ETV Bharat / bharat

Death Threat to Gadkari: ଜେଲରୁ ହତ୍ୟା ଧମକ ଦେଇଥିବା କଏଦୀର ରହିଛି ଦାଉଦ ଲିଙ୍କ୍‌, ଆକ୍ସନରେ NIA

author img

By

Published : May 25, 2023, 10:08 PM IST

ଗଡକରୀଙ୍କୁ ଜେଲରୁ ହତ୍ୟା ଧମକ ମାମଲା, କଏଦୀ ବିରୋଧରେ NIA ର ମାମଲା ରୁଜୁ
ଗଡକରୀଙ୍କୁ ଜେଲରୁ ହତ୍ୟା ଧମକ ମାମଲା, କଏଦୀ ବିରୋଧରେ NIA ର ମାମଲା ରୁଜୁ

ଗଡକରୀଙ୍କୁ ଜେଲରୁ ହତ୍ୟା ଧମକ ମାମଲାରେ ମିଳିଲା ଆତଙ୍କବାଦୀ ଲିଙ୍କ । କଲ କରିଥିବା ହତ୍ୟା ଅଭିଯୁକ୍ତର ରହିଛି ଆତଙ୍କବାଦୀ ଦାଉଦ ଇବ୍ରାହିମ ସହ ସମ୍ପର୍କ । ମାମଲା ରୁଜୁ କଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା କର୍ଣ୍ଣାଟକର ଏକ ଜେଲରେ ଥିବା କଏଦୀ ବିରୋଧରେ ମାମଲା ରୁଜୁ କରିଛି ଜାତୀୟ ତଦନ୍ତକାରୀ ସସ୍ଥା । ଅଭିଯୁକ୍ତର ଆତଙ୍କବାଦୀ ଦାଉଦ ଇବ୍ରାହିମ ସହ ସମ୍ପର୍କ ଥିବା ଜଣାପଡିବା ପରେ ଏନଆଇଏ ତଦନ୍ତଭାର ହାତକୁ ନେଇଛି । ଏହି କଏଦୀର ନାମ ଜୟଶ ପୁଜାରୀ ଓ ସେ ଏବେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କର୍ଣ୍ଣାଟକାର ବେଲଗାଭୀର ହିନ୍ଦଲଗା ଜେଲରେ ସଜ୍ଜା କାଟୁଛି । ଜାନୁଆରୀ 14 ତାରିଖରେ ସେ ଜେଲରୁ ଫୋନ ଯୋଗେ ଗଡକରୀଙ୍କ ନାଗପୁର କାର୍ଯ୍ୟାଳୟକୁ ଫୋନ କରି 10 କୋଟି ଚାନ୍ଦା ମାଗିବା ସହ ହତ୍ୟା ଧମକ ଦେଇଥିଲା ।

ପରେ ମାର୍ଚ୍ଚ 21 ରେ ସେ ପୁଣି ଥରେ କଲ କରି ଟଙ୍କା ମାଗିବା ସହ ଗଡକରୀଙ୍କୁ ହତ୍ଯା ଧମକ ଦେଇଥିଲା । ଗଡକରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ନାଗପୁର ପୋଲିସ ତଦନ୍ତ କରିଥିଲା । ଏହି ଫୋନ କଲ ଜେଲରୁ ଜଣେ କଏଦୀ କରିଥିବା ଜାଣିବାକୁ ପାଇଥିଲା ପୋଲିସ । ସେତେବେଳେ ସମ୍ପୃକ୍ତ ଜେଲରେ ମଧ୍ୟ ମହାରାଷ୍ଟ୍ର ପୋଲିସର ଏକ ଟିମ ଚଢାଉ କରିଥିଲା ।


ଏହା ମଧ୍ୟ ପଢନ୍ତୁ:-Manipur violence: ମଣିପୁର ଯିବେ ଶାହ, ଶାନ୍ତି ରକ୍ଷା ପାଇଁ କଲେ ନିବେଦନ

ତେବେ ତଦନ୍ତରୁ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଏହି ହତ୍ୟା ଅଭିଯୁକ୍ତ କେବଳ ଏକ ଅପରାଧୀ ନୁହେଁ ବରଂ ତାର ପାକିସ୍ତାନରେ ଲୁଚିଥିବା ଆତଙ୍କବାଦୀ ଦାଉଦ ଇବ୍ରାହିମ ସହ ମଧ୍ୟ ସମ୍ପୃକ୍ତି ରହିଛି । ଏକଥା ଜଣାପଡିବା ପରେ ଘଟଣାର ତଦନ୍ତ ଆତଙ୍କବାଦୀ ଲିଙ୍କ୍‌ ଦିଗରୁ କରାଯାଉଛି । ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏହାର ତଦନ୍ତଭାର ହସ୍ତାନ୍ତର କରାଯାଇଛି ।

ଗତମାସରେ ବିଜେପିର ଅନ୍ୟ ଜଣେ ଫାଏର ବ୍ରାଣ୍ଡ ନେତା ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ହତ୍ୟା ଧମକ ନେଇ ଏକ ଫୋନ କଲ ଆସିଥିଲା । ଏହି ମାମଲାର ତଦନ୍ତ ପରେ ଭିନ୍ନ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା । ଜଣେ 19 ବର୍ଷୀୟ ଯୁବକ ନିଜ ପ୍ରେମିକାଙ୍କ ବାପାଙ୍କ ନମ୍ବର ବ୍ୟବହାର କରି ଯୋଗୀଙ୍କୁ ହତ୍ୟା ଧମକ ଦେଇଥିଲା । ଏହି ଯୁବକଜଣଙ୍କ ସିଧା ପୋଲିସ ଏମରଜେନ୍ସି ନମ୍ବର 112 କୁ କଲ କରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା କରିବା ନେଇ ଧମକ ଦେଇଥିଲା । କଲ ଲୋକେସନ ଟ୍ରାକ କରି ଅଭିଯୁକ୍ତ ଯୁବକକୁ କାନପୁରରୁ ଗିରଫ କରିଥିଲା ଉତ୍ତର ପ୍ରଦେଶ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.