ETV Bharat / bharat

Republic Day 2022: ଦିଲ୍ଲୀରେ ଟ୍ରାଫିକ ଆଡଭାଇଜରି ଜାରି

author img

By

Published : Jan 16, 2022, 11:42 AM IST

Republic Day 2022: ପରେଡ ରିହର୍ସଲ ନେଇ ଜାରିହେଲା ଆଡଭାଇଜରି
Republic Day 2022: ପରେଡ ରିହର୍ସଲ ନେଇ ଜାରିହେଲା ଆଡଭାଇଜରି

ଗଣତନ୍ତ୍ର ଦିବସ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ଦିଲ୍ଲୀ ପୋଲିସ । ପରେଡ ଅଭ୍ୟାସ ନିମନ୍ତେ ଜାନୁୟାରୀ 17 ରୁ 21 ପର୍ଯ୍ୟନ୍ତ ଦିଲ୍ଲୀର ଅଧିକାଶଂ ସ୍ଥାନରେ ପ୍ରତିବନ୍ଧକ ଲଗାଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ନିର୍ଦ୍ଦେଶନାମା ଅନୁଯାୟୀ,ପରେଡ୍ ରିହଲର୍ସଲକୁ ସରଳ କରିବା ପାଇଁ ଜାନୁୟାରୀ ୧୭ ରୁ ୨୧ ପର୍ଯ୍ୟନ୍ତ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦିଲ୍ଲୀ ରାଜପଥ-ରାଫି ମାର୍ଗ, ରାଜପଥ-ଜନପଥ, ରାଜପଥ-ମ୍ୟାନ ସିଂ ରୋଡ ଏବଂ ରାଜପଥ-ସି-ଷୋଡଶାଳରେ ପ୍ରତିବନ୍ଧକ ଲଗାଯିବ ଏବଂ ବିଜୟ ଛକ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତାକୁ ମଧ୍ୟ ବନ୍ଦ କରାଯିବ ।

ଗୃହ ମନ୍ତ୍ରଣାଳୟର ଅଫିସର ସୂଚନା ଅନୁଯାୟୀ, ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ଦିଲ୍ଲୀରେ ପରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାର୍ଚିଂ କଣ୍ଟିଜେଣ୍ଟ ରେଡ ଦୁର୍ଗ ପରିବର୍ତ୍ତେ ଇଣ୍ଡିଆ ଗେଟ୍ ସି-ହେକ୍ସାଗନରେ ଶେଷ ହେବ । ଦେଶରେ ଗଣତନ୍ତ୍ର ଦିବସ ପାଳନ ସମୟରେ କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ୧ ଲକ୍ଷ ଦର୍ଶକଙ୍କ ବସିବା କ୍ଷମତା ସତ୍ତ୍ବେ ୨୫ ହଜାର ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି ଏହଂ ଏହା ଆହୁରି ହ୍ରାସ କରାଯାଇପାରେ ବୋଲି ଅଧିକାରୀ କହିଛନ୍ତି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ କେବଳ ୨୬ ଜାନୁଆରୀ ନୁହେଁ, ୨୩ ଜାନୁଆରୀ ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ପାଳନ ହେବ । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେବଳ ଚଳିତ ବର୍ଷ ନୁହେଁ ବରଂ ପ୍ରତିବର୍ଷ ୨୩ ଜାନୁଆରୀ ପରାକ୍ରମ ଦିବସରୁ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.