ETV Bharat / bharat

Cold wave in north India: ଦିଲ୍ଲୀ ଓ ଝାଡଖଣ୍ଡରେ ସ୍କୁଲ ବନ୍ଦ

author img

By

Published : Jan 8, 2023, 9:15 PM IST

ଉତ୍ତର ଭାରତରେ ଶୀତ ଲହରୀ
ଉତ୍ତର ଭାରତରେ ଶୀତ ଲହରୀ

ଉତ୍ତର ଭାରତରେ ଶୀତ ଲହରୀ ପ୍ରଭାବ(cold wave in north india)। ଦିଲ୍ଲୀ ଓ ଝାଡଖଣ୍ଡରେ ସ୍କୁଲ ବନ୍ଦ । ପ୍ରବଳ ଶୀତ ସାଙ୍ଗକୁ ଲୋ-ଭିଜିବିଲିଟିରେ ପ୍ରଭାବିତ ସାଧାରଣ ଜୀବନଯାତ୍ରା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ । ପ୍ରବଳ ଥଣ୍ଡା ଅନୁଭୂତ ହେଉଥବା ବେଳେ କୁହୁଡିରେ ରାସ୍ତାଘାଟ ଦେଖା ନଯିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି(Cold wave in north india)। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସମସ୍ତ ଘରୋଇ ସ୍କୁଲକୁ ଚଳିତ 15 ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଆଜି ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରି ସମସ୍ତ ଘରୋଇ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି । 16 ତାରିଖ(ସୋମବାର)ଠାରୁ ଏହି ସମସ୍ତ ଘରୋଇ ସ୍କୁଲ ପୂର୍ବପରି ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ହେବ ।

  • All private schools of Delhi are advised to remain closed till 15th January 2023 in wake of cold wave prevailing in Delhi: Directorate of Education, Government of Delhi pic.twitter.com/1Jd4qrkris

    — ANI (@ANI) January 8, 2023 " class="align-text-top noRightClick twitterSection" data=" ">

ସେହିପରି ଶୀତ ଲହରୀକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ମଧ୍ୟ ସ୍କୁଲ ବନ୍ଦ ନିଷ୍ପତ୍ତି ଗ୍ରହଣ କରିଛନ୍ତି(Cold wave in north india) । ରାଜ୍ୟରେ KGରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ 14 ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । 16 ଜାନୁଆରୀଠାରୁ ସ୍ୱାଭାବିକ ଭାବେ ପୁଣି ନିୟମିତ ପାଠପଢା ଆରମ୍ଭ ହେବା ନେଇ ସରକାରୀ ନିର୍ଦ୍ଦେଶନାମାରେ ପ୍ରକାଶ ପାଇଛି । ପ୍ରବଳ ଥଣ୍ଡା ଅନୁଭୂତ ହେବା କାରଣରୁ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ଝାଡଖଣ୍ଡ ସରକାର ।

  • All schools in Jharkhand, from KG to std 5, to remain closed till 14th January due to cold wave. Regular classes to resume from 16th January. pic.twitter.com/pO6YnaA7FO

    — ANI (@ANI) January 8, 2023 " class="align-text-top noRightClick twitterSection" data=" ">

ପ୍ରାୟ ପ୍ରତ୍ୟେକ ବର୍ଷ ଶୀତ ଲହରୀରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ବହୁ ଉତ୍ତର ଭାରତ ସହର ପ୍ରଭାବିତ ହୋଇଥାଏ । ହାଡଭଙ୍ଗା ଶୀତ ସାଙ୍ଗକୁ ପ୍ରବଳ କୁହୁଡ଼ି ଓ ଲୋ ଭିଜିବିଲିଟି କାରଣରୁ ଜାତାୟତ ମଧ୍ୟ ପ୍ରଭାବିତ ହୋଇଥାଏ । ସାଧାରଣ ଜୀବନଯାତ୍ରା, ସ୍କୁଲ କଲେଜ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ମଧ୍ୟ ସାମୟିକ ଭାବରେ ବନ୍ଦ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.