ETV Bharat / bharat

ଦିଲ୍ଲୀରୁ 860 କୋଟିର ହେରୋଇନ ଜବତ, ଆଫଗାନ ଦମ୍ପତି ଗିରଫ

author img

By

Published : May 9, 2021, 9:31 AM IST

125 କିଲୋ ହିରୋଇନ ଜବତ ସହ 2 ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ
125 କିଲୋ ହିରୋଇନ ଜବତ ସହ 2 ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଦିଲ୍ଲୀ ପୋଲିସକୁ ସଫଳତା । 125 କିଲୋଗ୍ରାମର ହେରୋଇନ ଜବତ ସହ 2 ଆଫଗାନିସ୍ତାନର ନାଗରିକଙ୍କୁ ଗିରଫ କଲା ପୋଲିସ । ଯାହାର ଆନୁମାନୁକ ମୂଲ୍ୟ 860 କୋଟି ଟଙ୍କା । ଅଧିକ ପଢନ୍ତୁ...

ନୂଆ ଦିଲ୍ଲୀ: 125 କିଲୋଗ୍ରାମର ହେରୋଇନ ଜବତ ସହ 2 ଆଫଗାନିସ୍ତାନର ନାଗରିକଙ୍କୁ ଗିରଫ କଲା ଓ୍ବେଷ୍ଟ ଦିଲ୍ଲୀ AATS । ଅନ୍ତର୍ଜାତୀୟ ବଜାରରେ ଯାହାର ଆନୁମାନିକ ମୂଲ୍ୟ 860 କୋଟି ଟଙ୍କା ବୋଲି ଜଣାପଡିଛି । ଗିରଫ 2ଜଣ ହେଉଛନ୍ତି ସ୍ବାମୀ-ସ୍ତ୍ରୀ । ସ୍ବାମୀ ମହମ୍ମଦ ଶାଫିଙ୍କୁ ଏହି କାମରେ ତାଙ୍କ ସ୍ତ୍ରୀ ତରିନା ତାଙ୍କୁ ସାହାଯ୍ୟ କରୁଥିଲେ । ଦୁହେଁ ଆଫଗାନିସ୍ତାନର ହୋଇଥିବା ବେଳେ ଓ୍ବାରିଜବାଦରେ ରହୁଥିଲେ ।

ଆଣ୍ଟି ଅଟୋ ଚୋରି ସ୍କ୍ବାଡ ଟିମ ଏହି ଅଞ୍ଚଳରେ ହେରୋଇନ ଚୋରାଚାଲାଣ ଚାଲିଥିବା ସୂଚନା ପାଇଥିଲା । ଏନେଇ ଏକ ସ୍କ୍ବାଡ ଗଠନ କରାଯାଇ ପଶ୍ଚିମ ଜିଲ୍ଲାରେ ଜାଣିବାକୁ ଚେଷ୍ଟା କରିଥିଲା କି ଡ୍ରଗ ଯୋଗାଣକାରୀ ମାନେ କେଉଁଠାରେ ଏବଂ କିପରି କାର୍ଯ୍ୟକରୁଛନ୍ତି । ଏହାପରେ ମେ 7ରେ 2ଜଣ ଡ୍ରଗ ଯୋଗାଣକାରୀ ଓ୍ବାଜିରାବାଦରୁ ଏକ କାରରେ ଆସୁଥିବା ସୂଚନା ପାଇ କାର ଉପରେ ଚଢାଉ କରି ଏକ ପ୍ଲାଷ୍ଟିକ ବ୍ୟାଗରେ ହେରୋଇନ ଜବତ କରି 2ଜଣଙ୍କୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.