ETV Bharat / bharat

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋରୋନା

author img

By

Published : Jan 4, 2022, 8:49 AM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋରୋନା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋରୋନା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋରୋନା (Arvind Kejriwal tests covid positive) । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେଜ୍ରିୱାଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଓମିକ୍ରନ ଭାରିଏଣ୍ଟ ବ୍ୟାପୁଥିବା ବେଳେ ଜଣଙ୍କ ପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି କୋରୋନାରେ ସଂକ୍ରମିତ ହେଉଛନ୍ତି । ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋରୋନାରେ ସଂକ୍ରମିତ ହୋଇଛନ୍ତି (Arvind Kejriwal tests covid positive)। ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେଜ୍ରିୱାଲ । ସେ କହିଛନ୍ତି ତାଙ୍କ ପାଖରେ କୋରୋନାର ସାମନ୍ୟ ଲକ୍ଷଣ ଦେଖା ଦେଇଛି । ତେଣୁ ସେ ନିଜରୁ ହୋମ ଆଇସୋଲେସନରେ ରଖିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ପରୀକ୍ଷା କରିବା ସହିତ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି ଅରବିନ୍ଦ ।

  • I have tested positive for Covid. Mild symptoms. Have isolated myself at home. Those who came in touch wid me in last few days, kindly isolate urself and get urself tested

    — Arvind Kejriwal (@ArvindKejriwal) January 4, 2022 " class="align-text-top noRightClick twitterSection" data=" ">

ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ପାଇଁ ଘନଘନ ପ୍ରଚାର କରୁଥିଲେ। ନିକଟରେ ଦୁଇ ଦୁଇଟି ରାଜ୍ୟ ଗସ୍ତ କରି ଜନସଭାରେ ଲୋକଙ୍କୁ ସମ୍ବୋଧନ କରିଛନ୍ତି । ପ୍ରଥମେ ୟୁପି ଓ ପରେ ଉତ୍ତରାଖଣ୍ଡ ଗସ୍ତ କରି ନିର୍ବାଚନୀ ରାଲି କରିଥିଲେ । ସେହିଠାରୁ ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।

ପ୍ରକାଶ ଥାଉ କି ଦିଲ୍ଲୀରେ ଉପରମୁହାଁ ରହିଛି କୋରୋନା ଗ୍ରାଫ । ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୪ ହଜାର ପାର ହୋଇଛି ଦୈନିକ ସଂକ୍ରମଣ ମାମଲା । ବର୍ତ୍ତମାନ ଦିଲ୍ଲୀରେ ୧୦ ହଜାର ପରେ ସକ୍ରିୟ ମାମଲା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.