ETV Bharat / bharat

ସଶକ୍ତ ହେବ ସଶସ୍ତ୍ର ବଳ, 7,800 କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ

author img

By ETV Bharat Odisha Team

Published : Aug 24, 2023, 6:18 PM IST

7,800 କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ । କିଣା ହେବ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ସାମରିକ ଉପକରଣ । ଆତ୍ମନିର୍ଭର ଭାରତକୁ ପ୍ରାଧାନ୍ୟ ।ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ହେଲା ନିଷ୍ପତ୍ତି । ଅଧିକ ପଢନ୍ତୁ

ସଶକ୍ତ ହେବ ସଶସ୍ତ୍ର ବଳ, 7,800 କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ
ସଶକ୍ତ ହେବ ସଶସ୍ତ୍ର ବଳ, 7,800 କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବଳକୁ ଆହୁରି କାର୍ଯ୍ୟଦକ୍ଷ ଓ ସଶକ୍ତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ନୂଆ ଅର୍ଥ ବରାଦ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ବୈଠକରେ 7,800 କୋଟିର ଅର୍ଥବରାଦକୁ ଅନୁମୋଦନ ମିଳିଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।

ଭାରତୀୟ ବାୟୁସେନାରେ ଅତ୍ୟାଧୁନିକ ଓ୍ବାର-ଫେୟାର ଉପକରଣ ଇନ୍‌ଷ୍ଟଲ କରାଯିବ । ବାୟୁସେନାର ଏମ.ଆଇ-17, V5 ହେଲିକପ୍ଟରରେ ଏହି ଅତ୍ୟାଧୁନିକ ଉପକରଣ ଇନଷ୍ଟଲ କରିବ ଭାରତ ଇଲେଟ୍ରୋନିକ୍ସ ଲିମିଟେଡ୍‌ (BEL) । ସେହିପରି ସ୍ଥଳସେନା ପାଇଁ ଏକାଧିକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ଉପକରଣ କ୍ରୟ କରାଯିବ । ଯାହା ମାନବବିହୀନ ମିଶନ ଭାବେ କାର୍ଯ୍ୟ କରିବା ସହ ଯୁଦ୍ଧକ୍ଷେତ୍ରରେ ସେନାକୁ ଗୁଳିଗୋଳା, ଇନ୍ଧନ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇବ ।

ସେହିପରି 7.62x51 ଏମଏମ ଲାଇଟ୍‌ ମେସିନ ଗନ୍‌ (LMG), ବ୍ରିଜ୍‌ ଲେଇଁ ଟ୍ୟାଙ୍କ (BLT) ମଧ୍ୟ ସ୍ଥଳସେନା ପାଇଁ କ୍ରୟ କରାଯିବ । ଯାହା ସେନାର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବା ସହ ବର୍ତ୍ତମାନର ବୈଶ୍ବିକ ସାମରିକ ସ୍ଥିତିରେ ପ୍ରଭାବୀ କରିପାରିବ । ଏହା ସହ ସ୍ଥଳସେନାକୁ ପ୍ରୋଜେକ୍ଟ-ଶକ୍ତି ଅଧୀନରେ ଲ୍ୟାପଟପ ଓ ଟାବଲେଟ୍‌ ମଧ୍ୟ ଯୋଗାଇ ଦେବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ନୂଆ କ୍ରୟ ପ୍ରକ୍ରିୟାରେ ସ୍ବଦେଶୀ ଓ ତଥା ଆତ୍ମନିର୍ଭର ଭାରତ ମିଶନକୁ ମଧ୍ୟ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେବେ । ନବୀକରଣ ହେବାକୁ ଥିବା ଏହି ସମସ୍ତ ପ୍ରତିରକ୍ଷା ଉପକରଣ ଓ ଯୁଦ୍ଧାସ୍ତ୍ର ସ୍ବଦେଶୀ ଯୁଦ୍ଧାସ୍ତ୍ର ନିର୍ମାଣକାରୀ ସଂସ୍ଥାରୁ ହିଁ କ୍ରୟ କରାଯିବ ।

ଏହା ମଧ୍ୟ ପଢନ୍ତୁ:-Moon mission: 14 ଦିନ ପରେ କ’ଣ ହେବ ‘ବିକ୍ରମ’ ଓ ‘ପ୍ରଜ୍ଞାନ’ର ଅସ୍ଥିତ୍ବ ?

ଋଷ ୟୁକ୍ରେନ ଯୁଦ୍ଧ ହେବା ପରେ ସାରା ବିଶ୍ବର ସାମରିକ ସମୀକରଣରେ ପରିବର୍ତ୍ତନ ଦେଖାଯାଇଥିଲା । ଋଷ ଓ ୟୁକ୍ରେନ ସପକ୍ଷରେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲେ ବିଶ୍ବର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରମାନେ । ହେଲେ ବର୍ତ୍ତମାନ ସମୟର ଆବଶ୍ୟକତା ଅନୁସାରେ ସେନାର ନବୀକରଣ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଥିବା ମଧ୍ୟ ଅନୁଭବ ହୋଇଥିଲା । ଭାରତରେ 202 ମସିହାରେ ଚୀନ ସହ ଗଲଓ୍ବାନ ଘାଟିରେ ସଂଘର୍ଷ ପରେ ସେନାର ଶକ୍ତିବୃଦ୍ଧି ଓ ପ୍ରଭାବଶାଳୀ ରଣନୀତି ନେଇ ମଧ୍ୟ ଚିନ୍ତା ବଢ଼ିଥିଲା । ଏହାରି ମଧ୍ୟରେ ଭାରତୀୟ ସଶସ୍ତ୍ର ବଳର ନବୀକରଣ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.