ETV Bharat / bharat

Ganga Dussehra: ଗଙ୍ଗାରେ ବୁଡ ପକାଇବାକୁ ହରିଦ୍ବାରରେ ପ୍ରବଳ ଜନସମାଗମ

author img

By

Published : Jun 9, 2022, 11:06 AM IST

Ganga Dussehra:ହରିଦ୍ବାରରେ ଗହଳି,ଗଙ୍ଗାରେ ବୁଡ ପକାଇଲେ ଭକ୍ତ
Ganga Dussehra:ହରିଦ୍ବାରରେ ଗହଳି,ଗଙ୍ଗାରେ ବୁଡ ପକାଇଲେ ଭକ୍ତ

ଆଜି ହେଉଛି ପବିତ୍ର ଗଙ୍ଗା ଦଶହରା ପର୍ବ । ହରିଦ୍ବାରରେ ଗଙ୍ଗାରେ ବୁଡ ପକାଇଲେ ହଜାର ହଜାର ଭକ୍ତ । ଅଧିକ ପଢନ୍ତୁ

ଡେରାଡୁନ: ଆଜି ହେଉଛି ପବିତ୍ର ଗଙ୍ଗା ଦଶହରା ପର୍ବ । ହରିଦ୍ବାରରେ ଗଙ୍ଗାରେ ବୁଡ ପକାଇଲେ ହଜାର ହଜାର ଭକ୍ତ । ଗତ ବର୍ଷ ସଂକ୍ରମଣ ହେତୁ ଏ ପର୍ବ ଫିକା ପଡିଥିଲା । ସଂକ୍ରମଣ ହେତୁ ଭକ୍ତମାନେ ହରିଦ୍ବାରର ବ୍ରହ୍ମାକୁଣ୍ଡ ଅଞ୍ଚଳରେ ପହଞ୍ଚି ପାରିନଥିଲେ। କିନ୍ତୁ ଆଖପାଖ ଘାଟରେ ବୁଡ଼ ପକାଇଲେ । ହେଲେ ଚଳିତ ଥର କୋଭିଡ କଟକଣା ନ ଥିବାରୁ ଭକ୍ତମାନେ ହରିଦ୍ବାରର ହର କି ପୌରୀ ଘାଟ(Har Ki Pauri Ghat, Haridwar)ରେ ବୁଡ ପକାଉଛନ୍ତି ।

ଗଙ୍ଗା ଦଶହରାର ମାହାତ୍ମ୍ୟ:

ବିଶ୍ବାସ ରହିଛି ଯେ,ଏହି ଦିନ ଗଙ୍ଗାମାତା ଧରାରେ ଅବତରଣ କରିଥିଲେ । ସେବେ ଠାରୁ ଏହି ଦିନକୁ ଗଙ୍ଗା ଦଶହରା ଭାବରେ ପାଳନ କରାଯାଏ । ଏହି ଦିନ ହରକି ପୌରୀରେ ଥିବା ବ୍ରହ୍ମକୁଣ୍ତରେ ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । କେବଳ ସେତିକି ନୁହେଁ ଗଙ୍ଗାରେ ସ୍ନାନ କଲେ ସମସ୍ତ ପାପ ଧୋଇ ହୋଇଯାଏ ବୋଲି ଲୋକ ବିଶ୍ବାସ ରହିଛି । ଏଥିପାଇଁ ବୁଡ ପକାଇବା ପାଇଁ ରାତି ଅଧରୁ ଭକ୍ତଙ୍କ ଭିଡ ଏଠାରେ ଲାଗିଛି ।

ପୌରାଣିକ କଥାବସ୍ତୁ ଅନୁସାରେ,ରାଜା ବଦ୍ରିନାଥ ନିଜ ପୁଅକୁ ବଞ୍ଚାଇବା ପାଇଁ ତପସ୍ୟା ଯୋଗେ ଗଙ୍ଗାମାତାଙ୍କୁ ପୃଥିବୀକୁ ଆଣିଥିଲେ । ମାତା ଗଙ୍ଗା ଶିବଙ୍କ ଜଟାଦେଇ ପୃଥିବୀରେ ଅବତରଣ କରିଥିଲେ । ସେତେବେଳେ ସେ ନିଜେ ବ୍ରହ୍ମାକୁଣ୍ଡରେ ପହଞ୍ଚି ଭାଗୀରଥଙ୍କ ପୂର୍ବପୁରୁଷମାନଙ୍କୁ ରକ୍ଷା କରିଥିଲେ। ସେଥିପାଇଁ ବିଶ୍ବାସ କରାଯାଏ ଯେ ଗଙ୍ଗା ପୃଥିବୀକୁ ଆସିଥିବା ବେଳେ 10 ପ୍ରକାରର ଗ୍ରହ ଉପସ୍ଥିତ ଥିଲେ । ସେପଟେ ଗଙ୍ଗା ଦଶହରାକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଗଙ୍ଗା ଦଶହରା ପାଇଁ ହରିଦ୍ବାର ଧର୍ମନଗରୀରେ ଅଧିକାଂଶ ହୋଟେଲ ଓ ରେସ୍ତୋରାଁ ଗୁଡିକ ଆଗୁଆ ବୁକିଂ କରାଯାଇଛି । ମଙ୍ଗଳବାର ସୁଦ୍ଧା 90 ପ୍ରତିଶତ ହୋଟେଲ ଏବଂ ଧର୍ମଶାଳା ଗୁଡିକ ବୁକିଂ ସରିଛି । ତେବେ,ଚଳିତ ଥର ପାଖାପାଖି 20ରୁ 25 ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ଆଜି ଗଙ୍ଗା ଦଶହରା ସ୍ନାନ ଚାଲିଥିବା ବେଳେ ନିର୍ଜଳା ଏକାଦଶୀ ଜୁନ 11ରେ ଆୟୋଜିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.