ETV Bharat / bharat

ଅତି ଖରାପ ସ୍ତରରେ ଦିଲ୍ଲୀ ବାୟୁ, କେବେ ସୁଧୁରିବ ମାନ, ବଢିଲା ଚିନ୍ତା

author img

By ETV Bharat Odisha Team

Published : Nov 26, 2023, 1:03 PM IST

ଅତି ଖରାପ ସ୍ତରରେ ଦିଲ୍ଲୀ ବାୟୁ
ଅତି ଖରାପ ସ୍ତରରେ ଦିଲ୍ଲୀ ବାୟୁ

Delhi Air Quality in Very Poor Category: ଅତି ଖରାପ ସ୍ତରରେ ଦିଲ୍ଲୀ ବାୟୁ । ଅନେକ ପଦକ୍ଷେପ ପରେ ସୁଧୁରୁନି ବାୟୁର ମାନ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀରେ ସୁଧୁରୁନି ବାୟୁର ମାନ । ବାୟୁର ମାନରେ ସୁଧାର ଆଣିବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ କୌଣସି ସୁଧାର ଦେଖାଯାଉନାହିଁ । ବିଷ ବଳୟ ମଧ୍ୟରେ ରହିଛି ଦିଲ୍ଲୀ । ଶୀତ ଦିନ ସାଙ୍ଗକୁ ପଡୋଶୀ ରାଜ୍ୟ କାରଣରୁ ବି ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣର ମାତ୍ରା । ଦୀପାବଳୀ ପରଠୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାଧିକ ବୃଦ୍ଧି ପାଇଛି । ଯେଉଁ କାରଣରୁ ପୂର୍ବ ଅପେକ୍ଷା ବାୟୁର ମାନ ଅତି ଖରାପ ସ୍ତରରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ରବିବାର ସକାଳ 6.5 ସୁଦ୍ଧା ଦିଲ୍ଲୀରରେ ବାୟୁର ଗୁଣବତ୍ତା 385 ରେକର୍ଡ କରାଯାଇଛି । ଏଥିସହ ଫରିଦାବାଦରେ 380, ଗୁରୁଗ୍ରାମରେ 300, ଗାଜିଆବାଦରେ 341, ଗ୍ରେଟର ନୋଏଡାରେ 324 ଓ ହିସାରରେ 305 ଏକ୍ୟୁଆଇ ରେକର୍ଡ କରାଯାଇଛି ।

ସେହିଭଳି ଦିଲ୍ଲୀର 14ଟି ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ 400ରୁ ଉର୍ଦ୍ଧ୍ବ ରହିଥିବା ଦେଖାଯାଇଛି । ଦିଲ୍ଲୀର ଅଲ୍ଲିପୁରରେ 404, ପଞ୍ଜାବୀ ବାଗରେ 440, ନେହେରୁ ନଗରରେ 423, ସୋନିୟା ବିହାରରେ 429, ଜାହାଙ୍ଗୀରପୁରୀରେ 450, ଆଶୋକ ବିହାରରେ 432, ରୋହିଣୀ 423, ବିବେକ ବିହାରରେ 438, ବଜୀରପୁରରେ 455, ବଓ୍ବାନାରେ 429 ମୁଣ୍ଡକାରେ 441, ଆନନ୍ଦ ବିହାରରେ 431, ବୁରାଣ୍ଡିରେ 407 ଉପରେ ଏକ୍ୟୁଆଇ ରେକର୍ଡ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ବିଷାକ୍ତ ହେଉଛି ଦିଲ୍ଲୀର ପବନ, ଗୁରୁତର ହେଉଛି ସ୍ବାସ୍ଥ୍ୟ ସମସ୍ୟା

ଆଜି ସକାଳେ ଦିଲ୍ଲୀର ଅନେକ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ଦିଲ୍ଲୀ ସମଗ୍ର ଅଞ୍ଚଳରେ ବାୟୁର ଗୁଣବତ୍ତା ମାନ ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି । ତେବେ ଏକ୍ୟୁଆଇ ଯଦି 0ରୁ 50 ମଧ୍ୟରେ ରହେ ତେବେ ଏହାକୁ ଭଲ(good), 51ରୁ 100 ମଧ୍ୟରେ ରହିଲେ ସନ୍ତୋଷଜନକ(satisfactory), 101ରୁ 200 ମଧ୍ୟରେ ରହିଲେ ମଧ୍ୟମ ଧରଣ( moderate), 201ରୁ 300 ମଧ୍ୟରେ ନିମ୍ନ ସ୍ତର(poor), 301ରୁ 400 ମଧ୍ୟରେ ରହିଲେ ଅତି ନିମ୍ନସ୍ତର (very poor) 401ରୁ 450 ମଧ୍ୟରେ ରହିଲେ ଗମ୍ଭୀର(severe) ଏବଂ 450 ଉପରେ ରହିଲେ ଅତି ଗମ୍ଭୀର( severe plus) ଶ୍ରେଣୀରେ ଅନ୍ତର୍ଭୂକ୍ତ ହୋଇଥାଏ ।

ତେବେ ଶୁକ୍ରବାର ଦିନ ଦିଲ୍ଲୀ ପରିବେଶ ବିଭାଗୀୟ ମନ୍ତ୍ରୀ ଗୋପାଳ ରାଇ ବର୍ଦ୍ଧିତ ପ୍ରଦୂଷଣ ଦୃଷ୍ଟିରେ ରଖି ବୈଠକ ମଧ୍ୟ ଡକାଇଥିଲେ । ଯେଉଁଥିରେ ପ୍ରଦୂଷଣ କାରଣ ଓ ନିରାକରଣ ନେଇ ଆଲୋଚନା ହୋଇଥିଲା । ବୈଜ୍ଞାନିକମାନଙ୍କ କହିବାନୁଯାୟୀ, ଦିଲ୍ଲୀରେ ପ୍ରଦୂଷଣର 36 ପ୍ରତିଶତ କେବଳ ଯାନବାହନ ଚଳାଚଳ ଦ୍ବାରା ହିଁ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.