ETV Bharat / bharat

Dhanbad Judge Death: CBI ଉପରେ ବର୍ଷିଲେ CJI

author img

By

Published : Aug 6, 2021, 2:24 PM IST

Updated : Aug 6, 2021, 7:40 PM IST

Dhanbad Judge Death: CBI ଉପରେ ବର୍ଷିଲେ CJI
Dhanbad Judge Death: CBI ଉପରେ ବର୍ଷିଲେ CJI

ଧାନବାଦ ବିଚାରପତି ମୃତ୍ୟୁ ମାମଲାରେ CBI ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି । CBI ବିଚାରପତିଙ୍କୁ ସୁରକ୍ଷା ଦେବା ଦିଗରେ କିଛି କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଏନ.ଭି ରମଣା। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଧାନବାଦ ବିଚାରପତି ମୃତ୍ୟୁ ମାମଲାରେ CBI ଉପରେ ବର୍ଷିଛନ୍ତି ମୁଖ୍ୟ ବିଚାରପତି ଏନ.ଭି ରମଣା । ବିଚାରପତିଙ୍କୁ ସୁରକ୍ଷା ଯୋଗାଇବାରେ ତଦନ୍ତକାରୀ ଟିମ କିଛି କରୁନାହିଁ ବୋଲି ସେ କହିଛନ୍ତି । ସିବିଆଇ ବିରୋଧରେ ସେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ସତ୍ୟ ବୋଲି କହିଛନ୍ତି ରମଣା ।

ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଏହି ବେଞ୍ଚ ଧାନବାଦ ଜଜ୍ ଉତ୍କଳ ଆନନ୍ଦଙ୍କ ହତ୍ୟା ଘଟଣାରେ ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଜାମିନ ନାମଞ୍ଜୁର କରିଥିଲେ । ଏହାସହିତ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ଯୋଗାଇବା ଉପରେ ସେ ଏକ ସୁ ମୋଟୋ ମାମଲାର ଶୁଣାଣି କରିଥିଲେ । କୌଣସି ହାଇପ୍ରୋଫାଇଲ ମାମଲାରେ ବିଚାରପତିଙ୍କୁ ଧମକ ଦେବା ଏକ ନୂତନା ଧାରା ପାଲଟିଛି । ତେବେ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ନ୍ୟାୟିକ ଅଧିକାରୀଙ୍କୁ ନିର୍ଯାତନା ଦିଆଯାଉଛି । ଶୁଣାଣି ସେମାନଙ୍କ ସପକ୍ଷରେ ନ ହେଲେ ଏଭଳି କିଛି ଘଟଣା ସାମନାକୁ ଆସୁଛି ବୋଲି କୋର୍ଟ କହିଛନ୍ତି ।

ଏହା ବି ପଢନ୍ତୁ: ଧାନବାଦରେ ଚାଞ୍ଚଲ୍ୟ: ଚୋରା ଅଟୋରେ ବିଚାରପତିଙ୍କୁ ହତ୍ୟା, ସିସିଟିଭିରେ କଏଦ ଦୃଶ୍ୟ

ରାଜ୍ୟଗୁଡିକ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଦେବା ବିଶେଷ ଭାବରେ କିଛି କରୁନାହାଁନ୍ତି । କେବଳ ସେମାନଙ୍କ ବାସଭବନ ନିକଟରେ କିଛି ସୁରକ୍ଷା ଯୋଗାଇ ଦିଆଯାଉଛି । କିନ୍ତୁ ବିଚାରପତିଙ୍କୁ କୋର୍ଟ ଭିତରେ ଓ ବାହାରେ ଆକ୍ରମଣ କରାଯାଉଛି । ଖବରକାଗଜରେ ନିୟମିତ ଭାବରେ ବିଚାରିପତିଙ୍କୁ ଆକ୍ରମଣ କରାଯାଉଥିବାର ଖବର ସାମନାକୁ ଆସୁଛି । ଖବରକାରଜର ଏହି ଖବର ବାହାରୁଥିବା ପୃଷ୍ଠାକୁ ସେ ରଖିଛନ୍ତି ବୋଲି କହିଛନ୍ତି । ରାଜ୍ୟ ସରକାର ଏଥିଲାଗି କିଛି କରୁନାହାନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ଝାଡଖଣ୍ଡ ସରକାର ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଗତ ଗୁରୁବାର ସିବିଆଇ ଏହି ମାମଲାଟିକୁ ହାତକୁ ନେଇଛି । ସିବିଆଇକୁ ମାମଲାଟିକୁ ହସ୍ତାନ୍ତର କରି ବୋଝମୁକ୍ତ ହୋଇଯାଇଛନ୍ତି ବୋଲି ରାଜ୍ୟ ସରକାରଙ୍କୁ କହିଥିଲେ CJI । ସିବିଆଇ ପକ୍ଷରେ ଏ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ଝାଡଖଣ୍ଡ ସରକାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 6, 2021, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.