ETV Bharat / bharat

ଚଳିତ ସପ୍ତାହରେ କେନ୍ଦ୍ର କର୍ମଚାରୀଙ୍କ DA ଉପରେ ଆସିବ ବଡ ନିଷ୍ପତ୍ତି !

author img

By

Published : Jul 6, 2021, 3:45 PM IST

ଚଳିତ ସପ୍ତାହ କେନ୍ଦ୍ର କର୍ମଚାରୀଙ୍କ DA ଉପରେ ଆସିବ ବଡ ନିଷ୍ପତ୍ତି
ଚଳିତ ସପ୍ତାହ କେନ୍ଦ୍ର କର୍ମଚାରୀଙ୍କ DA ଉପରେ ଆସିବ ବଡ ନିଷ୍ପତ୍ତି

ଖୁବ ଶୀଘ୍ର କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA)କୁ ନେଇ ଆସିବାରେ ବଡ ନିଷ୍ପତ୍ତି । ଦେଶରେ କୋରୋନା ମହାମାରୀ ଆରମ୍ଭ ହେବା ପରେ ଗତ 1 ବର୍ଷ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ରୋକ ଲଗାଇଦେଇଥିଲେ ସରକାର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀମଣ୍ଡଳ ବିସ୍ତାର ସସପେନ୍ସ ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ବଡ ଖବର । ଖୁବ ଶୀଘ୍ର କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA)କୁ ନେଇ ଆସିପାରେ ବଡ ନିଷ୍ପତ୍ତି ।

ଦେଶରେ କୋରୋନା ମହାମାରୀ ଆରମ୍ଭ ହେବା ପରେ ଗତ 1 ବର୍ଷ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ରୋକ ଲଗାଇଦେଇଥିଲେ ସରକାର । ବର୍ତ୍ତମାନ ସ୍ଥିତି ଧିରେଧିରେ ସୁଧୁରୁଥିବାରୁ ଡିଏ ଉପରେ ଲାଗିଥିବା ରୋକ ଉଠାଇବା ପାଇଁ ନିଷ୍ପତ୍ତି ନେଇପାରନ୍ତି ସରକାର ।

ପୂର୍ବରୁ ଜୁଲାଇରେ ଡିଏ ଆରମ୍ଭ ଖବରକୁ ଖଣ୍ଡନ କରିଥିଲା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । କିଛି ଦିନ ପୂର୍ବରୁ ସରକାର ସ୍ପଷ୍ଟ କରିଥିଲେ ଯେ ଆସନ୍ତା ମାସଠାରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ପୁଣି ଆରମ୍ଭ ପାଇଁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ ।

ଡିଏ ଉପରେ ରୋକ ଲଗାଯିବା ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ମହଙ୍ଗା ଭତ୍ତାର ଭରଣା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଥିଲା କଂଗ୍ରେସ । ବକେୟା ଅର୍ଥ ସହ ତୁରନ୍ତ ଏହାର ଭରଣା ପାଇଁ ଦାବି କରିଥିଲେ ବିରୋଧୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.