ETV Bharat / bharat

ପୁଷ୍କର ସିଂ ଧାମିଙ୍କ ନେତୃତ୍ବରେ 2022 ବିଧାନସଭା ନିର୍ବାଚନ ଲଢିବ BJP: ଧନ ସିଂ ରାୱତ

author img

By

Published : Jul 5, 2021, 6:12 AM IST

ପୁଷ୍କର ସିଂ ଧାମିଙ୍କ ନେତୃତ୍ବରେ 2022 ବିଧାନସଭା ନିର୍ବାଚନ ଲଢିବ ବିଜେପି:  ଧନ ସିଂ ରାୱତ
ପୁଷ୍କର ସିଂ ଧାମିଙ୍କ ନେତୃତ୍ବରେ 2022 ବିଧାନସଭା ନିର୍ବାଚନ ଲଢିବ ବିଜେପି: ଧନ ସିଂ ରାୱତ

ପୁଷ୍କର ସିଂ ଧାମିଙ୍କ ନେତୃତ୍ବରେ 2022 ନିର୍ବାଚନ ଲଢିବ ଦଳ । ଦଳୀୟ ଅସନ୍ତୋଷକୁ ଖଣ୍ଡନ କରିବା ଏପରି ବିବୃତ୍ତି ଦେଲେ ବରିଷ୍ଠ ଦଳୀୟ ନେତା ଧନ ସିଂ ରାୱତ । ଅଧିକ ପଢନ୍ତୁ....

ଡେରାଡୁନ: ଉତ୍ତରାଖଣ୍ଡ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମ୍ପର୍କରେ ବରିଷ୍ଠ ବିଜେପି ନେତାଙ୍କ ଅସନ୍ତୋଷ ରହିଥିବା ଚର୍ଚ୍ଚା ଲାଗି ରହିଥିବାବେଳେ ଏ ସମ୍ପର୍କରେ ଦଳୀୟ ନେତା ଧନ ସିଂ ରାୱତ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଦଳୀୟ ହାଇ କମାଣ୍ଡଙ୍କ ନିଷ୍ପତ୍ତି ସମସ୍ତ ବିଧାୟକଙ୍କ ସହ ଏକମତ ଏବଂ ଏହି ନିଷ୍ପତ୍ତିରେ ସେମାନେ ସମସ୍ତେ ଖୁସି ଅଛନ୍ତି । ଦଳରେ ସବୁକିଛି ଠିକ ଅଛି ଏବଂ ନୂତନ ଭାବେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ବକୁ ନେଇ କିଛି ଦଳୀୟ ଅସନ୍ତୋଷ ମଧ୍ୟ ନଥିବା ସେ ସ୍ପଷ୍ଟ କରିଛନ୍ତି । ସେହପରି ଆଗାମୀ 2022 ବିଧାନସଭା ନିର୍ବାଚନ ଥିବା ବେଳେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ବରେ ଲଢିବାକୁ ଯାଉଥିବା ମଧ୍ୟ ସେ କହିଛନ୍ତି ।

ପୁଷ୍କର ସିଂ ଧାମିଙ୍କ ନେତୃତ୍ବରେ 2022 ବିଧାନସଭା ନିର୍ବାଚନ ଲଢିବ BJP: ଧନ ସିଂ ରାୱତ

ମିଳିଥିବା ସୂଚନା ଅନୁସାରେ ବିଜେପି ରାଜ୍ୟ ସଭାପତି ମଦନ କୌଶିକଙ୍କ ଘରେ ଏକ ବୈଠକ ଚାଲିଥିଲା । ଯେଉଁଠାରେ ଅନେକ ବିଧାୟକ ଉପସ୍ଥିତ ଥିଲେ। ଧାନ ସିଂ ରାୱତ ବୈଠକରୁ ବାହାରିବା ପରେ ଗଣମାଧ୍ୟମକୁ ଏହି ବିବୃତ୍ତି ଦେଇଛନ୍ତି । ଧନ ସିଂ ରାୱତ କହିଛନ୍ତି ଯେ ପୁଷ୍କର ସିଂ ଧାମିଙ୍କ ନେତୃତ୍ବରେ ଆସନ୍ତା ବିଧାନସଭା ନିର୍ବାଚନରେ ​​ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ବିଜେପି ପୁଣି ଥରେ ରାଜ୍ୟରେ କ୍ଷମତା ବଜାୟ ରଖିବ । ସେହିପରି ଗତକାଲି ସଂନ୍ଧ୍ୟା 5ରେ ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାନୀ ଶପଥ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.