ETV Bharat / bharat

ପରିଣତ ବୟସରେ ଅଲୋଡା ମାଆ, ମଧ୍ୟରାତ୍ରିରେ ରାସ୍ତାରେ ଛାଡିଦେଲେ ଝିଅ ଜ୍ବାଇଁ

author img

By ETV Bharat Odisha Team

Published : Jan 8, 2024, 3:59 PM IST

ପରିଣତ ବୟସରେ ଅଲୋଡା ମାଆ
ପରିଣତ ବୟସରେ ଅଲୋଡା ମାଆ

Daughter throws old mother from house: ବୃଦ୍ଧା ବୟସରେ ଅଲୋଡା ମାଆ । ରାସ୍ତା କଡରେ ମାଆ ଛାଡି ଚାଲିଗଲେ ଝିଅ ଜ୍ୱାଇଁ । ପୋଲିସର ତଦନ୍ତ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ପରିଣତ ବୟସରେ ଅଲୋଡା ମାଆ । 80 ବର୍ଷୀୟା ବୃଦ୍ଧା ମାଆଙ୍କୁ ମଧ୍ୟ ରାତ୍ରିରେ ରାସ୍ତାରେ ଗାଡିରୁ ଠେଲି ଦେଇ ଛାଡି ଚାଲିଗଲେ ଝିଅ ଜ୍ବାଇଁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କର୍ଣ୍ଣାଟକ ଜିଲ୍ଲା ବେଙ୍ଗାଲୁରୁ ସହରରେ । ସକାଳ ସମୟରେ ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ପରେ ଝିଅ ଜ୍ବାଇଁ ଛାଡି ଚାଲିଯାଇଥିବା ନେଇ କୋହଭରା କଣ୍ଠରେ କହିଛନ୍ତି ବୃଦ୍ଧା । ଏହି ଘଟଣାକୁ ନେଇ ପୋଲିସ ଗମ୍ଭୀରତାର ସହ ନେଇଥିବା ବେଳେ ଯେଉଁ ପିଲାମାନେ ନିଜ ବୃଦ୍ଧା ବାପାମାଆଙ୍କୁ ଏଭଳି ଅବସ୍ଥା କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛି । ଏହି ଘଟଣାକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ.. ଅଲୋଡା ମାଆ: ରାସ୍ତା କଡେ ଛାଡି ଚାଲିଗଲେ ପୁଅ, ଭିକ ମାଗିଲେ ପୁରୁଛି ପେଟ

ସୂଚନା ଅନୁଯାୟୀ, ଶନିବାର ଦିନ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ସହରର ଅନେକାଲ ରାସ୍ତା କଡରେ ରାତି ସାରା ଜଣେ ବୃଦ୍ଧା ବସିଥିବା ନେଇ ସ୍ଥାନୀୟ ଲୋକମାନେ ଦେଖିଥିଲେ । ଏନେଇ ତାଙ୍କୁ ପଚାରିବାରୁ ଅତି କୋହଭରା କଣ୍ଠରେ, ଝିଅ ଓ ଜ୍ୱାଇଁ ରାତି ଅଧରେ ରାସ୍ତା କଡରେ ଫୋଫାଡି ଦେଇ ଚାଲିଯାଇଥିବା ନେଇ କହିବା ସହ କେବେ ଆଉ ସେମାନଙ୍କ ପାଖକୁ ଯିବି ନାହିଁ ବୋଲି କହିଛନ୍ତି । ବୃଦ୍ଧା ଜଣଙ୍କୁ ସ୍ଥାନୀୟ ଏକ ବୃଦ୍ଧାଶ୍ରମରେ ଛଡା ଯାଇଥିବା ବେଳେ ଏହି ଘଟଣାକୁ ପୋଲିସ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି । ଏକ ସିସିଟିଭି ଫୁଟେଜରେ ବୃଦ୍ଧାଙ୍କୁ ତାଙ୍କ ଝିଅ ଜ୍ବାଇଁ ଛାଡି ଚାଲି ଯିବାର ଦୃଶ୍ୟ ମଧ୍ୟ କଏଦ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ବିବାହ ପରେ ପ୍ରେମୀ ଯୁଗଳ ଫେରାର, ପୁଅ ପାଇଁ ବାପାକୁ ନିର୍ଯାତନା ଦେଲେ କନ୍ୟାପକ୍ଷ

ଆଉ ମଧ୍ୟ ପୋଲିସ ପକ୍ଷରୁ ସର୍ବ ସାଧାରଣଙ୍କୁ ଏକ ନୋଟିସ ଜାରି କରାଯାଇଛି । ଯେଉଁ ପିଲାମାନେ ସେମାନଙ୍କ ବାପା ମାଆଙ୍କୁ ଏଭଳି ରାସ୍ତାରେ ଛାଡି ଦେବେ କିମ୍ବା ଜୋର ଜବରଦସ୍ତ ବୃଦ୍ଧାଶ୍ରମରେ ଛାଡିଦେବେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ କରାଯାଇ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ ଚେତାବନୀ ଜାରି କରିଛନ୍ତି । ଏଥିସହ ସେହି ପିଲାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପ୍ରତ୍ୟେକ ବୃଦ୍ଧାଶ୍ରମରେ ତଦନ୍ତ କରିବାକୁ ମଧ୍ୟ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.