- G-20 ସମ୍ମିଳନୀ ପାଇଁ ବ୍ୟବସାୟ ମାନ୍ଦା: 400 କୋଟି ଟଙ୍କାର କ୍ଷତି, 9ହଜାର ଡେଲିଭରୀ ବଏ ପ୍ରଭାବିତ !

କତାରରୁ ପ୍ରକାଶିତ ହେଉଥିବା ମଧ୍ୟପ୍ରାଚ୍ୟରେ ସର୍ବାଧିକ ଲୋକପ୍ରିୟ ଗଣମାଧ୍ୟମ ‘ଆଲଜଜିରା’ ମଧ୍ୟ ଦିଲ୍ଲୀ ଘୋଷଣାନାମାରେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇବାକୁ ପ୍ରଶଂସା କରିଛି । ଜି20 ଶିଖର ସମ୍ମିଳନୀ ସଫଳତାର ଶେଷ ହୋଇଛି । ଋଷ ମଧ୍ୟ ଭାରତ ପ୍ରସ୍ତୁତ ସନ୍ତୁଳିତ ଘୋଷଣାନାମାକୁ ପ୍ରଶଂସା କରିଛି । ଚୀନର ଏକ ସ୍ଥାନୀୟ ଗଣମାଧ୍ୟମରେ ମଧ୍ୟ ଏହାକୁ ସଫଳ ଆୟୋଜନ ବୋଲି ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.