ETV Bharat / bharat

ବିପଦରେ ମହାରାଷ୍ଟ୍ର ସରକାର, ତଥାପି ଦୁଇ ଦିନରେ ୧୩୦ ପ୍ରସ୍ତାବ ଉପରେ ମୋହର

author img

By

Published : Jun 25, 2022, 10:40 AM IST

ବିପଦରେ ମହାରାଷ୍ଟ୍ର ସରକାର, ତଥାପି ଦୁଇ ଦିନରେ ୧୩୦ ଯୋଜନାରେ ବାଜିଲା ମୋହର
ବିପଦରେ ମହାରାଷ୍ଟ୍ର ସରକାର, ତଥାପି ଦୁଇ ଦିନରେ ୧୩୦ ଯୋଜନାରେ ବାଜିଲା ମୋହର

ମହାରାଷ୍ଟ୍ରରେ ଲାଗି ରହିଛି ରାଜନୈତିକ ଅସ୍ଥିରତା । ଏହାସତ୍ତ୍ବେ ବି ଦୁଇ ଦିନରେ ୧୩୦ ପ୍ରସ୍ତାବ ଅନୁମୋଦନ କଲେ ଏମଭିଏ ସରକାର । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଶିବସେନାର ଅନେକ ବିଧାୟକଙ୍କୁ ଧରି ଗୌହାଟୀରେ ବିଦ୍ରୋହ କରୁଛନ୍ତି ଏକନାଥ ସିନ୍ଧେ । ଦିନକୁ ଦିନ ବିରୋଧି କ୍ୟାମ୍ପରେ ବିଧାୟକଙ୍କ ସଂଖ୍ୟା ବଢିବା ବିଦ୍ରୋହକୁ ବଳ ଯୋଗାଉଛି । ଯାହାର ଫଳସୂରପ ଏବେ ଖଣ୍ଡାଧାରରେ ଝୁଲୁଛି ଏମଭିଏ ସରକାର । ଏସବୁ ପରେ ମଧ୍ୟ ଏମଭିଏ ସରକାର ମାତ୍ର ଦୁଇ ଦିନରେ ୧୩୦ ଜନକଲ୍ୟାଣକାରୀ ଯୋଜନା ଉପରେ ମୋହର ମାରିଛି ।

ମହାରାଷ୍ଟ୍ର ସରକାରରେ ସୃଷ୍ଟ ଫାଟକୁ ନେଇ ଚାରିଆରେ ଚର୍ଚ୍ଚା ଲାଗି ରହିଥିବା ବେଳେ ରାଜ୍ୟ ସରକାର ଦୁଇ ଦିନରେ ଏତେସଂଖ୍ୟକ ଯୋଜନା ଅନୁମୋଦନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମଭିଏ ସରକାରଙ୍କ ଏପରି ତରବରିଆ ନିଷ୍ପତ୍ତିକୁ ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି (BJP)। ବିଜେପି ଅଭିଯୋଗ କରିଛି ଯେ, ବର୍ତ୍ତମାନ ଦଳରେ ବିଦ୍ରୋହ ସତ୍ତ୍ବେ ମହାବିକାଶ ଅଘାଡି ସରକାର ମାତ୍ର ଦୁଇ ଦିନ ମଧ୍ୟରେ କୋଟି କୋଟି ଟଙ୍କାର ୧୬୦ଟି ପ୍ରସ୍ତାବକୁ ଅନୁମୋଦନ କରିଛି ।''

ବିପଦରେ ମହାରାଷ୍ଟ୍ର ସରକାର, ତଥାପି ଦୁଇ ଦିନରେ ୧୩୦ ଯୋଜନାରେ ବାଜିଲା ମୋହର
ବିପଦରେ ମହାରାଷ୍ଟ୍ର ସରକାର, ତଥାପି ଦୁଇ ଦିନରେ ୧୩୦ ଯୋଜନାରେ ବାଜିଲା ମୋହର

ତେବେ ଯାହାସୂଚନା ରହିଛି, ଏକାଧିକ ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ଯୋଗାଣ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ନଗର ଉନ୍ନୟନ, ଜଳ ସଂରକ୍ଷଣ ଇତ୍ୟାଦି ଯୋଜନା ଉପରେ ମୋହର ଲାଗିଛି । ବିଦ୍ରୋହ ଆରମ୍ଭ ହେବା ଦିନରୁ ଏମଭିଏ ଏହିପରି ତରବରିଆ ଭାବେ ବିଭିନ୍ନ ଯୋଜନାକୁ ଅନୁମୋଦନ ଦେଉଛି ।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏମଭିଏ ସରକାରରେ ବିଦ୍ରୋହର ଆରମ୍ଭ ହୋଇଥିଲା । କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେ କିଛି ବିଧାୟକଙ୍କ ସହ ସୁରତ ଯାଇ ବିଦ୍ରୋହ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ବିଧାୟକ ଉଦ୍ଧବଙ୍କ ଟିମ୍ ଛାଡି ସିନ୍ଧେଙ୍କ ଶିବରଙ୍କ ଆଡକୁ ମୁହାଁଇ ଥିଲେ ।

ବର୍ତ୍ତମାନ ସିନ୍ଧେଙ୍କ ଟିମରେ ବହୁସଂଖ୍ୟକ ବିଧାୟକଙ୍କ ସମର୍ଥନ ରହିଛି ଏବଂ ସେମାନେ ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ସରକାର ବଞ୍ଚାଇବାକୁ ଏନସିପି ଏବଂ କଂଗ୍ରେସ ମହାବିକାଶ ଅଘାଡିକୁ ନିଜର ସମର୍ଥନ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.