ETV Bharat / bharat

ହରିୟାଣା ହିଂସାକୁ ନେଇ ଦିଲ୍ଲୀରେ ପ୍ରତିବାଦ, ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Aug 2, 2023, 5:13 PM IST

ହରିୟାଣା ହିଂସାକୁ ନେଇ ଦିଲ୍ଲୀରେ ପ୍ରତିବାଦ, ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ହରିୟାଣା ହିଂସାକୁ ନେଇ ଦିଲ୍ଲୀରେ ପ୍ରତିବାଦ, ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ହରିୟାଣା ହିଂସାକୁ ନେଇ ଦିଲ୍ଲୀର ଏକାଧିକ ସ୍ଥାନରେ ପ୍ରତିବାଦ । ଅତିରିକ୍ତ ଫୋର୍ସ ମୁତୟନ ସହ ହେଟସ୍ପିଚ ଉପରେ ନଜର ରଖିବାକୁ କେନ୍ଦ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସୋମବାର ହରିୟାଣା ନୁହରେ ହିଂସାରେ ଯାଇଛି 6 ଜୀବନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହରିୟାଣାର ନୁହ ଜିଲ୍ଲାରେ ସୋମବାର ହିନ୍ଦୁ ସଂଗଠନର ଶୋଭାଯାତ୍ରା ବେଳେ ହୋଇଥିବା ବ୍ୟାପକ ହିଂସା ନେଇ ଆଜି ଦିଲ୍ଲୀରେ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ । ହିଂସା ଓ ଉତ୍ତେଜନା ଆଶଙ୍କାରେ ଶୋଭାଯାତ୍ରାକୁ ବାରଣ କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ମଧ୍ୟ ଦାଏର ହୋଇଥିଲା । ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ କୌଣସି ହିଂସା ଯେପରି ନଘଟେ, ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଏନସିଆର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ଦିଲ୍ଲୀ ପୋଲିସ ଓ ପାରା ମିଲିଟାରୀ ଫୋର୍ସ ମୁତୟନ କରିବା ପାଇଁ କୋର୍ଟ କହିଛନ୍ତି । ସେହିପରି ଶୋଭାଯାତ୍ରା ବେଳେ କୌଣସି ସ୍ଥାନରେ ଯେପରି ଘୃଣା ତଥା ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ କିମ୍ବା ନାରାବାଜୀ ନହୁଏ ସେଥିପ୍ରତି ମଧ୍ୟ ପୋଲିସ ସଜାଗ ରହିବ । ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ମଧ୍ୟ ବ୍ୟବସ୍ଥା କରିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୋମବାର ଅପରାହ୍ନରେ ହରିୟାଣାର ନୁହରେ ହୋଇଥିବା ହିଂସା ପ୍ରତିବାଦରେ ଆଜି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦିଲ୍ଲୀର ଏକାଧିକ ସ୍ଥାନରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଏହି ଘଟଣାରେ ଆତଙ୍କୀ ଲିଙ୍କ ଥିବା ଓ କେନ୍ଦ୍ର ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଦ୍ବାରା ତଦନ୍ତ ନିର୍ଦ୍ଦେଶ ଦେଉ ବୋଲି ହିନ୍ଦୁ ସଂଗଠନଗୁଡିକ ପକ୍ଷରୁ ଦାବି କରାଯାଇଛି । ତେବେ ଉତ୍ତେଜନା ଓ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ଆଶଙ୍କା ଦର୍ଶାଇ ହିନ୍ଦୁ ସଂଗଠନର ରାଲିକୁ ଅନୁମତି ନଦେବା ପାଇଁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ଦାଏର ହୋଇଥିଲା । ଅତିରିକ୍ତ ସଲିସେଟର ଜେନେରାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାରେ ପକ୍ଷ ରଖୁଥିବା ବେଳେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋର୍ଟ କହିଛନ୍ତି ।

ଏହା ମଧ୍ଯ ପଢନ୍ତୁ :-ହରିୟାଣା ହିଂସା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ନୁହରେ ଜାରି ହେଲା କର୍ଫ୍ୟୁ

ସୋମବାର ହରିୟାଣାର ନୁହ ଜିଲ୍ଲାରେ ହିନ୍ଦୁ ଗୋଷ୍ଠୀଙ୍କ ଧାର୍ମିକ ଶୋଭାଯାତ୍ରା ବେଳେ ପଥରମାଡ଼ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଚେଷ୍ଟା କରିବା ବେଳେ ଦଙ୍ଗାକାରୀଙ୍କ ଗୁଳିମାଡ଼ରେ ୨ ଜଣ ହୋମଗାର୍ଡ ପ୍ରାଣ ହରାଇଥିଲେ ଏବଂ ପୋଲିସ ସମେତ ଏକାଧିକ ଲୋକ ଗୁରୁତର ଆହତ ହୋଇଥିଲେ । ଏବେ ଏହି ହିଂସାରେ ମୃତ୍ୟ ସଂଖ୍ୟା 6ରେ ପହଞ୍ଚିଛି । ଏହି ହିଂସା ପରେ ନୁହରୁ ଗୁରୁଗ୍ରାମକୁ ବ୍ୟାପିଥିଲା ଗୁରୁଗ୍ରାମରେ ଏକ ମସଜିଦ ଉପରେ ଆକ୍ରମଣ ହୋଇଥିବାର ଖବର ଆସିଥିଲା । ଏବେ ହରିୟାଣାରେ ପ୍ରାୟ 5ଟି ଜିଲ୍ଲାରେ କର୍ଫ୍ୟୁ ଜାରି ରହିଥିବା ବେଳେ ଆଜି ସଂଧ୍ୟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଏହି ଘଟଣାରେ ଆଜି ଦିଲ୍ଲୀର ବିଭିନ୍ନ ସ୍ଥାନରେ ମଧ୍ୟ ହିନ୍ଦୁ ସଂଗଠନ ଶୋଭାଯାତ୍ରା ଆୟୋଜନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.