ETV Bharat / bharat

ସାଧାରଣତନ୍ତ୍ର ଦିବସ ଅବସରରେ ବନ୍ଦ ରହିବ ମେଟ୍ରୋ ୟେଲୋ ଲାଇନର ଷ୍ଟେସନ

author img

By

Published : Jan 24, 2022, 7:33 PM IST

metro stations yellow line will closed: ସୁରକ୍ଷାକୁ ଦୃଷ୍ଟିରେ ରଖି ମେଟ୍ରୋରେ ନୂଆ ନିୟମ
metro stations yellow line will closed: ସୁରକ୍ଷାକୁ ଦୃଷ୍ଟିରେ ରଖି ମେଟ୍ରୋରେ ନୂଆ ନିୟମ

ସାଧାରଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ମେଟ୍ରୋର ୟେଲୋ ଲାଇନରେ(metro stations at yellow line will be closed during parade) କିଛି ଷ୍ଟେସନ ବନ୍ଦ କରାଯିବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ମେଟ୍ରୋର ୟେଲୋ ଲାଇନରେ(metro stations at yellow line will be closed during parade) କିଛି ଷ୍ଟେସନ ବନ୍ଦ କରାଯିବ । ଏଥିସହିତ ମେଟ୍ରୋର ସମସ୍ତ ପାର୍କିଂକୁ ମଧ୍ୟ ବନ୍ଦ କରିଦିଆଯିବ । DRMC ଲୋକଙ୍କୁ ନିବେଦନ କରଛନ୍ତି ଯେ, ଏହାକୁ ଧ୍ୟାନରେ ରଖି ନିଜର ଯାତ୍ରା ପ୍ଲାନ କରନ୍ତୁ ।

DRMCର ମୁଖ୍ୟ ପ୍ରବକ୍ତା ଅନୁଜ ଦୟାଲଙ୍କ କହିବା ଅନୁଯାୟୀ, ସାଧାରଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ମେଟ୍ରୋର ୟେଲୋ ଲାଇନ ସେବାକୁ ପରିବର୍ତ୍ତନ କରାଯିବ । ହୁଡ୍ଡା ସିଟି ସେଣ୍ଟର ଠାରୁ ସମୟପୁର ବାଦଲି ମଧ୍ୟରେ କେନ୍ଦ୍ରୀୟ ସଚିବାଳୟ ଏବଂ ଉଦ୍ୟୋଗ ଭବନ ମେଟ୍ରୋ ଷ୍ଟେସନରେ ଦ୍ବିପହର ୧୨ଟା ସମୟ ପର୍ଯ୍ୟନ୍ତ ପ୍ରବେଶ ଏବଂ ପ୍ରସ୍ଥାନ ବନ୍ଦ ରହିବ । ହଳଦିଆ ଏବଂ ଭାୟୋଲେଟ୍ ଲାଇନରେ ଅଦଳବଦଳ ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନ୍ ବ୍ୟବହାର କରାଯାଇପାରିବ । ପଟେଲ ଚକ୍ ଏବଂ ଲୋକ କଲ୍ୟାଣ ମାର୍ଗ ମେଟ୍ରୋ ଷ୍ଟେସନରେ ସକାଳ 8:45ରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ପ୍ରବେଶ ଏବଂ ପ୍ରସ୍ଥାନ ବନ୍ଦ ରହିବ ।

ଦିଲ୍ଲୀ ମେଟ୍ରୋର ସମସ୍ତ ପାର୍କିଂକୁ ୨୫ ଜାନୁଆରୀ ସକାଳ ୬ଟା ଠାରୁ ଜାନୁଆରୀ ୨୬ ଦ୍ବିପହର ୨ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏଠାରେ କୌଣସି ଗାଡିକୁ ଠିଆହେବାକୁ ଦିଆଯିବ ନାହିଁ । ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଉକ୍ତ ସମୟ ମଧ୍ୟରେ ସେଠାରେ କୌଣସି ଗାଡି ପାର୍କିଂ କରିବାକୁ ବାରଣ କରାଯାଇଛି । ଯଦି କେହି ଏହି ନିୟମକୁ ନମାନେ ତେବେ ଉକ୍ତ ଗାଡିକୁ ପୋଲିସ କବ୍ଜା କରିନେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.