ETV Bharat / bharat

Controversial Survey: ଆପଣଙ୍କର ପରକୀୟା ପ୍ରୀତି ଅଛି କି ? ପ୍ରଶ୍ନ କରିବ ଏହି ରାଜ୍ୟର ପ୍ରଶାସନ

author img

By

Published : Dec 22, 2022, 8:21 PM IST

Controversial Survey
Controversial Survey

ଆନ୍ଧ୍ରପ୍ରଦେଶ ସରକାରଙ୍କ ସର୍ଭେରେ ଅଜବ ପ୍ରଶ୍ନ । ପରିବାରରେ କୌଣସି ସଦସ୍ୟ ପରକୀୟା ପ୍ରୀତିରେ ଜଡିତ କି ନାହିଁ ପ୍ରଶ୍ନ (Do you have extramarital affairs in your house )କରାଯାଉଥିବା ବେଳେ ବିରୋଧୀ ଆଣିଲେ ଏହି ଅଭିଯୋଗ । ଅଧିକ ପଢନ୍ତୁ

ଅମରାବତୀ: ସାଧାରଣତଃ ସରକାରୀ ସର୍ଭେରେ ଘରର ସଦସ୍ୟଙ୍କ ସଂଖ୍ୟା, ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରଶ୍ନ ପଚରାଯାଏ । ମାତ୍ର ଏଠାରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ସର୍ଭେରେ ରହିଥିବା ପ୍ରଶ୍ନାବଳୀକୁ ନେଇ ଚର୍ଚ୍ଚା ହେଉଛି (Questions in AP government's survey) । ପରିବାରରେ କୌଣସି ସଦସ୍ୟ ପରକୀୟା ପ୍ରୀତିରେ ଜଡିତ କି ନାହିଁ (Do you have extramarital affairs in your house ) ଏଭଳି ଅଜବ ପ୍ରଶ୍ନ ପଚରା ଯାଉଥିବା ବେଳେ ପରିବାରର ସଦସ୍ୟଙ୍କ ପାଇଁ ଏହା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । YCP ସରକାରଙ୍କ ଅଧିକାରୀ ଘରକୁ ଘର ବୁଲି ସର୍ଭେ ମାଧ୍ୟମରେ ଏପରି ପ୍ରଶ୍ନ କରୁଥିବା ସୂଚନା ମିଳିଛି ।

ସର୍ଭେରେ ଅଜବ ପ୍ରଶ୍ନ:-

ଆନ୍ଧ୍ରପ୍ରଦେଶ ସରକାର ଗ୍ରାମାଞ୍ଚଳ ଓ ସଚିବାଳୟର କିଛି କର୍ମଚାରୀଙ୍କ ସହାୟତାରେ ଏଭଳି ସର୍ଭେ ଆରମ୍ଭ କରିଛନ୍ତି । ଏହି ସର୍ଭେରେ ପରିବାରର ସଦସ୍ୟକୁ ଅଜବ ପ୍ରଶ୍ନ ପଚରାଯାଉଛି । ଏଭଳି ପ୍ରଶ୍ନ ପଚାରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରରଙ୍କ କର୍ମଚାରୀ ଘରକୁ ଘର ବୁଲି ଏପରି ପ୍ରଶ୍ନ ପଚାରୁଥିବା ସୂଚନା ମିଳିଛି । ସେଗୁଡ଼ିକ ହେଉଛି

  • ପରିବାରରେ କୌଣସି ସଦସ୍ୟ ପରକୀୟା ପ୍ରୀତିରେ ଜଡିତ କି ?
  • ଏକାଧିକ ଯୌନ ସମ୍ପର୍କ ଅଛି କି ?
  • ଏକାଧିକ ଥର କିଏ ବିବାହିତ କି ?
  • ଏହି ଉପରୋକ୍ତ ପ୍ରସଙ୍ଗ ସହିତ କୌଣସି ପୁରୁଣା ମାମଲା ଅଛି କି ?

ଏହା ବି ପଢନ୍ତୁ: Double Murder: ହସ୍ପିଟାଲରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର, ସନ୍ଦିଗ୍ଧ ସମ୍ପର୍କୀୟ କମ୍ପାଉଣ୍ଡର ଅଟକ

ସର୍ଭେ କର୍ମଚାରୀଙ୍କ ସହ ରହୁଛି ପୋଲିସ

ସର୍ଭେ ପାଇଁ ଯାଉଥିବା କର୍ମଚାରୀଙ୍କ ସହିତ କିଛି ମହିଳା ପୋଲିସ ରହୁଛନ୍ତି । ଏଭଳି ପ୍ରଶ୍ନ କିଛି ଲୋକଙ୍କୁ ପଚାରିବା ଦ୍ବାରା ସେମାନେ ଆକ୍ରୋଶର ଶିକାର ହେଉଥିବା ଜଣାପଡ଼ିଛି । ଏହାବ୍ୟତୀତ ସର୍ଭେରେ ସମ୍ପତ୍ତି, ସୀମା ବିବାଦ, ପାରିବାରିକ ହିଂସା ମାମଲା, ମଦ୍ୟପାନ, ଖୋଲା ପାନୀୟ, ଜାତି, ଏବଂ ଧାର୍ମିକ ତଥା ରାଜନୈତିକ ଶତ୍ରୁତା ସମ୍ବନ୍ଧୀୟ ପ୍ରସଙ୍ଗର ବିବରଣୀ ମଧ୍ୟ ସଂଗ୍ରହ କରାଯାଉଛି । ମୋଟ ୧୨ ପ୍ରକାରର ପ୍ରସଙ୍ଗ ଉପରେ ପ୍ରଶ୍ନ ପଚରାଯାଉଛି । ଏହି ତଥ୍ୟ ସଂଗ୍ରହ କରାଯାଇ ଷ୍ଟେସନ ହାଉସ ଅଫିସର (SHO)ଙ୍କୁ ପ୍ରତିଦିନ ସନ୍ଧ୍ୟା ୭ଟା ପୂର୍ବରୁ ହସ୍ତାନ୍ତର କରାଯାଉଛି ।

ସର୍ଭେକୁ ନିର୍ବାଚନ ସହ ଯୋଡିଲେ ବିରୋଧୀ

ବିରୋଧୀ ଏଭଳି ସର୍ଭେକୁ ଆସନ୍ତା ନିର୍ବାଚନ ସହିତ ଯୋଡ଼ିଛନ୍ତି । ବିରୋଧୀ ଦଳ ନେତ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ବେଳେ ଏଭଳି ଗୁପ୍ତ ତଥ୍ୟକୁ ବ୍ୟବହାର କରାଯିବ । ଭୋଟରଙ୍କୁ ଧମକ ଦିଆଯିବା ନେଇ ଏଗୁଡ଼ିକର ବ୍ୟବହାର ହେବ । ବିରୋଧୀ ଏପରି ଅଭିଯୋଗ ଆଣିଥିବା ବେଳେ ସର୍ଭେରେ ଅଂଶଗ୍ରହଣ କରିଥିବା ଲୋକେ ମଧ୍ୟ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି । ମାତ୍ର ସରକାର କାହିଁକି ଏପରି ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରୁଛନ୍ତି ସେ ନେଇ ଜଣାପଡ଼ିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.